ରାଷ୍ଟ୍ରପତି ନିର୍ବାଚନ ପାଇଁ କଂଗ୍ରେସର ୨ ଏଜେଣ୍ଟଙ୍କ ନାଁ ଘୋଷଣା: ଯଶୱନ୍ତ ସିହ୍ନାଙ୍କୁ ଯିବ କଂଗ୍ରେସ ଭୋଟ୍‌

Advertisment
ରାଷ୍ଟ୍ରପତି ନିର୍ବାଚନ ପାଇଁ କଂଗ୍ରେସର ୨ ଏଜେଣ୍ଟଙ୍କ ନାଁ ଘୋଷଣା: ଯଶୱନ୍ତ ସିହ୍ନାଙ୍କୁ ଯିବ କଂଗ୍ରେସ ଭୋଟ୍‌

Mint

ଭୁବନେଶ୍ବର : ରାଷ୍ଟ୍ରପତି ନିର୍ବାଚନ ପାଇଁ ରାଜ୍ୟ କ‌ଂଗ୍ରେସର ଦୁଇ ଏଜେଣ୍ଟଙ୍କ ନାମ ଘୋଷଣା ହୋଇଛି। ପୂର୍ବତନ ମନ୍ତ୍ରୀ ଗଣେଶ୍ବର ବେହେରା ଓ ବିଧାୟକ ସନ୍ତୋଷ ସିଂ ସାଲୁଜା କଂଗ୍ରେସର ଏଜେଣ୍ଟ ହୋଇଥିବା କଂଗ୍ରେସ ଦଳର ବୈଠକରୁ ସୂଚନା ମିଳିଛି।

ଦିଲ୍ଲୀରୁ ଫେରିବା ପରେ ପିସିସି ସଭାପତି ଶରତ ପଟ୍ଟନାୟକ ଆଜି ବିଧାୟକମାନଙ୍କୁ ଭେଟିଛନ୍ତି। ହାଇକମାଣ୍ଡଙ୍କ ନିଷ୍ପତ୍ତି ବିଷୟରେ ବିଧାୟକଙ୍କୁ ଅବଗତ କରିଛନ୍ତି। କଂଗ୍ରେସର ସମସ୍ତ ଭୋଟ ମିଳିତ ବିରୋଧୀ ଦଳର ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କୁ ଦେବା ପାଇଁ ବୈଠକରେ ଆଲୋଚନା ହୋଇଛନ୍ତି। ଯଶୱନ୍ତ ସିହ୍ନା ହାରନ୍ତୁ କି ଜିତନ୍ତୁ ତାଙ୍କୁ ଭୋଟ ଦେବା ପାଇଁ ପିସିସି ସଭାପିତଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ନିଷ୍ପତ୍ତି ହୋଇଥିବା ବିଧାୟକ ସୁରେଶ ରାଉତରାୟ ସୂଚନା ଦେଇଛନ୍ତି।

ଉଲ୍ଲେଖ ଯେ ପୂର୍ବରୁ ବିଧାୟକ ସୁରେଶ ରାଉରାୟ ଏନ୍‌ଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମଙ୍କ ସପକ୍ଷରେ ଯୁକ୍ତି ବାଢ଼ିଥିଲେ। ଏପରିକି ତାଙ୍କୁ ଜିତାଇବା ଲାଗି କଂଗ୍ରେସର ହାଇକମାଣ୍ଡ ସୋନିଆ ଗାନ୍ଧୀଙ୍କୁ ପତ୍ର ଲେଖିବେ ବୋଲି କହିଥିଲେ। ହେଲେ ପରବର୍ତୀ ସମୟରେ ଏଥିରୁ ଓହରି ଯାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe