ପାରା ଶିକାର ପାଇଁ ବାରଣ କରିବାରୁ ଯୁବକଙ୍କୁ ଗୁଳିକରି ହତ୍ୟା ଉଦ୍ୟମ

Advertisment
ପାରା ଶିକାର ପାଇଁ ବାରଣ କରିବାରୁ ଯୁବକଙ୍କୁ ଗୁଳିକରି ହତ୍ୟା ଉଦ୍ୟମ

Image Courtesy of East Coast Daily English

ରିଆମାଳ: ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ କୁଣ୍ଢେଇଗୋଳା ଥାନା ଖଇରପାଲି ଫାଣ୍ଡି ଅନ୍ତର୍ଗତ ବିରଞ୍ଚିପାଲିରେ ବୁଧବାର ଜଣେ ଯୁବକଙ୍କୁ ଗୁଳି କରି ହତ୍ୟା ଉଦ୍ୟମ ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ଏହି ମାମଲାରେ ପୁଲିସ ଉମାକାନ୍ତ ନାୟକଙ୍କୁ ଗିରଫ କରିବା ସହ ତାଙ୍କଠାରୁ ବନ୍ଧୁକ ଜବତ କରିଛି। ଚନା ଅନୁସାରେ, ଗ୍ରାମର ଉମାକାନ୍ତ କୁଲା ବସାଇ ପାରା ଶିକାର କରୁଥିଲେ। ସେହି ଗ୍ରାମର ରଞ୍ଜନ ନାୟକ ପାରା ଶିକାର ପାଇଁ ବାରଣ କରିଥିଲେ। ନଚେତ୍‌ ବନ ବିଭାଗକୁ ସୂଚନା ଦେବେ ବୋଲି ଧମକ ଦେଇଥିଲେ।

ଏଥିରେ ପ୍ରତିଶୋଧ ପରାୟଣ ହୋଇ ଉମାକାନ୍ତ ଅପରାହ୍‌ଣରେ ଗାଁ ମୁଣ୍ଡରେ ରଞ୍ଜନଙ୍କୁ ଦେଖି ବନ୍ଧୁକରୁ ଗୁଳି ଫୁଟାଇ ହତ୍ୟା ଉଦ୍ୟମ କରିଥିଲା। ମାତ୍ର ଗୁଳିଟି ଲକ୍ଷ୍ୟ ଭ୍ରଷ୍ଟ ହେବାରୁ ରଞ୍ଜନ ଅଳ୍ପକେ ବର୍ତ୍ତି ଯାଇଥିଲେ। ବନ୍ଧୁକ ଧରି ଗ୍ରାମରେ ଆତଙ୍କ ଖେଳାଉଥିବା ଅଭିଯୁକ୍ତ ଉମାକାନ୍ତ ନାୟକକୁ କାବୁ କରିବା ପାଇଁ ଗ୍ରାମବାସୀମାନେ ଖଇରପାଲି ଫାଣ୍ଡି ପୁଲିସକୁ ସୂଚନା ଦେଇଥିଲେ। ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉମାକାନ୍ତଙ୍କୁ କାବୁ କରିବା ସହ ତାଙ୍କଠାରୁ ବନ୍ଧୁକ ଜବତ କରିଥିଲା। ଏହା ସହ ଥାନାକୁ ଆଣି ଅଧିକ ପଚରାଉଚରା ପରେ ଗିରଫ କରିଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe