ଶବ ନେବାକୁ ମିଳିଲାନି ଆମ୍ବୁଲାନ୍ସ: କୋଳରେ ଧରି ୪କିମି ଚାଲିଲେ ସଂପର୍କୀୟ

Advertisment
ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ: ପକେଟରେ ଥିବା ୪ ଲକ୍ଷ ଟଙ୍କା ଗଲା କୁଆଡ଼େ?

stock.adobe.com

ଲମତାପୁଟ : ଦାନ ମାଝି ଘଟଣାର ପୁନରାବୃତ୍ତି! ଶବ ନେବାପାଇଁ ମିଳିଲାନି ଆମ୍ବୁଲାନ୍ସ। ତେଣୁ ବାଧ୍ୟହୋଇ କୋଳରେ ଧରି ଚାଲିଚାଲି ଗଲେ ସଂପର୍କୀୟ। ୪କିଲୋମିଟର ଏମିତି ଶବ ବୋହି ଗାଁରେ ପହଞ୍ଚିବା ପରେ ଶେଷକୃତ୍ୟ ସଂପନ୍ନ ହୋଇଛି। କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ୍‌ରେ ଘଟିଥିବା ଏଭଳି ଘଟଣାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଦାନ ମାଝି ଘଟଣା ପରେ ସରକାର ମହାପ୍ରୟାଣ ଗାଡ଼ି ବ୍ୟବସ୍ଥା କରିଛନ୍ତି। ତଥାପି ମୃତ୍ୟୁ ପରେ ଶେଷ ସମ୍ମାନ ନ ମିଳିବା କେତେ ଦୂର ଯୁକ୍ତିଯୁକ୍ତ ବୋଲି ପ୍ରଶ୍ନ ଉଠିଛି।

ମୃତ ବ୍ୟକ୍ତି ହେଲେ, ଲମତାପୁଟ ପଞ୍ଚାୟତ ଅନ୍ତର୍ଗତ ପତେଣ୍ଡା ଗାଁର ବୁଦୁ ମାଝି। ବୁଦୁ ଗତକାଲି ହଠାତ୍‌ ଅସୁସ୍ଥ ଅନୁଭବ କରଥିଲେ। ତାଙ୍କୁ ଲମତାପୁଟସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ, ଚିକିତ୍ସାଧୀନ ଅବସ୍ଥାରେ ବୁଦୁଙ୍କ ମୃତ୍ୟୁ ହୋଇଥିବା ଡାକ୍ତର ଘୋଷଣା କରିଥିଲେ। ଏହାପରେ ଗଁାକୁ ଶବ ନେବାପାଇଁ ଗାଡ଼ି ଯୋଗାଡ଼ କରିବାରେ ବିଫଳ ହୋଇଥିଲେ ପରିବାର ଲୋକ। ବ୍ଲକ୍‌ରେ ଶବ ନେବାପାଇଁ ସରକାରଙ୍କ ପକ୍ଷରୁ ଗାଡ଼ି ବି ବ୍ୟବସ୍ଥା ନାହିଁ। ବିଭିନ୍ନ ସ୍ଥାନରେ ଯୋଗାଯୋଗ କରିବା ସତ୍ତ୍ବେ ସୁଫଳ ନ ମିଳିବାରୁ ବାଧ୍ୟ ହୋଇ ଶବକୁ ହାତରେ ବୋହି ନେବାକୁ ନିଷ୍ପତ୍ତି ନେଇଥିଲେ। ଗୋଟିଏ ଚାଦର ଘୋଡ଼ାଇ ସଂପର୍କୀୟ କୋଳରେ ଧରି ଶବକୁ ଗାଁ ଅଭିମୁଖେ ବାହାରିଥିଲେ। ଖୋଲାମେଲାରେ ରାସ୍ତାରେ ଶବକୁ କୋଲେଇ ଧରି ଚାଲିବା ଦୃଶ୍ୟ ମର୍ମାହତ କରିବା ଭଳି!

publive-image

ଏହି ଘଟଣା ସରକାରୀ ଯୋଜନାର ବାସ୍ତବତାକୁ ପଦାରେ ପକାଇ ଦେଇଛି ବୋଲି ମତ ପ୍ରକାଶ ପାଇଛି। ଅନ୍ୟପକ୍ଷରେ, ଲମତାପୁଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡା. ଦେବାଶିଷ ବେହେରାଙ୍କୁ ପଚାରିବାକୁ ଶବ ନେବା ପାଇଁ ଆମ୍ବୁଲାନ୍ସ ନାହିଁ। ଜିଲ୍ଲାସ୍ତରରେ ମହାପ୍ରୟାଣ ଗାଡ଼ି ରହିଛି। ସେହିପରି ଲମତାପୁଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଯଦି ଚିକିତ୍ସାଧୀନ ଅବସ୍ଥ‌ାରେ ମୃତ୍ୟୁ ହୋଇଥା’ନ୍ତା ତେବେ ନିଶ୍ଚିତ ରୂପେ ଗାଡ଼ି ବ୍ୟବସ୍ଥା କରାଯାଇଥାନ୍ତା। ଶବ କୋଳରେ ନେଇ ଯିବା ଘଟଣା ବିଷୟରେ ସେ ଆଦୌ ଅବଗତ ନୁହନ୍ତି କିମ୍ବା କେହି ଘଟଣା ସଂପର୍କରେ ଜଣାଇ ନଥିବା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe