ପ୍ରଜାତନ୍ତ୍ରର ପ୍ରତିଷ୍ଠା ଦିବସରେ ଯୋଗଦେବେ ଅମିତ ଶାହା ଓ ନବୀନ ପଟ୍ଟନାୟକ

Advertisment
ପ୍ରଜାତନ୍ତ୍ରର ପ୍ରତିଷ୍ଠା ଦିବସରେ ଯୋଗଦେବେ ଅମିତ ଶାହା ଓ ନବୀନ ପଟ୍ଟନାୟକ

କଟକ : ପ୍ରଜାତନ୍ତ୍ରର ୭୫ତମ ପ୍ରତିଷ୍ଠା ଦିବସ ଅବସରରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଉଦ୍‌ଘାଟକ ରୂପେ ଯୋଗଦେବେ। ଆସନ୍ତା ଅଗଷ୍ଟ ୮ ତାରିଖ ଦିନ ୧୧ଟାରେ କଟକର ଜବାହରଲାଲ ନେହରୁ ଇନ୍‌ଡୋର ଷ୍ଟାଡ଼ିୟମ୍‌ରେ ଆୟୋଜିତ ହେବାକୁ ଥିବା ଉଦ୍‌ଘାଟନ ଉତ୍ସବରେ ସ୍ବରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଶାହା ଯୋଗ ଦେବେ। ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ରୂପେ ଯୋଗଦେବାର ମଧ୍ୟ କାର୍ଯ୍ୟକ୍ରମ ରହିଛି। ସେହିପରି ଜ୍ଞାନପୀଠ ପୁରସ୍କାର ବିଜେତା ଡକ୍ଟର ପ୍ରତିଭା ରାୟ ମୁଖ୍ୟ ବକ୍ତା ଭାବରେ ଯୋଗଦେବାକୁ ଥିବା ବେଳେ ଉତ୍ସବରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସଭାପତିତ୍ବ କରିବେ ବୋଲି ସାଂସଦ ଭତ୍ତୃର୍ହରି ମହତାବ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ।

ସେହିଦିନ ସନ୍ଧ୍ୟାରେ ପ୍ରଜାପରିସରସ୍ଥ ବିଷୁବ ମଣ୍ତପଠାରେ ଆୟୋଜିତ ହେବାକୁ ଥିବା ଉତ୍ସବରେ ମୁଖ୍ୟ ଅତିଥି ରୂପେ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ଓ ଦୈନିକ ହିନ୍ଦୁସ୍ତାନ୍‌ର ସଂପାଦକ ଶଶିଶେଖର ମୁଖ୍ୟ ବକ୍ତା ଭାବରେ ଯୋଗଦେବେ। ଉକ୍ତ ଉତ୍ସବରେ ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ୍‌ ଦୀପକ ମିଶ୍ର ସଭାପତିତ୍ବ କରିବେ। ଅଗଷ୍ଟ ୯ ତାରିଖ ସନ୍ଧ୍ୟାରେ ଅନୁଷ୍ଠିତ ହେବାକୁ ଥିବା ଉତ୍ସବରେ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ରାଜ୍ୟସଭା ଉପାଧ୍ୟକ୍ଷ ଶ୍ରୀ ହରିବଂଶ ଯୋଗଦେବେ। ଉକ୍ତ ସଭାରେ ସଭାପତିତ୍ବ କରିବେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍‌ ଅନଙ୍ଗ ପଟ୍ଟନାୟକ। ସୂଚନାଯୋଗ୍ୟ ଯେ ୧୯୪୭ ମସିହା ଅଗଷ୍ଟ ୮ ତାରିଖରେ ପ୍ରଜାତନ୍ତ୍ରର ଜନ୍ମ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe