ବାରିପଦାରେ ହସ୍ତଶିଳ୍ପ ପ୍ରଦର୍ଶନୀ ଉଦ୍‌ଘାଟିତ

Advertisment
ବାରିପଦାରେ ହସ୍ତଶିଳ୍ପ ପ୍ରଦର୍ଶନୀ ଉଦ୍‌ଘାଟିତ

ବାରିପଦା: ଓଡ଼ିଶା ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଉତ୍ପାଦକ ସଂଘ (ଅରୂପା) ପକ୍ଷରୁ ଆଜି ବାରିପଦା କଲେଜ ଫିଲ୍ଡ (ଛଉ ପଡ଼ିଆ) ଠାରେ ସର୍ବଭାରତୀୟ ହସ୍ତଶିଳ୍ପ ପ୍ରଦର୍ଶନୀ ଉଦ୍‌ଘାଟିତ ହୋଇଯାଇଛି। ବିଶିଷ୍ଟ ଖୋଦେଇ ଶିଳ୍ପୀ ଧୀରେନ୍ଦ୍ରନାଥ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାକୁ ଉଦ୍‌ଘାଟନ କରିଥିଲେ। ଚିତ୍ରଶିଳ୍ପୀ ଚାରୁଚନ୍ଦ୍ର ଦାସ, ସବାଇ ଘାସର ଏମ୍‌ସିଏ ଉଷାରାଣୀ ନ‌ାୟକ, ସୁମିତ୍ରା ବାରିକ, ସ୍ବେଚ୍ଛାସେବୀ ବିରଞ୍ଚି ନାରାୟଣ ରଥ, ଲାଖ ଶିଳ୍ପୀ ଏମ ହକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

ପ୍ରଦର୍ଶନୀରେ ମୋଟ୍ ୮୦ଟି ଷ୍ଟଲ୍‌ ଖୋଲାଯାଇଛି। ଏଥିରେ ୧୬୦ ଜଣ ହସ୍ତଶିଳ୍ପ କାରିଗର ଓ ବୁଣାକାର ଯୋଗ ଦେଇଛନ୍ତି। ଓଡ଼ିଶା ସମେତ ବାହାର ରାଜ୍ୟର ହସ୍ତଶିଳ୍ପ ପ୍ରଦର୍ଶନୀରେ ସ୍ଥାନ ପାଇଛି। ପ୍ରଦର୍ଶନୀ ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଅରୂପାର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଶୋକ କୁମାର ସାହୁ କହିଛନ୍ତି। ହସ୍ତଶିଳ୍ପ କାରିଗର ଓ ବୁଣାକାରଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ଅରୂପା ପ୍ରତି ଜିଲ୍ଲା ସଦର ମହକୁମା ଓ ଉପଖଣ୍ଡସ୍ତରରେ ପ୍ରଦର୍ଶନୀ ଆ‌‌ୟୋଜନ କରି ଆସୁଛି ବୋଲି ଶ୍ରୀ ସାହୁ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe