ଆମ୍ବୁଲାନ୍ସ ପହଞ୍ଚି ପାରିଲାନି, ଖଟିଆରେ ବୁହା ହେଲେ ଗର୍ଭବତୀ

Advertisment
ଆମ୍ବୁଲାନ୍ସ ପହଞ୍ଚି ପାରିଲାନି, ଖଟିଆରେ ବୁହା ହେଲେ ଗର୍ଭବତୀ

ବୈପାରିଗୁଡା: ଗାଆଁ ଯାଏ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ। ଶେଷରେ ବାଧ୍ୟହୋଇ ପରିବାର ଲୋକେ ଆସନ୍ନ ପ୍ରସବାଙ୍କୁ ଖଟିଆରା ବୋହି ଅଧ କିଲୋମିଟର ଆଣି ଆମ୍ବୁଲାନ୍ସରେ ପହଞ୍ଚାଇ ଥିଲେ। ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବୈପାରିଗୁଡା ବ୍ଲକ ଅନ୍ତର୍ଗତ କୋଲାର ପଞ୍ଚାୟତର ଆର୍. ମାଳିଗୁଡା ଗ୍ରାମରେ। ଏହି ଗ୍ରାମର ଚୈତନ୍ୟ ମାଳିଙ୍କ ପତ୍ନୀ ମହେଶ୍ବରୀଙ୍କ ଗର୍ଭ ଯନ୍ତ୍ରଣା ଆରମ୍ଭ ହେବା ଫଳରେ ବୈପାରିଗୁଡା ଡାକ୍ତରଖାନାକୁ ଆମ୍ବୁଲାନ୍ସ ପଠେଇବା ପାଇଁ ଯୋଗାଯୋଗ କରିଥିଲେ।

ତେବେ ରେଙ୍ଗାଲଗୁଡା ଠାରୁ ଆର୍. ମାଳିଗୁଡାକୁ ଯାଇଥିବା ରାସ୍ତାଟି ସଂପୂର୍ଣ୍ଣ ଖରାପ ହୋଇଯାଇଥିବା ଯୋଗୁଁ ଆମ୍ବୁଲାନ୍ସ ପହଞ୍ଚି ପାରିଲା ନାହିଁ। ଫଳରେ ପରିବାର ଲୋକେ ମହେଶ୍ବରୀଙ୍କୁ ଖଟିଆରେ ବୋହି ଆଣିବା ପାଇଁ ବାଧ୍ୟ ହୋଇଥିଲେ। ତେବେ ବୈପାରିଗୁଡା ଡାକ୍ତରଖାନାରେ ମହେଶ୍ବରୀ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ। ରାଜ୍ୟର ସମସ୍ତ ଗ୍ରାମାଞ୍ଚଳକୁ ଗମନାଗମନ ପାଇଁ ରାସ୍ତା ନିର୍ମାଣ କରାଯାଇଥିବା ନେଇ ରାଜ୍ୟ ସରକାର ପ୍ରଚାର କରୁଥିଲେ ମଧ୍ୟ କୋରାପୁଟ ଜିଲ୍ଲାର ବହୁ ଆଭ୍ୟନ୍ତରୀଣ ଗ୍ରାମକୁ ରାସ୍ତାର ଅବସ୍ଥା ଅତି ଶୋଚନୀୟ ଅବସ୍ଥାରେ ପଡ଼ି ରହିଥିବା ଆଜିର ଘଟଣା ପ୍ରମାଣିତ କରି ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe