୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ୧୧ହଜାର ୨୦୦ କୋଟିର ଅତିରିକ୍ତ ବଜେଟ୍

Advertisment

ମନ୍ତ୍ରୀ ପରିଷଦର ମୋହର ଲାଗିଲା

ମନ୍ତ୍ରୀ ପରିଷଦର ମୋହର ଲାଗିଲା

ଓଡ଼ିଶା ବଜେଟ୍‌ ୨୦୨୩-୨୪: କେଉଁ ବିଭାଗକୁ କେତେ ?

Update Odisha

ଭୁବନେଶ୍ୱର : ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ପାଖାପାଖି ୧୧ ହଜାର ୨୦୦ କୋଟିର ଚିଠା ଅତିରିକ୍ତ ବଜେଟକୁ ମନ୍ତ୍ରୀ ପରିଷଦ ଆଜି ଅନୁମୋଦନ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ବୈଠକରେ ଏହି ଗୋଟିଏ ପ୍ରସ୍ତାବ ବିଚାର ପାଇଁ ଆସିଥିଲା। ଆସନ୍ତା ୨୦ ତାରିଖ ଦିନ ବିଧାନସଭାରେ ଅର୍ଥମନ୍ତ୍ରୀ ଅତିରିକ୍ତ ବଜେଟ୍ ଉପସ୍ଥାପନ କରିବେ।

୨୦୧୭-୧୮ରେ ୯୮୨୮ କୋଟି ୫୭ ଲକ୍ଷ, ୨୦୧୮-୧୯ରେ ୧୨ ହଜାର ୭୯୦ େକାଟି ଟଙ୍କାର ଅତିରିକ୍ତ ବଜେଟ୍ ଉପସ୍ଥାପନ କରାଯାଇଥିଲା। ୨୦୧୯-୨୦ରେ ମୂଳ ବଜେଟ୍ ବଢି ୧ଲକ୍ଷ ୩୯ ହଜାର କୋଟିରେ ପହଞ୍ଚିଥିଲା। କିନ୍ତୁ ଅତିରିକ୍ତ ବଜେଟ୍ ଖସି ୮ହଜାର ୧୨୬ କୋଟି ୩୨ଲକ୍ଷରେ ପହଞ୍ଚିଥିଲା। ଏବର୍ଷ ଅର୍ଥାତ୍ ୨୦୨୦-୨୧ରେ ମୂଳ

ବଜେଟ୍ ବେଶ୍ ଆଖିଦୃଶିଆ କରି ସରକାର ଦେଢ ଲକ୍ଷ କୋଟିରେ ପହଞ୍ଚିଥିଲେ ହେଁ, କୋଭିଡ୍ ପରିପ୍ରେକ୍ଷୀରେ ସରକାର ବାଧ୍ୟ ହୋଇ ଏକ ବଡ଼ ଅତିରିକ୍ତ ବଜେଟ୍ ପ୍ରସ୍ତୁତ କରିଛନ୍ତି, ଯାହା ବିଶେଷକରି ଋଣ ଓ କେନ୍ଦ୍ର ସରକାରଙ୍କ ହାତଟେକା ଉପରେ ପର୍ଯ୍ୟବେସିତ ବୋଲି କୁହାଯାଉଛି।

ଅବଶ୍ୟ, କରୋନା ମହାମାରୀ ଏବଂ ଲକ୍‌ଡାଉନ୍ ଓ ସଟ୍‌ଡାଉନ୍‌ ସତ୍ତ୍ବେ ରାଜ୍ୟର ରାଜସ୍ବ ଆଦାୟ ବୃଦ୍ଧି ପାଇଛି। ଅକ୍ଟୋବର ଶେଷ ସୁଦ୍ଧା ରାଜ୍ୟର ଟିକସ ଓ ଅଣଟିକସ ରାଜସ୍ବ ଆୟ ୨.୨୭ ପ୍ରତିଶତ ବା ୨୫୫୭୧.୪୨ କୋଟି ଟଙ୍କା ହୋଇଛି। ଅଣ ଟିକସ ରାଜସ୍ବ ଆୟ ଏହି ସମୟ ମଧ୍ୟରେ ୨୩.୪୧ ପ୍ରତିଶତ ବୃଦ୍ଧି ଘଟି ୯୨୯୬.୬୦ କୋଟି ଟଙ୍କାରେ ପହଞ୍ଚିଛି। କିନ୍ତୁ ଏହା ବର୍ତ୍ତମାନ ପରିସ୍ଥିତିରେ ସରକାରଙ୍କ ପାଇଁ ବିଶେଷ ଆଶ୍ବସ୍ତି ଆଣିପାରିବ ନାହିଁ।

ଏଥର ବିଶାଳ ମୂଳ ବଜେଟ୍‌କୁ କରୋନା ବିଗାଡି ଦେଇଥିଲା। ଅନେକ ଆଖିଦୃଶିଆ ପ୍ରକଳ୍ପ ରାଜ୍ୟ ସରକାର ହାତକୁ ନେଇଥିଲେ ହେଁ, ବିପର୍ଯ୍ୟସ୍ତ ଅର୍ଥନୀତି କାରଣରୁ ଏହାର କାର୍ଯ୍ୟାନ୍ବୟନ ତ ହୋଇପାରିନଥିଲା ବରଂ ଅର୍ଥ ବିଭାଗ କଟକଣା ଲାଗୁ କରିବାକୁ ବାଧ୍ୟ ହୋଇଥିଲେ।

ଏଥର ଅତିରିକ୍ତ ବଜେଟ୍‌ରେ ମୁଖ୍ୟତଃ କରୋନା ମହାମାରୀ ମୁକାବିଲା ସଂକ୍ରାନ୍ତରେ ଯେତେସବୁ ଅଧିକ ଖର୍ଚ୍ଚ ହୋଇଛି, ସେସବୁକୁ ସାମିଲ କରାଯାଇଛି। ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଅତିରିକ୍ତ ବ୍ୟୟ ପ୍ରସ୍ତାବରେ ବଜେଟ ରାଶିକୁ କେବଳ ଏପଟସେପଟ କରାଯାଇଛି। ରାଜ୍ୟ ସରକାର ଅର୍ଥନୀତିକୁ ଚଳଚଞ୍ଚଳ କରିବା ଲାଗି କିଛି ନୂଆ କାର୍ଯ୍ୟକ୍ରମ ଲାଗି ଅର୍ଥ ବ୍ୟବସ୍ଥା କରିଥିବା ସୂଚନା ମିଳୁଛି।

ଉଲ୍ଲେଖଯୋଗ୍ୟ, ରାଜ୍ୟ ଅର୍ଥନୀତି ଚିତ୍ରରେ ସାମାନ୍ୟ ସୁଧାର ଆସିଥିଲେ ହେଁ ଏବେ ବି ସଙ୍ଗିନ୍ ରହିଛି। ସରକାର ଓମ୍‌ବାଡ୍‌ସି ଆଦିରୁ ୧୨ହଜାର କୋଟି ଟଙ୍କା ଆଣିବାକୁ ବାଟ ଖୋଲିଛନ୍ତି। ଏହାବାଦ୍ ୭ମାସ ମଧ୍ୟରେ ୨୦୧୯-୨୦ ପାଇଁ ଜିଏସ୍‌ଟି ବକେୟା ବାବଦରେ ୫୧୨୨ କୋଟି ଟଙ୍କା ମିଳିଛି, ୨୦୨୦-୨୧ ପାଇଁ ୨୨୫୮ କୋଟି ଟଙ୍କା। ଅତିରିକ୍ତ ଋଣ ସୁବିଧା ଜରିଆରେ ୨୮୫୮କୋଟି ଟଙ୍କା ରାଜ୍ୟ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe