କୁକୁଡ଼ା ଗାଡ଼ି ସହ ୧୦୮ ଆମ୍ବୁଲାନ୍ସର ମୁହାଁମୁହିଁ ଧକ୍କା: ଜଣେ ଚାଳକ ଗୁରୁତର

୧୦୮ ଆମ୍ବୁଲାନ୍ସ ଓ କୁକୁଡ଼ା ଗାଡ଼ି ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଆଜି ଅପରାହ୍‌ଣରେ ଘଟିଥିବା ଏହି ଦୁର୍ଘଟଣାରେ ଆମ୍ବୁଲାନ୍ସ ଚାଳକ ଗୁରୁତର ଅଛନ୍ତି। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଵଳଙ୍ଗା: ପିପିଲି-ନିମାପଡା ମୁଖ୍ୟରାସ୍ତାର ଶାଳଜଙ୍ଗ ଛକଠାରେ ଏକ ୧୦୮ ଆମ୍ବୁଲାନ୍ସ ଓ କୁକୁଡ଼ା ଗାଡ଼ି ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଆଜି ଅପରାହ୍‌ଣରେ ଘଟିଥିବା ଏହି ଦୁର୍ଘଟଣାରେ ଆମ୍ବୁଲାନ୍ସ ଚାଳକ ଗୁରୁତର ଅଛନ୍ତି। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆମ୍ବୁଲାନ୍ସ ଚାଳକ ହେଲେ ପ୍ରଶାନ୍ତ କୁମାର ପରିଡ଼ା। 

ସୂଚନା ମୂତାବକ ଏକ ଆମ୍ବୁଲାନ୍ସ ନିମାପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଠାରୁ ରୋଗୀ ନେଇ ଭୂବନେଶ୍ଵର କ୍ୟାପିଟାଲ ହସ୍ପିଟାଲକୁ ଯାଉଥିବା ସମୟରେ ଶାଳଜଙ୍ଗ ଛକଠାରେ ପିପିଲି ପଟୁ ନିମାପଡ଼ାକୁ ଆସୁଥିବା କୁକୁଡ଼ା ବୋଝେଇ ପିକ୍‌ଅପ୍‌ ଭ୍ୟାନ୍‌ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଆମ୍ବୁଲାନ୍ସ ଚାଳକ ପ୍ରଶାନ୍ତ କୁମାର ପରିଡ଼ା ଗାଡ଼ି ଭିତରେ ଚାପି ହୋଇଥିଲେ। ତାଙ୍କୁ ଗୁରୁତର ହୋଇଥିବା ବେଳେ ସ୍ଥାନୀୟ ଲୋକେ ଏକ ଟ୍ରାକ୍ଟର ସାହାଯ୍ୟରେ ଟୋଚନ କରି ଡ୍ରାଇଭରକୁ ଉଦ୍ଧାର କରିଥିଲେ।

publive-image

ଏକ ଆମ୍ବୁଲାନ୍ସ ନିମାପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଠାରୁ ରୋଗୀ ନେଇ ଭୂବନେଶ୍ଵର କ୍ୟାପିଟାଲ ହସ୍ପିଟାଲକୁ ଯାଉଥିବା ସମୟରେ ଶାଳଜଙ୍ଗ ଛକଠାରେ ପିପିଲି ପଟୁ ନିମାପଡ଼ାକୁ ଆସୁଥିବା କୁକୁଡ଼ା ବୋଝେଇ ପିକ୍‌ଅପ୍‌ ଭ୍ୟାନ୍‌ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଆମ୍ବୁଲାନ୍ସ ଚାଳକ ଗାଡ଼ି ଭିତରେ ଚାପି ହୋଇଥିଲେ।

ସ୍ଥାନୀୟ ଲୋକେ ତୁରନ୍ତ ଅନ୍ୟ ଏକ ଆମ୍ବୁଲାନ୍ସ ଯୋଗେ ରୋଗୀ ଓ ଗୁରୁତର ଚାଳକକୁ ଚିକିତ୍ସା ନିମନ୍ତେ କ୍ୟାପିଟାଲ ହସ୍ପିଟାଲକୁ ପଠାଇଥିଲେ।ଖବର ପାଇ ବଳଙ୍ଗା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଆମ୍ବୁଲାନ୍ସ ଓ ପିକ୍‌ଅପ୍‌ ଭ୍ୟାନ୍‌କୁ ଜବତ କରି ଥାନାକୁ ଆଣି ତଦନ୍ତ ଜାରି ରଖିଛି। ଦୂର୍ଘଟଣାଗ୍ରସ୍ତ ୧୦୮ ଆମ୍ବୁଲାନ୍ସର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ରୂପେ ନଷ୍ଟ ହୋଇଥିବା ଜଣାପଡିଛି। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ କରୁଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe