ଘାଟିରେ ୩ ଘଣ୍ଟା ଅଟକିଲା ଆମ୍ବୁଲାନ୍ସ: ମା’ ଆଖି ଆଗରେ ଚାଲିଗଲା ପୁଅ

Advertisment

ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଅଞ୍ଚଳରେ ଏକ ଦୁଃଖଦ ଘଟଣା ସାମନାକୁ ଆସିଛି। କ୍ରିକେଟ୍‌ ବଲ୍‌ ବାଜି ଗୁରୁତର ଆହତ ଜଣେ ଛାତ୍ରଙ୍କୁ ବ୍ରହ୍ମପୁର ବଡ଼ଡାକ୍ତରଖାନା ସ୍ଥାନାନ୍ତର କରାଯିବା ବେଳେ ଗାଡ଼ି ଖରାପ ହୋଇ ଯାଇଥିଲା।

ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଅଞ୍ଚଳରେ ଏକ ଦୁଃଖଦ ଘଟଣା ସାମନାକୁ ଆସିଛି। କ୍ରିକେଟ୍‌ ବଲ୍‌ ବାଜି ଗୁରୁତର ଆହତ ଜଣେ ଛାତ୍ରଙ୍କୁ ବ୍ରହ୍ମପୁର ବଡ଼ଡାକ୍ତରଖାନା ସ୍ଥାନାନ୍ତର କରାଯିବା ବେଳେ ଗାଡ଼ି ଖରାପ ହୋଇ ଯାଇଥିଲା।

fhhfhfxbv

ଖଲ୍ଲିକୋଟ/ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଅଞ୍ଚଳରେ ଏକ ଦୁଃଖଦ ଘଟଣା ସାମନାକୁ ଆସିଛି। କ୍ରିକେଟ୍‌ ବଲ୍‌ ବାଜି ଗୁରୁତର ଆହତ ଜଣେ ଛାତ୍ରଙ୍କୁ ବ୍ରହ୍ମପୁର ବଡ଼ଡାକ୍ତରଖାନା ସ୍ଥାନାନ୍ତର କରାଯିବା ବେଳେ ଗାଡ଼ି ଖରାପ ହୋଇ ଯାଇଥିଲା। ଖଲ୍ଲିକୋଟ ଘାଟିରେ ଆମ୍ବୁଲାନ୍ସଟି ୩ଘଣ୍ଟା ଧରି ଅଟକି ରହିଥିଲା। ଡାକ୍ତରଖାନାରେ ପହଞ୍ଚିବାରେ ବିଳମ୍ବ ହେବାରୁ ଶେଷରେ ମା’ ଆଖି ଆଗରେ ପୁଅର ଜୀବନ ଚାଲି ଯାଇଥିଲା। ମୃତକ ହେଲେ ଖଲ୍ଲିକୋଟ ବ୍ଲକ୍‌ ଆଇତପୁର ଗାଁର ନିରଞ୍ଜନ ମହାରଣାଙ୍କ ପୁଅ ଶଙ୍କର ମହାରଣା(୧୯)। ପୁଲିସ ମୃତଦେହ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।

ସୂଚନା ଅନୁସାରେ ଗତକାଲି ଅପରାହ୍ଣରେ ଶଙ୍କର କ୍ରିକେଟ୍‌ ଖେଳୁଥିଲେ। ଏହି ସମୟରେ ହଠାତ୍‌ ତାଙ୍କ ଛାତିରେ ବଲ୍‌ ବାଜିଥିଲା। ପରେ ସେ ଘରକୁ ଫେରିଥିଲେ। ରାତିରେ ଛାତିରେ ଯନ୍ତ୍ରଣା ହେବା ସହିତ ଶଙ୍କର ଗୁରୁତର ହୋଇ ପଡ଼ିଥିଲେ। ତୁରନ୍ତ ତାଙ୍କୁ ଗାଁରେ ଜଣେ ଡାକ୍ତରଙ୍କୁ ଦେଖାଇ ଇଂଜେକ୍ସନ୍‌ ଦିଆଯାଇଥିଲା। ତଥାପି ଶଙ୍କରଙ୍କ ଦେହ ଭଲ ହୋଇ ନଥିଲା। ସେ ଯନ୍ତ୍ରଣାରେ ଛଟପଟ ହୋଇ ବାନ୍ତି କରିଥିଲେ। ପରିବାରବର୍ଗ ତାଙ୍କୁ ବାଲୁଗାଁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଅବସ୍ଥା ଆହୁରି ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ବଡ଼ଡାକ୍ତରଖାନା ସ୍ଥାନାନ୍ତର କରିବାକୁ ଡାକ୍ତର ପରାମର୍ଶ ଦେଇଥିଲେ।

ରାତି ପ୍ରାୟ ସାଢ଼େ ୧୧ଟାରେ ତାଙ୍କୁ ୧୦୮ ଆମ୍ବୁଲାନ୍ସରେ ବ୍ରହ୍ମପୁର ଅଣାଯାଇଥିଲା। ଆମ୍ବୁଲାନ୍ସଟି ଘାଟି ରାସ୍ତା ଦେଇ ଆସୁଥିବା ବେଳେ ହଠାତ୍‌ ଖରାପ ହୋଇଯାଇଥିଲା। ଆମ୍ବୁଲାନ୍ସ କର୍ମଚାରୀଙ୍କ ଶତଚେଷ୍ଟା ସତ୍ତ୍ବେ ଗାଡ଼ି ଆଉ ଚାଲି ନଥିଲା। ଆମ୍ବୁଲାନ୍ସର ରକ୍ଷଣାବେକ୍ଷଣ ଅଭାବରୁ ଏଭଳି ସମସ୍ୟା ହୋଇଥିବା ଖୋଦ୍‌ ଡ୍ରାଇଭର୍‌ ସ୍ବୀକାର କରିଛନ୍ତି। ସେପଟେ ଶଙ୍କରଙ୍କ ଅବସ୍ଥା ଗୁରୁତର ହେବାକୁ ଲାଗିଥିଲା। ଶଙ୍କରଙ୍କ ମା’ ଓ ଭାଇ ସେହି ରାସ୍ତା ଦେଇ ଯାଉଥିବା ଅନ୍ୟ ଗାଡ଼ିଗୁଡ଼ିକୁ ସହଯୋଗ ମାଗିଥିଲେ। ହେଲେ କେହି ତାଙ୍କୁ ସହଯୋଗ କରି ନଥିଲେ। ୩ଘଣ୍ଟା ପରେ ବେଗୁନିଆପଡ଼ାରୁ ଏକ ଆମ୍ବୁଲାନ୍ସ ଆସି ସେଠାରେ ପହଞ୍ଚିଥିଲା। ଏହାପରେ ଶଙ୍କରଙ୍କୁ ଏମ୍‌କେସିଜି ଅଣାଯାଇଥିଲା। କିନ୍ତୁ ସେଠାରେ ପହଞ୍ଚିବା ବେଳକୁ ପ୍ରାୟ ଭୋର ୩ଟା ୫୦ ହୋଇ ଯାଇଥିଲା। କିନ୍ତୁ ସେତେବେଳକୁ ଶଙ୍କରଙ୍କ ମୃତ୍ୟୁ ହୋଇ ସାରିଥିଲା।

ଆମ୍ବୁଲାନ୍ସର ଅବସ୍ଥା ଠିକ୍‌ ଥିଲେ ପୁଅର ଜୀବନ ବଞ୍ଚି ଯାଇଥାନ୍ତା ବୋଲି ତାଙ୍କ ମାଆ କହିଛନ୍ତି। ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ ସରକାର ଆମ୍ବୁଲାନ୍ସ ସେବା ଚଳାଇଛନ୍ତି। ହେଲେ ଏହାକୁ ପରିଚାଳନା କରୁଥିବା ସଂସ୍ଥା ରକ୍ଷଣାବେକ୍ଷଣ କରୁ ନଥିବାରୁ ବିଭିନ୍ନ ସମୟରେ ଗାଡ଼ି ଖରାପ ହେଉଛି। ଏଣୁ ଏ ଦିଗରେ ଦୃଷ୍ଟି ଦେଇ ୧୦୮ ଆମ୍ବୁଲାନ୍ସ ପରିଚାଳନା କରୁଥିବା ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୃତକଙ୍କ ପରିବାରବର୍ଗ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe