ଅମ୍ଳାନଙ୍କ ପତ୍ନୀ ମହାନଦୀରୁ ଉଦ୍ଧାର, ଆତ୍ମହତ୍ୟା ଉଦ୍ୟମ!

Advertisment
ଅମ୍ଳାନଙ୍କ ପତ୍ନୀ ମହାନଦୀରୁ ଉଦ୍ଧାର, ଆତ୍ମହତ୍ୟା ଉଦ୍ୟମ!

କଟକ-ସିଡିଏ : ବିଶିଷ୍ଟ ଅଭିନେତା ମିହିର ଦାସଙ୍କ ବୋହୂ ତଥା ଅଭିନେତା ଅମ୍ଳାନଙ୍କ ପତ୍ନୀ ଭୂମିକାଙ୍କୁ ଆଜି ଅପରାହ୍ନରେ ମହାନଦୀ ପାଣିରୁ ଉଦ୍ଧାର କରାଯାଇଛି। ମହାନଦୀର ମଧୁସୂଦନ ସେତୁ ଉପରୁ ଭୂମିକା ପାଣିକୁ ଖସିପଡ଼ିଥିବା ଦେଖି ଲୋକମାନେ ସେଠାରେ ଏକାଠି ହୋଇଯାଇଥିଲେ। ଭୂମିକା ନଦୀ‌ରେ ଜୀବନ ବଞ୍ଚାଇବା ପାଇଁ ପହଁରିବା ବେଳେ ଲୋକମାନେ ତାଙ୍କ ନିକଟରେ ପହଞ୍ଚି ଉଦ୍ଧାର କରିଥିଲେ।

ଆଜି ଅପରାହ୍ନ ପ୍ରାୟ ୨ଟା ବେଳେ ଜଣେ ମହିଳା ଏକ ସ୍କୁଟିରେ ମହାନଦୀର ମଧୁସୂଦନ ସେତୁ ଉପରେ ପହଞ୍ଚି ସେତୁ ମଝିରେ ସ୍କୁଟି ପାର୍କିଂ କରିଥିଲେ। ସେଠାରେ ବୁଲାବୁଲି କରୁଥିବା ବେଳେ ହଠାତ୍‌ ସେ ନଦୀକୁ ଖସି ପଡ଼ିଥିବା ଲୋକମାନେ ଦେଖିବା‌କୁ ପାଇଥିଲେ। ପୋଲରେ ଯାଉଥିବା ଲୋକମାନେ ଏହା ଦେଖିପାରି ଅଟକି ଯାଇଥିଲେ। କିଛି ସମୟ ଭିତରେ ପୋଲ ଉପରେ ଲୋକଙ୍କ ଭିଡ଼ ଜମିଥିଲା। ଉପସ୍ଥିତ ଲୋକେ ଫେଜ୍‌-୨ ପୁଲିସକୁ ଖବର ଦେଇଥିଲେ। ନଦୀରେ ମହିଳାଜଣକ ପହଁରି ଜୀବନ ବଞ୍ଚାଇବାକୁ ଉଦ୍ୟମ କରୁଥିବା ବେଳେ ଲୋକମାନେ ତାଙ୍କ ନିକଟରେ ପହଞ୍ଚି ଉଦ୍ଧାର କରିଥିଲେ। ମର୍କତନଗର ଫେଜ୍‌-୨ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଥାନାକୁ ନେଇ ଯାଇଥିଲେ। ଥାନାରେ ପଚରାଉଚରା କରିବାରେ ସେ ଅଭିନେତା ମିହିର ଦାସଙ୍କ ବୋହୂ ତଥା ଅଭିନେତା ଅମ୍ଳାନଙ୍କ ପତ୍ନୀ ଭୂମିକା ବୋଲି ଜଣାପଡ଼ିଥିଲା। ପୁଲିସ ଅମ୍ଳାନଙ୍କୁ ଥାନାକୁ ଡକାଇ ଘଟଣା ସମ୍ପର୍କରେ ପଚରାଉଚରା କରିବା ପରେ ତାଙ୍କ ସହ ଭୂମିକାଙ୍କୁ ଛାଡ଼ିଛି।

ଭୂମିକା ପୂଜା ସାମଗ୍ରୀ ବିସର୍ଜନ କରିବାକୁ ଯାଇଥିବାବେଳେ ପୋଲରୁ ଗୋଡ଼ ଖସିଯିବାରୁ ନଦୀକୁ ଖସି ପଡିଥିଲେ ବୋଲି ପୁଲିସ ପ୍ରାଥମିକ ପର୍ଯ୍ୟାୟରେ ଜାଣିବାକୁ ପାଇଥିବା ସୂଚନା ଦେଇଛି। ତେବେ, ତଦନ୍ତ ପରେ ପ୍ରକୃତ ଘଟଣା ଜଣାପଡ଼ିବ ବୋଲି ପୁଲିସ କହୁଛି। ଆଜିର ଏହି ଘଟଣା ସମୟ ସହରରେ ଚର୍ଚାର ବିଷୟ ହୋଇଛି। କେହି କେହି ଅମ୍ଳାନଙ୍କ ପତ୍ନୀ ମହାନଦୀକୁ ଡେଇଁ ଆତ୍ମହତ୍ୟା କରିବା ପାଇଁ ଉଦ୍ୟମ କରୁଥିବା ନେଇ ମଧ୍ୟ ଆଲୋଚନା କରୁଛନ୍ତି। ଅନ୍ୟପକ୍ଷରେ ପୁଲିସ ଅପରାହ୍ନ ୨ଟା‌ ବେଳେ ଭୂମିକା କାହିଁକି ଏକୁଟିଆ ମହାନଦୀ ପୋଲ ଉପରକୁ ଆସିଥିଲେ ଓ କେଉଁ ପରିସ୍ଥିତିରେ ‌ସେ ମହାନଦୀକୁ ଖସିପଡ଼ିଲେ ତାହାକୁ ନେଇ ଖୋଳତାଡ଼ କରୁଛି। ‌

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe