ବ୍ୟସ୍ତ ହୁଅନ୍ତୁନି, ଆମେ ତ ଅଛୁ: ଗାଁରେ ପହଞ୍ଚିପାରିଲା ନାହିଁ ଆମ୍ବୁଲାନ୍ସ, ଗର୍ଭବତୀଙ୍କୁ ଖଟିଆରେ ବୋହି ୩ କିଲୋମିଟର ଚାଲିଲେ ଆମ୍ବୁଲାନ୍ସ କର୍ମଚାରୀ

Advertisment
ବ୍ୟସ୍ତ ହୁଅନ୍ତୁନି, ଆମେ ତ ଅଛୁ: ଗାଁରେ ପହଞ୍ଚିପାରିଲା ନାହିଁ ଆମ୍ବୁଲାନ୍ସ, ଗର୍ଭବତୀଙ୍କୁ ଖଟିଆରେ ବୋହି ୩ କିଲୋମିଟର ଚାଲିଲେ ଆମ୍ବୁଲାନ୍ସ କର୍ମଚାରୀ

ରାୟଗଡା: ପୁଣି ଜନନୀ ଯନ୍ତ୍ରଣା। ଗାଁକୁ ରାସ୍ତା ନଥିବାରୁ ପୁଣି ବୁହା ହେଲେ ଗର୍ଭବତୀ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡା ସୀମାନ୍ତ ପିପଲପଦର ଗ୍ରାମରେ। ଏହି ଗ୍ରାମର ଅଭି ମାଣ୍ଡିଙ୍କ ପତ୍ନୀ କହ୍ନେଇ ମାଣ୍ଡି ଗର୍ଭ ଯନ୍ତ୍ରଣାରେ ଛଟପଟ ହେଉଥିଲେ। ସ୍ଥାନୀୟ ଲୋକେ ତୁରନ୍ତ ୧୦୮ ଆମ୍ବୁଲାନ୍ସକୁ ଫୋନ ଯୋଗେ ଯୋଗାଯୋଗ କରିଥିଲେ | ପରେ ରାୟଗଡା ବ୍ଲକର କୁମ୍ଭିକୋଟା ଗ୍ରାମର ୧୦୮ ଆମ୍ବୁଲାନସ ଗାଁକୁ ଯିବାକୁ ବାହାରିଥିଲା। କିନ୍ତୁ ୩ କିଲୋମିଟର ଦୂରରେ ଅଟକି ରହିଥିଲା। ଗାଁକୁ ରାସ୍ତା ନଥିବା ବେଳେ ଏକ ପାହାଡିଆ ନଦୀରେ ବିଦ୍ୟୁତ ଖୁଣ୍ଡ ପକାଇ ଲୋକେ ନଦୀ ପାର କରନ୍ତି।

ତେବେ ତୁରନ୍ତ ଆମ୍ବୁଲାନ୍ସର ଡ୍ରାଇଭର ଓ ଅନ୍ୟ କର୍ମକର୍ତ୍ତା ତୁରନ୍ତ ପିପଲପଦର ଗ୍ରାମକୁ ଯାଇ ଏକ ଖଟିଆ ସାହାଯ୍ୟରେ ନିଜ କାନ୍ଧରେ ଗର୍ଭବତୀ ମହିଳାଙ୍କୁ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆଣିଥିଲେ। ସେଠାରୁ ତାଂକୁ ଲକ୍ଷ୍ମୀପୁର ସିଏଚସିକୁ ନିଆଯାଇଥିଲା। ତେବେ ସେତେବେଳକୁ ବହୁତ ଡେରି ହୋଇଯାଇଥିଲା।ଯାହାଫଳରେ ଜନ୍ମିତ ଶିଶୁର ମୃତ୍ୟୁ ହୋଇଯାଇଥିଲା। ଦୁର୍ଗମ ଗ୍ରାମଗୁଡିକରେ ଆଜି ବି ପକ୍କା ରାସ୍ତା ନଥିବାରୁ ଏଭଳି ଦୃଶ୍ୟ ପ୍ରାୟତଃ ପ୍ରତିଦିନ ଦେଖିବାକୁ ମିଳେ। ଆମ୍ବୁଲାନ୍ସ କର୍ମଚାରୀଙ୍କ ଏଭଳି ମହାନତାକୁ ଲୋକେ ପ୍ରଶଂସା କରିଥିଲେ। କହ୍ନେଇ ଏବେ ଲକ୍ଷ୍ମୀପୁର ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe