ଲୋକପ୍ରିୟ ପ୍ରଯୋଜକ-ନିର୍ଦ୍ଦେଶକ ଅମୀୟ ପଟ୍ଟନାୟକଙ୍କ ପରଲୋକ

Advertisment
ଲୋକପ୍ରିୟ ପ୍ରଯୋଜକ-ନିର୍ଦ୍ଦେଶକ ଅମୀୟ ପଟ୍ଟନାୟକଙ୍କ ପରଲୋକ

ଭୁବନେଶ୍ୱର: ଓଡ଼ିଆ ସିନେଜଗତର ଲୋକପ୍ରିୟ ପ୍ରଯୋଜକ-ନିର୍ଦ୍ଦେଶକ ଅମୀୟ ପଟ୍ଟନାୟକ ଆଉ ନାହାନ୍ତି। ନୂଆଦିଲ୍ଲୀର ମେଦାନ୍ତ ହସ୍ପିଟାଲରେ ଆଜି ସକାଳ ୮ଟା ସମୟରେ ତାଙ୍କର ପରଲୋକ ଘଟିଛି। ଅମୀୟ ପଟ୍ଟନାୟକଙ୍କ ପ୍ରଯୋଜିତ ଓ ନିର୍ଦ୍ଦେଶିତ ବହୁ ଓଡ଼ିଅା ଚଳଚ୍ଚିତ୍ର ବେଶ୍‌ ଲୋକପ୍ରିୟତା ହାସଲ କରିଥିଲା। ୮୦ଦଶକରେ ଓଡ଼ିଅା ଚଳଚ୍ଚିତ୍ର ନିର୍ମାଣ କ୍ଷେତ୍ରରେ ପ୍ରବେଶ କରିଥିଲେ।  ସେ ୧୯୮୪ ମସିହାରେ ପ୍ରଥମେ ନିର୍ମାଣ କରିଥିଲେ ‘ହାକିମ ବାବୁ’। ଏହାର ନିର୍ଦ୍ଦେଶନା ଦେଇଥିଲେ ଜଣାଶୁଣା ନିର୍ଦ୍ଦେଶକ ପ୍ରଣବ ଦାସ। ଏଥିରେ ଅଜିତ ଦାସ, ଜୟା ଡଲି ଜେନା ,ହେମନ୍ତ ଦାସ, ସାମୁଏଲ ସାହୁ,ପ୍ରସନ୍ନ ମିଶ୍ର ,ଦୁଃଖୀରାମ ସ୍ୱାଇଁ , ଜୟୀ ଏବଂ ଅସିତ ପତି ପ୍ରମୁଖ ଅଭିନୟ କରିଥିଲେ। ଏହାକୁ ରାଜ୍ୟ ଏବଂ ରାଷ୍ଟ୍ରୀୟ ପୁରସ୍କାର ବି ମିଳିଥିଲା।

publive-image

ଏହାପରେ ସେ ନିର୍ଦ୍ଦେଶନା କ୍ଷେତ୍ରକୁ ଓହ୍ଲାଇ ନିର୍ମାଣ କରିଥିଲେ ‘ମମତା ମାଗେ ମୂଲ’। ଏହା ୧୯୮୫ରେ ରିଲିଜ୍‌ ହୋଇଥିଲା। ତାପରେ ଅମୀୟ ପଟ୍ଟନାୟକ ପୁଅ ‘ମୋର କଳାଠାକୁର’,‘ଚକା ଆଖି ସବୁ ଦେଖୁଛି’,‘ଆସୁଚି ମୋ କାଳିଆ ସୁନା’ ,‘ଚକାଡୋଳା କରୁଚି ଲୀଳା’, ‘ପରଦେଶୀବାବୁ’, ‘ରାଜାରାଣୀ’ ଏବଂ ‘ତୁଳସୀ ଅପା’ ଆଦି ସିନେମା ନିର୍ମାଣ କରିଥିଲେ। ତାଙ୍କୁ ‘ତୁଳସୀ ଅପା’ ଚଳଚ୍ଚିତ୍ରଲାଗି ଶ୍ରେଷ୍ଠ ନିର୍ଦ୍ଦେଶକଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଥିଲା। ତାଙ୍କ ପରଲୋକରେ ଓଲିଉଡରେ ଶୋକର ଛାୟା ଖେଳିଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe