ଅମୀୟ ପଟ୍ଟନାୟକଙ୍କ ପାର୍ଥିବ ଶରୀର ଆଜି ରାତି ୮ଟାରେ ଆସି ଭୁବନେଶ୍ୱରରେ ପହଞ୍ଚିବ

Advertisment
ଅମୀୟ ପଟ୍ଟନାୟକଙ୍କ ପାର୍ଥିବ ଶରୀର ଆଜି ରାତି ୮ଟାରେ ଆସି ଭୁବନେଶ୍ୱରରେ ପହଞ୍ଚିବ

ଭୁବନେଶ୍ୱର: ଓଡ଼ିଆ ସିନେଜଗତର ଲୋକପ୍ରିୟ ପ୍ରଯୋଜକ-ନିର୍ଦ୍ଦେଶକ ଅମୀୟ ପଟ୍ଟନାୟକଙ୍କ ପାର୍ଥିବ ଶରୀର ଆଜି ରାତି ୮ଟାରୁ ୮.୩୦ ମିନିଟ ମଧ୍ୟରେ ଆସି ଭବନେଶ୍ୱର ଠାରେ ପହଞ୍ଚିବ ବୋଲି ଜାଣିବାକୁ ମିଳିଛି। ଏସଂପର୍କରେ ସୂଚନା ଦେଇ ଆମ ନୂଆଦିଲ୍ଲୀ ପ୍ରତିନିଧି କହିଛନ୍ତି ଯେ ସ୍ୱର୍ଗତ ପଟ୍ଟନାୟକଙ୍କ ପାର୍ଥିବ ଶରୀରକୁ ଏକ ଏୟାର ଆମ୍ବୁଲାନ୍ସ ଯୋଗେ ନୂଆଦିଲ୍ଲୀର ମେଦାନ୍ତ ହସ୍ପିଟାଲରୁ ଭୁବନେଶ୍ୱରକୁ ଅଣାଯିବ। ସ୍ୱର୍ଗତ ପଟ୍ଟନାୟକଙ୍କ ପାର୍ଥିବ ଶରୀରକୁ ନେଇ ଆସୁଥିବା ଏୟାର ଆମ୍ବଲାନ୍ସ ସନ୍ଧ୍ୟା ୬ଟାରେ ଦିଲ୍ଲୀରୁ ବାହାରିବା ସହ ରାତି ୮ଟାରୁ ୮.୩୦ ମିନିଟ ମଧ୍ୟରେ ଆସି ଭବନେଶ୍ୱର ବିମାନ ବନ୍ଦର ଠାରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି। ସେଠାରୁ ସ୍ୱର୍ଗତ ପଟ୍ଟନାୟକଙ୍କ ପାର୍ଥିବ ଶରୀରକୁ ତାଙ୍କ ନୂଆପଲ୍ଲୀସ୍ଥିତ ବାସଭବନକୁ ନିଆଯାଇ ସେଠାରେ ଅନ୍ତିମ ଦର୍ଶନ ପାଇଁ ରଖାଯିବ।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ନୂଆଦିଲ୍ଲୀର ମେଦାନ୍ତ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଅବସ୍ଥାରେ ଆଜି ସକାଳ ୮ଟା ସମୟରେ ତାଙ୍କର ପରଲୋକ ଘଟଥିଲା। ଅମୀୟ ପଟ୍ଟନାୟକ ରାଜ୍ୟର ଜଣେ ଖ୍ୟାତନାମା ପ୍ରଯୋଜକ ଓ ନିର୍ଦ୍ଦେଶକ ଥିବା ସହ ରାଜ୍ୟ ଏବଂ ରାଷ୍ଟ୍ରୀୟ ସ୍ତରରେ ପୁରସ୍କୃତ ହୋଇଥିଲେ। ଅମୀୟ ପଟ୍ଟନାୟକଙ୍କ ବିୟୋଗରେ ରାଜ୍ୟର ଚଳଚ୍ଚିତ୍ର ଜଗତରେ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି। ତାଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ରାଜ୍ୟର ବହୁ ସିନେ କଳାକାର ଅପେକ୍ଷା କରି ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe