୧୧ ସେବା ନିୟମାବଳୀରେ ସଂଶୋଧନ

Advertisment
୮ ଓଏଏସ୍‌ ଅଧିକାରୀଙ୍କ ବଦଳି

Eduvoice

ଭୁବନେଶ୍ବର : ରାଜ୍ୟ ସରକାର ଆଜି ୧୧ଟି ସେବା ନିୟମାବଳୀରେ ସଂଶୋଧନ କରିଛନ୍ତି। ଓଡ଼ିଶା ଜିଲ୍ଲା ତଥା ଅଧସ୍ତନ କୋର୍ଟର ଅଣ-ଜୁଡିସିଆଲ ଷ୍ଟାଫ୍ ସର୍ଭିସେସ୍(ନିଯୁକ୍ତି ପଦ୍ଧତି ଓ ସେବା ସର୍ତ), ଓଡ଼ିଶା ଓଏସ୍‌ଜେଏସ୍‌ ଓ ଓଜେଏସ୍‌ ନିୟମାବଳୀ ୨୦୦୭, ଓଡ଼ିଶା ଜିଲ୍ଲା ଆରକ୍ଷୀ ଅମଲା ସେବା(ନିଯୁକ୍ତି ପ୍ରଣାଳୀ ଓ ଚାକିରି ସର୍ତାବଳୀ) ନିୟମାବଳୀ ୨୦୨୧, ଓଡ଼ିଶା ବେସାମରିକ ସେବା(ପଦୋନ୍ନତି ପାଇଁ ମାନଦଣ୍ଡ) ନିୟମାବଳୀ ୧୯୯୨, ଓଡ଼ିଶା ବେସାମରିକା ସେବା(ସଂଯୁକ୍ତ ପ୍ରତିଯୋଗିତାମୂଳକ ମୁକରିର ପରୀକ୍ଷା) ନିୟମାବଳୀ ୧୯୯୨, ଓଡ଼ିଶା ବୈଧ ମାପବିଜ୍ଞାନ ସେବା ଅଧିନିୟମ ୨୦୨୧, ଓଡ଼ିଶା ସମବାୟ ସମୀକ୍ଷକ ବର୍ଗ ନାଁରେ ନୂଆ ବର୍ଗ ସଂଗଠନ ଓ ପୁନର୍ଗଠନ, ଓଡ଼ିଶା ସମବାୟ ସେବା ବର୍ଗର ପୁନର୍ଗଠନ ଓ ଓଡ଼ିଶା ଅଧସ୍ତନ ସମବାୟ ସେବା ବର୍ଗର ପୁନର୍ଗଠନ କରାଯାଇଛି।

ଓଡ଼ିଶା ଜିଲ୍ଲା ଓ ଅଧସ୍ତନ କୋର୍ଟର ଅଣ-ଜୁଡିସିଆଲ ଷ୍ଟାଫ୍ ସର୍ଭିସେସ୍(ନିଯୁକ୍ତି ପ୍ରଣାଳୀ ଓ ସେବା ସର୍ତ) ନିୟମ ୨୦୦୮ ଓ ଓଡ଼ିଶା ଅଧସ୍ତନ କୋର୍ଟ ଗ୍ରୁପ-ଡି କର୍ମଚାରୀ ନିୟମ ୨୦୨୧ରେ ସଂଶୋଧନ କରାଯାଇ ନିମ୍ନ ଅଦାଲତମାନଙ୍କରେ ଥିବା ‘ଦଫ୍ତରୀ’ ପଦବିଗୁଡ଼ିକୁ ରୂପାନ୍ତର କରି ‘ବାଇଣ୍ଡର’ ଶବ୍ଦ ବ୍ୟବହାର କରିବା ଲାଗି ନିଷ୍ପତ୍ତି ହୋଇଛି। ଆଜି ରାଜ୍ୟ କ୍ୟାବିନେଟ୍‌ରେ ଏହି ପ୍ରସ୍ତାବଗୁଡ଼ିକ ପାରିତ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe