କଣ୍ଟ୍ରୋଲ ରୁମ୍ ଦାୟିତ୍ବରେ ଆଇଜି ଅମିତାଭ ଠାକୁର

Advertisment

ଗାଡ଼ି ଚାଳକଙ୍କ ପାଇଁ ପୁଲିସ ହେଲ୍ପଲାଇନ

ଗାଡ଼ି ଚାଳକଙ୍କ ପାଇଁ ପୁଲିସ ହେଲ୍ପଲାଇନ

ଖୁବ୍‌ଶୀଘ୍ର କନ୍ଧମାଳକୁ ମାଓମୁକ୍ତ କରାଯିବ: ଅମିତାଭ ଠାକୁର

ଭୁବନେଶ୍ବର : କରୋନା ମୁକାବିଲା ପାଇଁ କେନ୍ଦ୍ର ସରକାର ସବୁ ରାଜ୍ୟକୁ କଣ୍ଟ୍ରୋଲ ରୁମ୍ ଖୋଲିବାକୁ ନିର୍ଦେଶ ଦେଇଥିଲେ। ଏହିକ୍ରମରେ ରାଜ୍ୟ ସରକାରଙ୍କ ଗୃହ ବିଭାଗ ଏକ କଣ୍ଟ୍ରୋଲ ରୁମ୍‌ ଖୋଲିଛନ୍ତି। ଏହି କଣ୍ଟ୍ରୋଲ୍ ରୁମ୍ ନଂ: ୦୬୭୪-୨୩୯୨୧୧୫/୯୪୩୮୯୧୫୯୮୬ ରଖାଯାଇଛି। ଗୃହ ବିଭାଗ ଅଧୀନରେ ଏହି ୨୪ ଘଣ୍ଟିଆ କଣ୍ଟ୍ରୋଲ୍ ରୁମ୍ କାର୍ଯ୍ୟ କରିବ। ଆଜିଠାରୁ ୨୪ ଘଣ୍ଟିଆ ଏହି କଣ୍ଟ୍ରୋଲ୍ ରୁମ୍ ଖୋଲିବ। ସରକାର ଏହାର ଦାୟିତ୍ବରେ ବରିଷ୍ଠ ଆଇପିଏସ୍ ଅଫିସର ତଥା ଆଇଜି ଅପରେସନ୍ ଅମିତାଭ ଠାକୁରଙ୍କୁ ଦେଇଛନ୍ତି। ସେ ଲକ୍ ଡାଉନ୍ ଓ ବାହାରେ ଥିବା ଓଡ଼ିଆଙ୍କ କଥା ମଧ୍ୟ ବୁଝିବେ।

ଗାଡ଼ି ଚାଳକଙ୍କ ପାଇଁ ପୁଲିସ ହେଲ୍ପଲାଇନ
କଟକ : ରାଜ୍ୟ କିମ୍ବା ଜିଲ୍ଲା ଭିତର ଦେଇ ଯାଇଥିବା ରାସ୍ତାରେ ଆସୁଥିବା ଖାଦ୍ୟସାମଗ୍ରୀ ବୋଝେଇ ଗାଡ଼ି ପାଇଁ ପୁଲିସ ବିଭାଗ ଏକ ହେଲ୍ପ ଲାଇନ୍ ନମ୍ବର ଜାରି କରିଛି। ଏହି ହେଲ୍ପ ଲାଇନ ନମ୍ବର ୨୪ ଘଣ୍ଟା ଖୋଲା ରହିବ। ଗାଡ଼ି ଚାଳକ କିମ୍ବା ମାଲ ପରିବହନ ସଂସ୍ଥାର ମାଲିକମାନେ ହେଲ୍ପ ଲାଇନ ନମ୍ବର(୦୬୭୪-୨୬୨୦୨୦୦) ମାଧ୍ୟମରେ ସମସ୍ତ ପ୍ରକାର ସାହାଯ୍ୟ ଓ ପରାମର୍ଶ ନେଇପାରିବେ। ପୁଲିସ ଏସପି ସୁଧାଂଶୁ ମିଶ୍ର ହେଲ୍ପ ଲାଇନର ସମ୍ପୂର୍ଣ୍ଣ ଦାୟିତ୍ବରେ ରହିବା ନେଇ ପୁଲିସ ମୁଖ୍ୟାଳୟ ସୂତ୍ରରୁ ସୂଚନା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe