ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟର ୩୦ ଏକ ଜମି ରାମାଦେବୀ ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସ ପାଇଁ ଦେବା ନେଇ ସରକାରୀ ନିଷ୍ପତ୍ତି ପ୍ରତିବାଦରେ ଆଜି ପୁଣି ବାଣୀବିହାରରେ ଉତ୍ତେଜନା ଦେଖାଦେଇଛି। ବିଶ୍ୱବିଦ୍ୟାଳୟ କୁଳପତିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଏକ ଅବ୍ୟବହୃତ ଆମ୍ବୁଲାନ୍ସରେ ନିଆଁ ଳଗାଇ ଦେଇଛନ୍ତି।
ସୂଚନାଯୋଗ୍ୟ ଯେ ଗତ ୪ ଦିନ ହଲା ରାମାଦେବୀ ଦ୍ୱିତୀୟ ପ୍ରସଙ୍ଗକୁ ନେଇ ବାଣୀବିହାର ପରିସରରେ ଉତ୍ତେଜନା ପ୍ରକାଶ ପାଇଛି। ବିଭିନ୍ନ ଛାତ୍ର ସଙ୍ଗଠନର ଛାତ୍ରମାନେ କୁଳପତିଙ୍କୁ ଘେରାଉ କରିବା ସହିତ ଜାତୀୟ ରାଜପଥ ଅବରୋଧ କରି ସେମାନଙ୍କ ପ୍ରତିବାଦ ଜଣାଇ ଆସୁଛନ୍ତି।
ରମାଦେବୀ ଦ୍ୱିତୀୟ କ୍ୟାମ୍ପସ ପ୍ରସଙ୍ଗ: ବାଣୀବିହାର ଆମ୍ବୁଲାନ୍ସରେ ନିଆଁ ଲଗାଇ ଦେଲେ କ୍ଷୁବ୍ଧ ଛାତ୍ର
Advertisment
Follow Us