ଓଲଟିଲା ଆମ୍ବୁଲାନ୍ସ: ୩ ଗୁରୁତର, ଡ୍ରାଇଭର୍ ଫେରାର୍

Advertisment
ଓଲଟିଲା ଆମ୍ବୁଲାନ୍ସ: ୩ ଗୁରୁତର, ଡ୍ରାଇଭର୍ ଫେରାର୍

ଭଦ୍ରକ : ରୋଗୀକୁ ନେଇ ଫେରୁଥିବା ଵେଳେ ଭାରସାମ୍ୟ ହରାଇ ଆମ୍ବୁଲାନ୍ସ ଓଲଟିଥିବାର ଖବର ମିଳିଛି। ଘଟଣାସ୍ଥଳରୁ ଡ୍ରାଇଭର ଫେରାର ହୋଇଯାଇଥିବା ବେଳେ, ରୋଗୀଙ୍କ ସମେତ ୩ ସମ୍ପର୍କୀୟ ଆହତ ହୋଇ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ବାଲେଶ୍ବର ଜିଲ୍ଲାର ଭୋଗରାଇ ଅଞ୍ଚଳର ରୋଗୀ ଜଣକ କଟକର ବଡ଼ ମେଡିକାଲର ସ୍ନାୟୁ ବିଭାଗର ଡାକ୍ତରଙ୍କୁ ଦେଖାଇ ଘରକୁ ଫେରୁଥିଲେ।

ଘରକୁ ଫେରୁଥିବା ଵେଳେ ଭୋର ୧୬ନଂ ଜାତୀୟ ରାଜପଥ ରାହାଞ୍ଜ ଛକରେ ଆମ୍ବୁଲାନ୍ସଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ରାସ୍ତା କଡ଼ରେ ସମସ୍ତେ ପଡ଼ିଥିବା ବେଳେ ଡ୍ରାଇଭର ଘଟଣାସ୍ଥଳରୁ ଛୁ ମାରିଥିବା କୁହାଯାଉଛି। ଆହତ ବ୍ୟକ୍ତିମାନଙ୍କୁ ଚିକିତ୍ସା ପାଇଁ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe