କୂଅରେ ଖସି ପଡ଼ିଥିବା ବୃଦ୍ଧା ଉଦ୍ଧାର

Advertisment
କୂଅରେ ଖସି ପଡ଼ିଥିବା ବୃଦ୍ଧା ଉଦ୍ଧାର

ଜାମଦା(୧): ଜଣେ ବୃଦ୍ଧା କୂଅ ପିଣ୍ଡିରେ ବସିଥିବା ବେଳେ ଅସାବଧାନତା ଯୋଗୁଁ କୂଅ ଭିତରକୁ ଗଳି ପଡ଼ିଥିଲେ। ଠିକ୍‌ ସମୟ‌ରେ ଅଗ୍ନିଶମ ବାହିନୀ ପହଞ୍ଚିବାରୁ ବୃଦ୍ଧା ଜଣଙ୍କ ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତି ଯାଇଛନ୍ତି। ଜାମଦା ବ୍ଳକ ଜାରକାଣି ଗାଁରେ ଘଟିଛି ଏହି ଘଟଣା।

କରନ ଟୁଡୁଙ୍କ ସ୍ତ୍ରୀ ମାୟା ଟୁଡୁ (୬୦) କୂଅ ଉପରେ ନିର୍ମିତ ସ୍ଲାବ୍‌ ଉପରେ ବସିଥିଲେ। ହଠାତ୍ ସ୍ଲାବ୍‌ଟି ଭାଙ୍ଗିଯିବାରୁ ମାୟା କୂଅ ଭିତରକୁ ଗଳି ପଡ଼ିଥିଲେ। ସ୍ଥାନୀୟ ଲୋକମାନେ ଦେଖି ଅଗ୍ନିଶମ ବିଭାଗକୁ ଜଣାଇଥିଲେ। ଜାମଦା ଅଗ୍ନିଶମ ବିଭାଗ ଓଆଇସି ପ୍ରେମାନନ୍ଦ ନାୟକଙ୍କ ନେତୃତ୍ବରେ ଏକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କୁ କୂଅରୁ ଉଦ୍ଧାର କରିଥିଲେ। କର୍ମଚାରୀ ରଞ୍ଜନ କୁମାର ନାୟକ, ହରିଶ ଚନ୍ଦ୍ର ରାଉତ, ଅନିରୁଦ୍ଧ ନାୟକ, ପ୍ରମୋଦ ଲେଙ୍କା, ନରେନ୍ଦ୍ର ଦାସ ପ୍ରମୁଖ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିଲେ। ମହିଳାଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ୍ ଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe