ମୁଖ୍ୟ ପ୍ରଶାସକଙ୍କୁ ରିପୋର୍ଟ ମାଗିଲେ ଆମିକସ୍‌ ‌କ୍ୟୁରି

ଆସନ୍ତାକାଲି ରିପୋର୍ଟ ଦେବ ପ୍ରଶାସନ, ପଠାଇଲା ଭିଡିଓ କ୍ଲିପ୍, ଆନ୍ଦୋଳନକାରୀଙ୍କ ବିରୋଧରେ ହୋଇପାରେ କଠୋର କାର୍ଯ୍ୟାନୁଷ୍ଠାନ

ମୁଖ୍ୟ ପ୍ରଶାସକଙ୍କୁ ରିପୋର୍ଟ ମାଗିଲେ ଆମିକସ୍‌ ‌କ୍ୟୁରି

ପୁରୀ : ପୁରୀରେ ଲଙ୍କାକାଣ୍ଡ ଓ ବ୍ୟାପକ ଭଙ୍ଗାରୁଜା ଘଟଣାରେ ଶ୍ରୀମନ୍ଦିର ସଂସ୍କାର ପାଇଁ ନିଯୁକ୍ତ ଆମିକସ୍‌ ‌କ୍ୟୁରି ଗୋପାଳ ସୁବ୍ରମଣ୍ୟମ୍‌ ରାଜ୍ୟ ମୁଖ୍ୟଶାସନ ସଚିବଙ୍କୁ ରିପୋର୍ଟ ମାଗିଛନ୍ତି। କେଉଁ ପରିସ୍ଥିତିରେ ଧାଡ଼ି ଦର୍ଶନ ବ୍ୟବସ୍ଥାରେ ବ୍ୟାହତ ହେଲା ଏବଂ କିଏ କେଉଁ ପରିସ୍ଥିତିରେ ବ୍ୟାରିକେଡ ଭାଙ୍ଗି ବିଶୃଙ୍ଖଳା ସୃଷ୍ଟି କଲେ, ତାହାର ସମସ୍ତ ତଥ୍ୟ, ଫଟୋ ଓ ଭିଡିଓ ମଧ୍ୟ ମାଗିଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ଆମିକସ୍‌ ‌କ୍ୟୁରି ସୁବ୍ରମଣ୍ୟମ୍‌ ଆଜି ଏ ସମ୍ପର୍କରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ରଙ୍କ ସହିତ ବିସ୍ତୃତ ଭାବେ ଆଲୋଚନା କରିଛନ୍ତି। ଆମିକସ୍‌ ‌କ୍ୟୁରି ଏହି ଘଟଣାକୁ ଅତ୍ୟନ୍ତ ଗୁରୁତ୍ବର ସହ ଗ୍ରହଣ କରିଥିବା ଜଣାପଡ଼ିଛି। ଏକ ବିଶେଷସୂତ୍ରରୁ ମିଳିଥିବା ଖବର ଅନୁସାରେ, ମାନ୍ୟବର ସୁପ୍ରିମକୋର୍ଟଙ୍କ ଆଦେଶ ଅବମାନନା କରି ହିଂସା ଭିଆଇଥିବା ସେବକ, ସାଧାରଣ ଜନତାଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ବିରୋଧରେ ଆଇନଗତ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉପରେ ସେ ଗୁରୁତ୍ବାରୋପ କରିଛନ୍ତି। କେଉଁ ପରିସ୍ଥିତି‌େର ବ୍ୟାରିକେଡ ଭାଂଗିଲା ଓ ମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ଭଂଗାଯାଇଛି ତାକୁ ନେଇ ସେ କ୍ଷୁବ୍ଥ ଅଛନ୍ତି। ବଂଶାନୁକ୍ରମିକ ସେବା ପରମ୍ପରାର ଉଚ୍ଛେଦକୁ ନେଇ ପୁନଃ ବିଚାର କରିବାକୁ ପ୍ରତିଶ୍ରୁତି ଦେଇଥିବା ଆମିକସକ୍ୟୁରୀ ଆଜିର ଘଟଣା ପରେ କଠୋର ହେବେ ବୋଲି ଅନୁମାନ କରାଯାଉଛି। ଘଟଣାର ସମ୍ବେଦନଶୀଳତା ଓ ଗମ୍ଭୀରତା ଦୃଷ୍ଟିକୋଣରୁ ସେ ଖୁବ୍‌ଶୀଘ୍ର ଶ୍ରୀମନ୍ଦିର ପରିଦର୍ଶନରେ ଆସିବେ ବୋଲି ଜଣାପଡ଼ିଛି।

ଉଲ୍ଲେଖଯୋଗ୍ୟ ଯେ, ଆସନ୍ତା ୨୩ ତାରିଖରେ ଶ୍ରୀମନ୍ଦିର ମାମଲାର ପରବର୍ତ୍ତୀ ଶୁଣାଣି ଥିବାବେ‌େଳ ଆଜିର ହିଂସା ଏକ ନକାରାତ୍ମକ ବାର୍ତ୍ତା ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe