ଚାନ୍ଦିପୁରରେ ଆତଙ୍କ : ଚିଙ୍ଗୁଡ଼ି ପ୍ରସେସିଂ ପ୍ଲାଣ୍ଟରୁ ଆମୋନିଆ ଗ୍ୟାସ୍‌ ଲିକ୍‌

Advertisment

ବଡ଼ ଦୁର୍ଘଟଣାରୁ ବଞ୍ଚିଗଲେ ଅଂଚଳବାସୀ, ସ୍ଥିତି ନିୟନ୍ତ୍ରଣକୁ ଆଣିଲେ ଅଗ୍ନିଶମ କର୍ମଚାରୀ

ବଡ଼ ଦୁର୍ଘଟଣାରୁ ବଞ୍ଚିଗଲେ ଅଂଚଳବାସୀ, ସ୍ଥିତି ନିୟନ୍ତ୍ରଣକୁ ଆଣିଲେ ଅଗ୍ନିଶମ କର୍ମଚାରୀ

ଚାନ୍ଦିପୁରରେ ଆତଙ୍କ : ଚିଙ୍ଗୁଡ଼ି ପ୍ରସେସିଂ ପ୍ଲାଣ୍ଟରୁ ଆମୋନିଆ ଗ୍ୟାସ୍‌ ଲିକ୍‌

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲାର ଚାନ୍ଦିପୁର ରାସ୍ତାରେ ଥିବା ଆକ୍ୱା ମେରାଇନ୍‌ ଓଡ଼ିଶା ନାମକ ଏକ ଚିଙ୍ଗୁଡ଼ି ପ୍ରସେସିଂ ପ୍ଲାଣ୍ଟରୁ ଆଜି ଅପରାହ୍ନରେ ଆମୋନିଆ ଗ୍ୟାସ୍‌ ଲିକ୍‌ ହେବାରୁ ଏହାକୁ ନେଇ ଆତଙ୍କ ଖେଳି ଯାଇଥିଲା। ଏପରିକି ପାଖରେ ଥିବା ବସ୍ତିର ଲୋକମାନେ ଘର ଛାଡ଼ି ଦୂରସ୍ଥାନକୁ ପଳାଇ ଯାଇଥିଲେ। ତେବେ ଠିକ୍‌ ସମୟରେ ଖବରପାଇ ବାଲେଶ୍ୱର ଅଗ୍ନିଶମ କର୍ମଚାରୀମାନେ ସେଠାରେ ପହଞ୍ଚି ଯିବାରୁ ଏକ ବଡ଼ ଧରଣର ଦୁର୍ଘଟଣାକୁ ରୋକା ଯାଇ ପାରିଛି। ପରେ ସଦର ତହସିଲଦାର ରଶ୍ମିରେଖା ପ୍ରଧାନ ଓ ପ୍ରଦୂଷଣ ବିଭାଗର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଯାଞ୍ଚ କରିଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ପ୍ଲାଣ୍ଟରେ ଚିଙ୍ଗୁଡ଼ିଗୁଡ଼ିକୁ ଏକ ନିର୍ଦ୍ଦିଷ୍ଟ ତାପମାତ୍ରାରେ ଥଣ୍ଡା ରଖିବା ପାଇଁ ଆମୋନିଆ ଗ୍ୟାସ୍‌ର ବ୍ୟବହାର କରାଯାଇଥାଏ। ଆଜି ଏହି ଗ୍ୟାସ୍‌ ଯାଉଥିବା ପାଇପ୍‌ର ଏକ ଭାଲଭ୍‌ରୁ ହଠାତ୍‌ ଗ୍ୟାସ୍‌ ଲିକ୍‌ କରିଥିଲା। ତାହାକୁ ରୋକିବାରେ ପ୍ଲାଣ୍ଟର କର୍ମଚାରୀମାନେ ବିଫଳ ହୋଇଥିଲେ। ତେଣୁ ସେମାନେ ସଙ୍ଗେ ସଙ୍ଗେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ଅଗ୍ନିଶମ ବିଭାଗର ଆସିଷ୍ଟାଣ୍ଟ ଫାୟାର ଅଫିସର ପୂରନ ସୋରେନ ୧୩ ଜଣ କର୍ମଚାରୀଙ୍କୁ ନେଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେମାନେ ବ୍ରିଦିଙ୍ଗ୍‌ ଆପାରେଟସ୍‌ ସେଟ୍‌ ଲଗାଇ ଭାଲଭ୍‌ରୁ ବାହାରୁଥିବା ଗ୍ୟାସ୍‌କୁ ବନ୍ଦ କରିବା ସହିତ ଫ୍ୟାନ୍‌ ଲଗାଇ ପ୍ଲାଣ୍ଟ୍‌ ପରିସରରୁ ଗ୍ୟାସ୍‌କୁ ବାହାର କରିବାରେ ସଫଳ ହୋଇଥିଲେ। ତେବେ, ଗ୍ୟାସ୍‌ର ପ୍ରଭାବ ଏତେ ଥିଲା ଯେ ୩/୪ଘଣ୍ଟା ଧରି ଆଖପାଖ ଅଞ୍ଚଳରେ ଗ୍ୟାସ୍‌ର ପ୍ରଭାବରେ ଆଖି, ନାକ ଓ ଶରୀର ପୋଡ଼ିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe