୧୭ରେ ଢେଙ୍କାନାଳ ଆସିବେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ମହା ଜନସମ୍ପର୍କ ଯାତ୍ରାରେ ସାମିଲ ହେବେ

Advertisment
୧୭ରେ ଢେଙ୍କାନାଳ ଆସିବେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ମହା ଜନସମ୍ପର୍କ ଯାତ୍ରାରେ ସାମିଲ ହେବେ

ଭୁବନେଶ୍ବର: କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଆସନ୍ତା ୧୭ ତାରିଖରେ ଢେଙ୍କାନାଳ ଆସିବେ। ସେ ଢେଙ୍କାନାଳରେ ମହା ଜନସମ୍ପର୍କ ଯାତ୍ରାରେ ସାମିଲ ହେବେ ବୋଲି ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଚୂଡ଼ାନ୍ତ କାର୍ଯ୍ୟସୂଚୀ ଏବେ ସୁଦ୍ଧା ଆସିନାହିଁ, କିନ୍ତୁ ତାଙ୍କର ଢେଙ୍କାନାଳ କାର୍ଯ୍ୟକ୍ରମ ସ୍ଥିର ହୋଇଥିବା ସୂଚନା ଆସିଛି। ଏକ ବିଶାଳ ସମ୍ମିଳନୀରେ ସେ ଯୋଗଦାନ କରି ପ୍ରାୟ ୫୦ହଜାର ହିତାଧିକାରୀଙ୍କୁ ସମ୍ବୋଧନ କରିବେ। ଏହାସହ ଭାରତ ସରକାରଙ୍କ ଦ୍ୱାରା ପଦ୍ମ ପୁରସ୍କାର ପ୍ରାପ୍ତ ଏବଂ ଭାରତ ସରକାରଙ୍କ ଦ୍ୱାରା ସମ୍ମାନିତ ହୋଇଥିବା ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ଭେଟିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି ଶାହଙ୍କର। ଏନେଇ ଆଗକୁ ସ୍ପଷ୍ଟ ଚିତ୍ର ଆସିବ। ୯ ବର୍ଷ ଶାସନ କାଳରେ ମୋଦୀ ସରକାରଙ୍କ ଯୋଜନା ଚିତ୍ର ରଖିବେ। ତାଙ୍କସହ କେନ୍ଦ୍ର ସରକାରଙ୍କ ବରିଷ୍ଠ ମନ୍ତ୍ରୀ ଏବଂ ରାଜ୍ୟ ନେତୃତ୍ୱ ଉପସ୍ଥିତ ରହିବେ।

publive-image

ସୂଚନାଯୋଗ୍ୟ, କିଛି ଦିନ ତଳେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଥିଲେ ଯେ ଜୁନ୍‌ ୧୭ରେ କେନ୍ଦ୍ର ଗୃହ ମନ୍ତ୍ରୀ  ଅମିତ ଶାହ ଏବଂ  ୨୨ ତାରିଖରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓଡ଼ିଶା ଆସିବେ। ସେ କହିଥିଲେ, ବିଜେପିର ମହାଜନସମ୍ପର୍କ  ଯାତ୍ରାରେ ଯୋଗ ଦେବାକୁ ଉଭୟ ନେତା ଓଡ଼ିଶା ଆସିବେ।

ମନମୋହନ ସାମଲ ବିଜେପି ରାଜ୍ୟ ସଭାପତି ଭାବେ ଦାୟିତ୍ବ ଗ୍ରହଣ କରିବା ପରେ ଏବେ ଦଳ ଆକସନ୍ ମୁଡରେ ଅଛି।  ପୂର୍ବତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ଏବେକାର କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଏହି ଗସ୍ତ ଦଳର ସଂଗଠନକୁ ଅଧିକ ସକ୍ରିୟ କରିବ ବୋଲି ଆଶଶ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe