ରାସ୍ତା ଖରାପ ଯୋଗୁ ଗାଁକୁ ଠିକ୍‌ ସମୟରେ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ, ରୋଗୀ ମୃତ୍ୟୁ ଅଭି‌ଯୋଗ

Advertisment
ରାସ୍ତା ଖରାପ ଯୋଗୁ ଗାଁକୁ ଠିକ୍‌ ସମୟରେ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ, ରୋଗୀ ମୃତ୍ୟୁ ଅଭି‌ଯୋଗ

ଲକ୍ଷ୍ମୀପ୍ରସାଦ: ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତଙ୍କ ନିଜ ବୌଦ୍ଧ ନିର୍ବାଚନ ମଣ୍ଡଳୀକୁ ଆଜି ପର୍ଯ୍ୟନ୍ତ ସବୁଦିନିଆ ରାସ୍ତା ନାହିଁ। ଫଳରେ ରାସ୍ତା ଖରାପ ଯୋଗୁଁ ୧୦୮ ଆମ୍ବୁଲାନ୍ସ ଫସିଛି। ଗାଁକୁ ଠିକ ସମୟରେ ଆମ୍ବୁଲାନ୍ସ ପହଂଚି ପାରି ନାହିଁ। ଫଳରେ ରୋଗୀର ମୃତ୍ୟୁ ଅଭିଯୋଗ ହୋଇଛି। ଏଭଳି ଅଭାବନୀୟ ଘଟଣା ଘଟିଛି, ବୌଦ୍ଧ ସଦର ଆଦର୍ଶ ଥାନା ଖୁଟବନ୍ଧ ପଂଚାୟତ ଅନ୍ତର୍ଗତ ବାଲିଦୁହୁଲି ଗ୍ରାମରେ।

ବାଲିଦୁହୁଲି ଗ୍ରାମର ସଦାଶିବ ଦନୟକଙ୍କ ଦେହ ଅସୁସ୍ଥ ହେବାରୁ ଗୁରୁବାର ସକାଳୁ ୧୦୮ ଆମ୍ବୁଲାନ୍ସକୁ ପରିବାର ଲୋକେ ଖବର ଦେଇଥିଲେ। ଖବର ପାଇ ୧୦୮ ଆମ୍ବୁଲାନ୍ସ ବାଲିଦୋହଲି ଗ୍ରାମକୁ ଯାଇଥିଲା। କିନ୍ତୁ ରାସ୍ତା ଖରାପ ସହ ଲଗାଣ ବର୍ଷାରେ ରାସ୍ତା ଧୋଇ ଯାଇଥିବାରୁ ଆମ୍ବୁଲାନ୍ସଟି ଆଗକୁ ବଢ଼ି ପାରି ନଥିଲା। ଏଥି ସହ ରାସ୍ତାରେ ଗଛ ମଧ୍ୟ ପଡ଼ିଯାଇଥିଲା। ଏସବୁ କାରଣରୁ ଅମୁଲାନ୍ସ ଠିକ୍‌ ସମୟରେ ରୋଗୀଙ୍କ ପାଖକୁ ପହଂଚି ପାରିଲା ନାହିଁ। ବିଳମ୍ବରେ ଗ୍ରାମରେ ଆମ୍ବୁଲାନ୍ସ ପହଂଚିବା ବେଳକୁ ସେହି ଗ୍ରାମର ରୋଗୀ ସଦାଶିବଙ୍କ ମୃତ୍ୟୁ ହୋଇ ସାରିଥିଲା ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି।

publive-image

ତେବେ ଏଠି ପ୍ରଶ୍ନ ଉଠୁଛି ରାଜ୍ୟ ସରକାରଙ୍କ ବିକାଶ କେତେ ଦୂର ଗାଁ ଲୋକଙ୍କ ପାଖକୁ ପହଁଚିଛି। ଏହାର ଜ୍ୱଳନ୍ତ ଉଦାହରଣ ଏଠି ଜଳଜଳ ବାରି ହେଉଛି ।ଏହା କୌଣସି ଉପାନ୍ତ ଅଂଚଳ ନୁହେଁ। ବୌଦ୍ଧ ବିଧାୟକ ତଥା ବର୍ତ୍ତମାନର ମନ୍ତ୍ରୀ ପ୍ରଦୀପ କୁମାର ଅମାତଙ୍କ ନିଜ ନିର୍ବାଚନ ମଣ୍ଡଳୀର ଦୃଶ୍ୟ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe