ସାଧାରଣ ନିର୍ବାଚନ ପୂର୍ବରୁ ଲୋକଙ୍କ ମନ ଜିଣିବାକୁ ପ୍ରୟାସ

Advertisment

ନାଚୁଛନ୍ତି ମନ୍ତ୍ରୀ ଓ ବିଧାୟକ

ନାଚୁଛନ୍ତି ମନ୍ତ୍ରୀ ଓ ବିଧାୟକ

ସାଧାରଣ ନିର୍ବାଚନ ପୂର୍ବରୁ ଲୋକଙ୍କ ମନ ଜିଣିବାକୁ ପ୍ରୟାସ

ନୂଆପଡ଼ା: ଆଗକୁ ସାଧାରଣ ନିର୍ବାଚନ। ଏହାକୁ ଦୃଷ୍ଟିରେ ରଖି ନେତା ମନ୍ତ୍ରୀ ପ୍ରସ୍ତୁତି ଆରମ୍ଭ କରି ଦେଇଥିବା ବେଳେ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କ ନିକଟତର ହେବାକୁ ଲାଗିଛନ୍ତି। ଏହି କ୍ରମରେ ନୂଆପଡ଼ା ଜିଲ୍ଲାର ନେତାମାନେ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ଜନତାଙ୍କ ମନ ଜିଣିବାକୁ ପ୍ରୟାସ ଜାରି ରଖିଛନ୍ତି। କିଛି ଦିନ ପୂର୍ବରୁ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ଖଡ଼ିଆଳ ଡିଗ୍ରି କଲେଜ୍‌ର ବାର୍ଷିକ ଉତ୍ସବରେ ଯୋଗ ଦେଇ ସମ୍ବଲପୁରୀ ଗୀତରେ ଛାତ୍ରୀଙ୍କ ସହ ନାଚିଥିଲେ।

ଆଜି ଖଡ଼ିଆଳ ସ୍ୱୟଂଶାସିତ ମହାବିଦ୍ୟାଳୟର ୪୫ ତମ ବାର୍ଷିକ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ଢୋଲକିଆ ପୁଣି ନାଚିଥିଲେ। ଏହାର ଭିଜୁଆଲ୍‌ ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି। ଆଜି ମନ୍ତ୍ରୀଙ୍କ ସହ ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ, ଖଡ଼ିଆଳ ଏନ୍‌ଏସି ଅଧ୍ୟକ୍ଷ ଉଜ୍ଜ୍ବଳ ଗୁପ୍ତା ମଧ୍ୟ ଛାତ୍ରୀଙ୍କ ସହ ସମ୍ବଲପୁରୀ ଗୀତରେ ନାଚି ଉଠିଥିଲେ। ଆଗକୁ ୨୦୨୪ ସାଧାରଣ ନିର୍ବାଚନ ଥିବାରୁ ଏହାକୁ ଦୃଷ୍ଟିରେ ରଖି ନେତା ମନ୍ତ୍ରୀ ଏଭଳି କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କ ମନ ଜିଣିବାକୁ ପ୍ରୟାସ ଆରମ୍ଭ କରିଥିବା ଆଲୋଚନା ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe