ଭୁବନେଶ୍ୱର: ୨୦୧୯ ନିର୍ବାଚନ ପାଇଁ ଗତକାଲି ବିଜେପି ପକ୍ଷରୁ ଜାରି କରାଯାଇଥିବା ଓଡ଼ିଶା ଲାଗି ସଂକଳ୍ପପତ୍ରର ଉନ୍ମୋଚନ ଉତ୍ସବରେ ଯୋଗ ଦେବା ସହ ବରଗଡ଼ରେ ସାଧାରଣ ସଭାରେ ଯୋଗ ଦେଇଥିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ। ସେ ପୁଣି ଆସନ୍ତାକାଲି ଓଡ଼ିଶା ଆସିବେ ବୋଲି ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି।
ସେ କହିଛନ୍ତି ଯେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ପୁରୀରେ ରୋଡ୍ ସୋ’ରେ ଯୋଗ ଦେବେ, ସିଂହଦ୍ୱାର ନିକଟରୁ ମାଉସୀ ମା’ ମନ୍ଦିର ଯାଏ ତାଙ୍କର ରୋଡ୍ ସୋ’ ହେବ । ଠିକ୍ ସେହିପରି ଆଗାମୀ୧୫ କିମ୍ବା ୧୬ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଆସିପାରନ୍ତି ବୋଲି ବି ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି।
Follow Us