ସଂଶୋଧିତ ମୋଟର ଯାନ ଆଇନକୁ ହାଇକୋର୍ଟରେ ଚାଲେଞ୍ଜ: କେନ୍ଦ୍ର ସରକାରଙ୍କ ଜବାବ ଦାଖଲ 

Advertisment
ଖଣି ଅତିରିକ୍ତ ନିର୍ଦ୍ଦେଶକଙ୍କୁ ହାଇକୋର୍ଟରୁ ଜାମିନ

The New Indian Express

କଟକ : ସଂଶୋଧିତ ମୋଟର ଯାନ ଆଇନରେ କ୍ଷତିପୂରଣ ଦରଖାସ୍ତ ଦାଖଲର ସମୟସୀମା ପ୍ରସଂଗକୁ ନେଇ ଦାୟର ମାମଲାରେ କେନ୍ଦ୍ର ସରକାର ଜବାବ ଦାଖଲ କରିଛନ୍ତି। କେନ୍ଦ୍ର ସରକାରଙ୍କ ଜବାବ ଉପରେ ପ୍ରତିଜବାବ ଦାଖଲ ପାଇଁ ହାଇକୋର୍ଟ ଆବେଦନକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ମେ ୧୦କୁ ଧାର୍ଯ୍ୟ କରାଯାଇଛି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ୍‌ ଏସ୍‌. ମୁରଲୀଧର ଓ ଜଷ୍ଟିସ୍‌ ଆର୍‌.କେ.ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ମୋଟର ଯାନ ଆଇନର ଧାରା ୧୬୬(୩) ବିରୋଧରେ  ଆଇନଜୀବୀ ଅନଙ୍ଗ କୁମାର ଓତା ଦାଖଲ କରିଥିବା ଜନସ୍ବାର୍ଥ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ଏଠାରେ ଉଲ୍ଲେଖଯୋଗ୍ୟ, ଏହି ଜନସ୍ବାର୍ଥ ମାମଲାରେ ୨୦୨୧, ଜାନୁଆରି ୬ରେ ହାଇକୋର୍ଟ କେନ୍ଦ୍ର ସରକାରଙ୍କୁ ନୋଟିସ୍ ଜାରି କରିଥିଲେ। ସେପ୍ଟେମ୍ବର ୧୪ରେ ହାଇକୋର୍ଟ  କେନ୍ଦ୍ର ସରକାରଙ୍କୁ ଶେଷ ସୁଯୋଗ ଦେଇ ସତ୍ୟପାଠ ମାଧ୍ୟମରେ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ସୁଶାନ୍ତ କୁମାର ଦାଶ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe