ରାଜ୍ୟର ଦୁର୍ଗମ ଅଞ୍ଚଳରେ ବ୍ୟବସ୍ଥା: ସ୍ବାସ୍ଥ୍ୟ କେନ୍ଦ୍ର ଠାରୁ ୩କିମି ଦୂର ଜଙ୍ଗଲ ଭିତରେ ରହୁଛି ଆମ୍ବୁଲାନ୍ସ

Advertisment
ରାଜ୍ୟର ଦୁର୍ଗମ ଅଞ୍ଚଳରେ ବ୍ୟବସ୍ଥା: ସ୍ବାସ୍ଥ୍ୟ କେନ୍ଦ୍ର ଠାରୁ ୩କିମି ଦୂର ଜଙ୍ଗଲ ଭିତରେ ରହୁଛି ଆମ୍ବୁଲାନ୍ସ

ରାୟଗଡ଼ା: ସ୍ବାସ୍ଥ୍ୟ କେନ୍ଦ୍ରରେ ଆମ୍ବୁଲାନ୍ସ ରହୁ ନାହିଁ। କିନ୍ତୁ ଜଙ୍ଗଲ ଭିତରେ ଆମ୍ବୁଲାନ୍ସ ରହୁଛି। ଏହା ଆଶ୍ଚର୍ଯ୍ୟ ଭଳି ଲାଗୁଥିଲେ ବି ସତ। ଏହାର କାରଣ ହେଉଛି ମୋବାଇଲ୍‌ ନେଟୱର୍କ। ରାୟଗଡ଼ା ଜିଲ୍ଲାର ଅର୍ଦ୍ଧାଧିକ ପଞ୍ଚାୟତରେ ମୋବାଇଲ ନେଟୱର୍କ ସୁବିଧା ନାହିଁ। କେବଳ ବ୍ଲକ ସଦର ମହକୁମା ସହ ଅନ୍ୟ କିଛି ହାତଗଣତି ଅଂଚଳକୁ ମୋବାଇଲ ନେଟୱର୍କ ସୁବିଧା ରହିଛି। ଫଳରେ ଲୋକେ ଅତ୍ୟାଧୁନିକ ଯୁଗରେ ହାତରେ ମୋବାଇଲ ଥାଇ ମଧ୍ୟ କଥା ହେବା ସହ ନିଜର ଆବଶ୍ୟକ ପୂରଣ କରିପାରୁ ନାହାନ୍ତି। ଏଭଳି ସମସ୍ୟାରେ ଜର୍ଜରିତ ହେଉଛନ୍ତି ଗୁଡ଼ାରୀ ବ୍ଲକର ୯ଟି ପଞ୍ଚାୟତର ଲୋକେ।

ଏହି କିଛି ମାସ ତଳେ ଗୁଡ଼ାରି ବ୍ଲକର ଢେପାଗୁଡ଼ା ସ୍ଵାସ୍ଥ୍ୟ କେନ୍ଦ୍ରକୁ ୧୦୮ ଆମ୍ବୁଲାନ୍ସ ରାଜ୍ୟ ସରକାର ଯୋଗାଇ ଦେଇଛନ୍ତି। ଆମ୍ବୁଲାନ୍ସ ସ୍ଵାସ୍ଥ୍ୟ କେନ୍ଦ୍ରରେ ରହିବା କଥା କିନ୍ତୁ ସ୍ଵାସ୍ଥ୍ୟ କେନ୍ଦ୍ରରେ ନରହି ଜଙ୍ଗଲ ଭିତରେ ରହିଥିବା ଦେଖିବାକୁ ମିଳିଛି। ଏହାର କାରଣ ପଚାରିବାରୁ ଉତ୍ତର ମିଳିଥିଲା ଯେ ଏହି ଅଞ୍ଚଳରେ ମୋବାଇଲ ନେଟୱର୍କ ଥିବାରୁ ଆମ୍ବୁଲାନ୍ସ ମେଡିକାଲରେ ନରହି ମେଡିକାଲରୁ ତିନି କିଲୋମିଟର ଦୂର ଜଙ୍ଗଲରେ ରହୁଛି। ଦିନରାତି, ଖରା, ବର୍ଷା ଶୀତକୁ ଖାତିର ନକରି ଜଙ୍ଗଲ ମଧ୍ୟରେ ଆମ୍ବୁଲାନ୍ସର ତିନିଜଣ କର୍ମଚାରୀ ନେଟୱର୍କ ପାଖରେ ରହିବାକୁ ବାଧ୍ୟ ହେଉଛନ୍ତି। କେତେବେଳେ ଯେ ୧୦୮ ଆମ୍ବୁଲାନ୍ସ କଲ ସେଣ୍ଟର ଫୋନ୍ ଆସିଯିବ ସେଥିପାଇଁ ଅପେକ୍ଷା କରିଥାନ୍ତି।କଲ ସେଣ୍ଟରରୁ ଫୋନ ଆସିବାମାତ୍ରେ ଏମାନେ ତୁରନ୍ତ ଘଟଣାସ୍ଥଳକୁ ଯାଉଥିବା ଏଏହି କର୍ମଚାରୀମାନେ କହିଛନ୍ତି।

publive-image

ଆମ୍ବୁଲାନସରେ ରହିଥିବା କର୍ମଚାରୀ ସରକାରଙ୍କୁ ନିବେଦନ କରିଛନ୍ତି ଶୀଘ୍ର ଏହି ଅଞ୍ଚଳରେ ମୋବାଇଲ ନେଟୱର୍କ ଚାଲୁ କଲେ ଆମ୍ଭେ ଉପାନ୍ତ ଅଞ୍ଚଳର ରୋଗୀ ସେବା ସୁରଖୁରରେ ତୁଲାଇ ପାରିବୁ। ନେଟୱର୍କ କାମ ସାରି ଏକ ବର୍ଷ ବିତିଯାଇଥିଲେ ସୁଦ୍ଧା ବର୍ତ୍ତମାନ ସୁଦ୍ଧା ଚାଲୁ କରାଯାଇନାହିଁ। ଜିଓ, ବିଏସଏନଏଲ ଭଳି ମାଳମାଳ ହୋଇ ନେଟୱର୍କ ପୋଲ ତିଆରି ହୋଇ ପଡ଼ିରହିଛି। ଏହି ଉପାନ୍ତ ଅଞ୍ଚଳର ତିନିଗୋଟି ଗ୍ରାମପଞ୍ଚାୟତ ଯଥା କର୍ଲାଘାଟି, ମଧୁବନ ଓ ମେଣ୍ଡିଲିର ଲୋକେ ଢେପାଗୁଡ଼ାରେ ଥିବା ସ୍ଵାସ୍ଥ୍ୟସେବା, ବ୍ୟାଙ୍କସେବା, ପୋଷ୍ଟାଲ, ଶିକ୍ଷା, ରାଜସ୍ଵ ବିଭାଗ ସେବା ଉପରେ ନିର୍ଭର କରିଥାନ୍ତି। କିନ୍ତୁ ନେଟୱର୍କ ନ ଥିବାରୁ କୌଣସି ଜରୁରୀ ସେବା ଉପଲବ୍ଧ ହୋଇପାରୁନାହିଁ ଏହା ପୂର୍ବରୁ ଏହି ଆଞ୍ଚଳବାସୀ ଏନେକ ଥର ଜିଲ୍ଲା ପ୍ରଶାସନ, ନେତା, ମନ୍ତ୍ରୀମାନଙ୍କୁ ଅବଗତ କରିଥିଲେ ମଧ୍ୟ କୌଣସି ଫଳପ୍ରଦ ହୋଇପାରିନାହିଁ। ମୋବାଇଲ ନେଟୱର୍କ ଶୀଘ୍ର ଛାଡ଼ିବା ନିମନ୍ତେ ଅଞ୍ଚଳବାସୀ ନିବେଦନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe