ଗଞ୍ଜାମରେ ଏଫ୍‌ସିଆଇର ୯ ଜଣିଆ ଟିମ୍

Advertisment
ଗଞ୍ଜାମରେ ଏଫ୍‌ସିଆଇର ୯ ଜଣିଆ ଟିମ୍

ଛତ୍ରପୁର : ଏଫ୍‌ସିଆଇ (ଭାରତୀୟ ଖାଦ୍ୟ ନିଗମ)ର ୯ ଜଣିଆ ପ୍ରତିନିଧି ଦଳ ଗଞ୍ଜାମ ଜିଲ୍ଲାର ସମସ୍ତ ମିଲ୍ ଗସ୍ତ କରି ଚାଉଳ ଓ ଧାନର ମାନ ନିରୂପଣ କରୁଛନ୍ତି। ମିଲର୍‌ମାନେ କେତେ ଧାନ ନେଇଛନ୍ତି, ସେହି ବାବଦରେ କେତେ ଚାଉଳ ପୈଠ କରିବେ, ସରକାରଙ୍କୁ ଦେବାକୁ ଥିବା ଚାଉଳ ଏବଂ ମିଲ୍‌ରେ ଥିବା ଚାଉଳ ଆଦିକୁ ଏହି ପ୍ରତିନିଧି ଦଳ ଯାଞ୍ଚ କରୁଥିବା ସୂଚନା ମିଳିଛି।

ଅନ୍ୟପକ୍ଷରେ ଗଞ୍ଜାମ ଜିଲ୍ଲା ଯୋଗାଣ ବିଭାଗକୁ ମିଲର୍‌ଙ୍କ ପକ୍ଷରୁ ଆଜି ସୁଦ୍ଧା ୫୫ ପ୍ରତିଶତ ଚାଉଳ ପୈଠ କରାଯାଇଛି। ବଳକା ୪୫ ପ୍ରତିଶତ ଚାଉଳ ଆସନ୍ତା ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ପୈଠ କରିବା ପାଇଁ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି। ଗଞ୍ଜାମ ଜିଲ୍ଲାକୁ ୨୯ ଲକ୍ଷ ୮୯ ହଜାର ୬୩ କ୍ବିଣ୍ଟାଲ୍ ଚାଉଳ ଦେବା ଲାଗି ଜିଲ୍ଲାର ୩୭୫ ମିଲର୍ ଚୁକ୍ତିନାମା କରିଛନ୍ତି। ଆଜି ସୁଦ୍ଧା ୧୬ ଲକ୍ଷ ୩୯ ହଜାର ୩୭୧ କ୍ବିଣ୍ଟାଲ୍ ଚାଉଳ ମିଲର୍‌ମାନେ ଯୋଗାଣ ବିଭାଗକୁ ପୈଠ କରି ସାରିଛନ୍ତି ବୋଲି ମୁଖ୍ୟ ଜିଲ୍ଲା ଯୋଗାଣ ଅଧିକାରୀ ଉମାଶଙ୍କର ପତି ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe