ପୁଣି ସମୂହ ଛୁଟିରେ ଯିବେ ଜିଲ୍ଲାସ୍ତରୀୟ ଅମଲା ମଞ୍ଚ

ପୁଣି ସମୂହ ଛୁଟିରେ ଯିବେ ଜିଲ୍ଲାସ୍ତରୀୟ ଅମଲା ମଞ୍ଚ

ଖୋର୍ଦ୍ଧା: ୧ ଜୁନ୍‌ ୨୦୨୩ରୁ ୧୭ ଜୁନ୍‌ ୨୦୨୩ ସମୂହ ଛୁଟିରେ ଯାଇ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ ଜିଲ୍ଲାସ୍ତରୀୟ ଅମଲା ମଞ୍ଚ। ମୁଖ୍ୟ ଶାସନ ସଚିବ, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କ ସହ ଆଲୋଚନାରେ ଦାବି ସମ୍ପର୍କରେ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ମିଳିଥିଲା ଏଣୁ ଜୁନ୍‌ ୧୭ ତାରିଖରୁ ଆନ୍ଦୋଳନକୁ ସ୍ଥଗିତ ରଖିଥିଲେ। ଏହା ମଧ୍ୟରେ ୧୧୩ ଦିନ ବିତିଯାଇଛି, କିନ୍ତୁ ସେମାନଙ୍କ ଦାବି ପୂରଣ ହୋଇପାରିନାହିଁ। ଏଣୁ ପୁଣିଥରେ ସମୂହ ଛୁଟିରେ ଯିବେ ବୋଲି ଆଜି ଜିଲ୍ଲାସ୍ତରୀୟ ମିଳିତ ଅମଲା ମଞ୍ଚର ଏକ ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ନିଆଯାଇଛି।

ଆଜି ​ସ୍ଥାନୀୟ ବକ୍ସି ଜଗବନ୍ଧୁ ବିଦ୍ୟାଧର ସରକାରୀ ଉଚ୍ଚ ବାଳକ ବିଦ୍ୟାଳୟର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲା ଶାଖା ଅଧ୍ୟକ୍ଷ ଅଶୋକ କୁମାର ପଣ୍ଡା ଅଧ୍ୟକ୍ଷତା କରିଥିଲେ। ଏଥିରେ ସେମାନଙ୍କ ଗ୍ରେଡ୍‌ ପେକୁ ୪୨୦୦ ଟଙ୍କା କରିବାକୁ ଏକ ମାତ୍ର ଦାବି ରଖିଥିଲେ। ଏହି ଦାବି ସମ୍ପର୍କରେ ରାଜ୍ୟ ସରକାରଙ୍କୁ ଏକ ଲିଖିତ ସ୍ମାରକପତ୍ର ଦିଆଯିବ। ଯଦି ଚଳିତ ମାସ ୨୫ ତାରିଖ ସୁଦ୍ଧା କୌଣସି ପଦକ୍ଷେପ ଗ୍ରହଣ ନକରନ୍ତି ତେବେ ୨୬ ତାରିଖ ଠାରୁ ପୁଣିଥରେ ସମୂହ ଛୁଟିରେ ଯାଇ ଧାରଣାରେ ବସିବେ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ମିଳିତ ଅମଲା ମଞ୍ଚର ଅଧ୍ୟକ୍ଷ ନାରାୟଣ ଦାଶ, ଜିଲ୍ଲା ଆବାହକ ସନ୍ତୋଷ କୁମାର ନିଶଙ୍କ, ଶୁଭେନ୍ଦୁ ରାଉତରାୟ, ସମର କାନୁନଗୋ, ପବିତ୍ର କୁମାର ସେଠୀ, ନିରଞ୍ଜନ ମହାରଣା, ସାମନ୍ତ ଭୀମସେନ ଭଞ୍ଜ, ଅର୍ଜୁନ ମହାରଣା, ସବ୍ୟସାଚୀ ଧଳ, ତପନ କୁମାର ବାରିକ, ରଶ୍ମି ରାଉତରାୟ ପ୍ରମୁଖଙ୍କ ସହ ୫୦ରୁ ଉର୍ଦ୍’ଧ୍ବ ସଦସ୍ୟ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe