ରୋଗୀସେବା କ୍ଷେତ୍ରରେ ଘରୋଇ ଉଦ୍ୟୋଗୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି : ଅମିତ ଶାହ

Advertisment

ସମ୍‌ ଅଲ୍‌ଟିମେଟ ମେଡିକେୟାର୍ ହସ୍ପିଟାଲର ଉଦଘାଟିତ

ସମ୍‌ ଅଲ୍‌ଟିମେଟ ମେଡିକେୟାର୍ ହସ୍ପିଟାଲର ଉଦଘାଟିତ

ରୋଗୀସେବା କ୍ଷେତ୍ରରେ ଘରୋଇ ଉଦ୍ୟୋଗୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି : ଅମିତ ଶାହ

ଭୁବନେଶ୍ବର: ‌ଦେଶରେ ସମସ୍ତଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇବା ଲାଗି ସରକାରୀ ଭିତ୍ତିଭୂମି ପର୍ଯ୍ୟାପ୍ତ ନୁହେଁ। ଏ କ୍ଷେତ୍ରରେ ଘରୋଇ ଉଦ୍ୟୋଗୀମାନଙ୍କର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଭୁବନେଶ୍ବରରେ ସମ୍‌ ଅଲ୍‌ଟିମେଟ୍ ମେଡିକେୟାର୍ ହସ୍ପିଟାଲର ଲୋକାର୍ପଣ ଅବସରରେ ଉପରୋକ୍ତ ମତ ପ୍ରକାଶ କରିଛନ୍ତି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଗୃହମନ୍ତ୍ରୀ ଶାହ ସମ୍‌ ଅଲ୍‌ଟିମେଟ ମେଡିକେୟାର୍ ହସ୍ପିଟାଲର ଉଦଘାଟନ କରିଛନ୍ତି।

ଏହି ଅବସରରେ ସେ ସମ୍ ଅଲ୍ଟିମେଟ୍ ମେଡିକେୟାର ପ୍ରତିଷ୍ଠା ଉଦ୍ୟମକୁ ପ୍ରଶଂସା କରିବା ସହ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ ସରକାରୀ ମେଡିକାଲ୍ କଲେଜ ରୋଗୀସେବା ପାଇଁ ଯଥେଷ୍ଟ ନୁହେଁ । ଏ କ୍ଷେତ୍ରରେ ଘରୋଇ ଉଦ୍ୟୋଗୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ସମ୍ ଅଲ୍ଟିମେଟ୍ ମେଡିକେୟାର ରାଜ୍ୟବାସୀଙ୍କୁ ଉତ୍ତମ ସେବା ଯୋଗାଇବ ବୋଲି ଅମିତ ଶାହ ଆଶା ପ୍ରକାଶ କରିଛନ୍ତି।

ଉଦଘାଟନ ଉତ୍ସବରେ ନିଜର ବକ୍ତବ୍ୟ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ଏହି ଅତ୍ୟାଧିନିକ ଡାକ୍ତରଖାନା ରାଜ୍ୟରେ ସର୍ବୋଚ୍ଚ ସ୍ୱାସ୍ଥ୍ୟ ସେବା ଯୋଗାଇବ ଏବଂ ଓଡ଼ିଶାବାସୀଙ୍କୁ ଉନ୍ନତମାନର ସ୍ୱାସ୍ଥ୍ୟସେବା ମିଳିବ।

ଏଥିରେ ଅନ୍ୟତମ ଅତିଥି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ ଅଲ୍ଟିମେଟ୍ ମେଡିକେୟାର ପ୍ରତିଷ୍ଠା ଏକ ଭଲ ପଦକ୍ଷେପ ବୋଲି କହିବା ସହ  ରାଜ୍ୟରେ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଯୋଜନାକୁ ଲାଗୁ କରିବା ଲାଗି ସେ ମୁଖ୍ୟମନ୍ତ୍ରୀଙ୍କୁ ବିନମ୍ର ଅନୁରୋଧ କରିଥିଲେ।

ଏହି ଅବସରରେ ସୋଆ ପ୍ରତିଷ୍ଠାତା ସଭାପତି ପ୍ରଫେସର ଡକ୍ଟର ମନୋଜ ରଞ୍ଜନ ନାୟକ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe