ଖରାପ ରାସ୍ତା ଯୋଗୁଁ ଜୀବନ ଗଲା! ୬ କିମି ଅତିକ୍ରମ କରିବାକୁ ଆମ୍ବୁଲାନ୍ସକୁ ଲାଗିଲା ୪ ଘଣ୍ଟା

Advertisment
ଖରାପ ରାସ୍ତା ଯୋଗୁଁ ଜୀବନ ଗଲା! ୬ କିମି ଅତିକ୍ରମ କରିବାକୁ ଆମ୍ବୁଲାନ୍ସକୁ ଲାଗିଲା ୪ ଘଣ୍ଟା

ବୌଦ୍ଧ: ଏବେ ବି ବୌଦ୍ଧ ଜିଲ୍ଲାର ୫୦ଟି ଗାଁକୁ ଆମ୍ବୁଲାନ୍ସ ଗଡ଼ିବା ଭଳି ରାସ୍ତା ନାହିଁ। ରାସ୍ତାରେ ଅଟକିଛି ଏହି ଗ୍ରାମଗୁଡ଼ିକର ବିକାଶ। ରାସ୍ତା ଦୁରାବସ୍ଥା ଯୋଗୁଁ ଚିକିତ୍ସାରେ ବିଳମ୍ବ ହେଉଛି। ଯାହାଦ୍ବାରା ଅକାଳରେ ଲୋକଙ୍କ ଜୀବନ ଯାଉଛି। ଏଭଳି ଏକ ଘଟଣା ବୌଦ୍ଧ ବ୍ଲକ ଗୁନ୍ଦୁଲିଆ ପଞ୍ଚାୟତ କିରମାଖୋଲ ଗାଁର ଘଟିଛି। ଗାଁ ରାସ୍ତା କାଦୁଅରେ ଦୀର୍ଘ ସମୟ ଆମ୍ବୁଲାନ୍ସ ଫସି ରହିବାରୁ ବିଳମ୍ବିତ ଚିକିତ୍ସା ଯୋଗୁଁ ଜଣେ ମହିଳାଙ୍କ ଜୀବନ ଯାଇଛି।

ସୂଚନା ଅନୁସାରେ ଗ୍ରାମର ବନବାସୀ କହଁର(୪୮) ଶନିବାର ପୂର୍ବାହ୍ନ ପ୍ରାୟ ୧୦ଟାରେ ହଠାତ ଅସୁସ୍ଥ ଅନୁଭବ କରିଥିଲେ। ବୌଦ୍ଧ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଆଣିବା ପାଇଁ ଆମ୍ବୁଲାନ୍ସ ଡକା ହେଲା। ଖାଲି ଆମ୍ବୁଲାନ୍ସ ରାସ୍ତାର କାଦୁଅ ଅତିକ୍ରମ କରି ଗାଁରେ ୧୦.୩୦ରେ ପହଞ୍ଚିଥିଲା। ରୋଗୀଙ୍କୁ ନେଇ ଆସିବା ବେଳେ କାଦୁଅରେ ଫସି ଯାଇଥିଲା। ଗନସରଗୁଡ଼ି ପର୍ଯ୍ୟନ୍ତ ୬ କିମି ରାସ୍ତା ଅତିକ୍ରମ କରିବାକୁ ୪ ଘଣ୍ଟାରୁ ଅଧିକ ସମୟ ଲାଗିଲା। ଫଳରେ ରୋଗୀଙ୍କୁ ୩ଟା ୨୩ ମିନିଟରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତୁରନ୍ତ ତାଙ୍କୁ ଆଶୁ ଚିକିତ୍ସା ବିଭାଗରେ ଚକିତ୍ସା ଆରମ୍ଭ କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ରାତି ୧୦ଟାରେ ତାଙ୍କ ମୃତ୍ୟୁ ହୋଇଛି। ରାସ୍ତା ଯୋଗୁଁ ୪ ଘଣ୍ଟା ବିଳମ୍ବରେ ଚିକିତ୍ସା ଆରମ୍ଭ ହୋଇଥିବାରୁ ବନବାସୀଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe