କାଳରାତିର ଲୋମଟାଙ୍କୁରା ଦୃଶ୍ୟ ବଖାଣିଲେ ପ୍ରତ୍ୟକ୍ଷଦର୍ଶୀ: ଅନ୍ୟମାନଙ୍କୁ ବଞ୍ଚାଇ ନିଜେ ଜଳିଗଲେ ପୁଷ୍ପାଞ୍ଜଳି

Advertisment

ବସ୍‌ ଦରଜା ବନ୍ଦ ହୋଇଗଲା, ଡ୍ରାଇଭର୍ ଡେଇଁ ପଳାଇଲା

ବସ୍‌ ଦରଜା ବନ୍ଦ ହୋଇଗଲା, ଡ୍ରାଇଭର୍ ଡେଇଁ ପଳାଇଲା

କାଳରାତିର ଲୋମଟାଙ୍କୁରା ଦୃଶ୍ୟ ବଖାଣିଲେ ପ୍ରତ୍ୟକ୍ଷଦର୍ଶୀ: ଅନ୍ୟମାନଙ୍କୁ ବଞ୍ଚାଇ ନିଜେ ଜଳିଗଲେ ପୁଷ୍ପାଞ୍ଜଳି

କେନ୍ଦ୍ରାପଡ଼ା: କୋଲକାତାରୁ ପାରାଦୀପ ଆସୁଥିବା ବେଳେ ନିଆଁ ଲାଗି ଜଳି ଯାଇଥିବା ‘ସଦାନନ୍ଦ’ ବସ୍‌ରୁ ବର୍ତ୍ତି ଯାଇଥିବା ଯାତ୍ରୀ ତାଙ୍କର ଅନୁଭୂତି ବର୍ଣ୍ଣନା କରିଛନ୍ତି। ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ମହିଳା ଜଣକ କେନ୍ଦ୍ରାପଡ଼ାର। ବର୍ତ୍ତି ଯାଇଥିବା ଅନ୍ୟ ୧୬ଯାତ୍ରୀ ମଧ୍ୟ ଏହି ଜିଲ୍ଲାର। ସମସ୍ତଙ୍କୁ ଏକ ସ୍ବତନ୍ତ୍ର ବସ୍‌ରେ କେନ୍ଦ୍ରାପଡ଼ା ଅଣାଯାଇଥିଲା। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସମସ୍ତଙ୍କୁ ପ୍ରାଥମିକ ଚିକିତ୍ସା ପରେ ତହସିଲଦାରଙ୍କ ଜରିଆରେ ଘରକୁ ପଠାଇ ଦିଆଯାଇଛି।

ପ୍ରାଣ ହରାଇଥିବା ମହିଳା ଜଣକ ଇଚ୍ଛାପୁର ନୀଳାଦ୍ରିପୁର ଗାଁର ରାଜେନ୍ଦ୍ର ଦାସଙ୍କ ପତ୍ନୀ ପୁଷ୍ପାଞ୍ଜଳି ଦାସ। ମହାକାଳପଡ଼ା ରାମନଗର ଅ˚ଚଳର ବ୍ୟବସାୟୀ ପ୍ରମୋଦ ଦାସଙ୍କ କହିବାନୁଯାୟୀ ସେ ନିଜର ବ୍ୟବସାୟ ପାଇଁ ମାଲ୍‌ ଆଣିବାକୁ ଯାଇଥିଲେ। ବସ୍‌ ଅଳ୍ପ ବାଟ ଯିବା ପରେ ହଠାତ୍‌ ଇ˚ଜିନ୍‌ରେ ନିଆଁ ଲାଗିଗଲା। ପ୍ରବଳ ଧୂଆଁ ବାହାରିଲା। କଣ ହେଇଛି ବୁଝିଲା ବେଳକୁ ଡ୍ରାଇଭର‌୍‌ ଡେଇଁ ଫେରାର‌୍‌ ହେଇଯାଇଥିଲା। ଆଗ ଗେଟ୍‌ ବନ୍ଦ ହୋଇ ଯାଇଥିଲା। ଯେତେ ଖୋଲିଲେ ବି ଖୋଲି ନଥିଲା। ଆଗପଟୁ ନିଆଁ ହୁତହୁତ ହୋଇ ଜଳିବାରୁ ଲୋକ କାନ୍ଦବୋବାଳି ପକାଇଥିଲେ। ଏହି ସମୟ ମଧୢରେ ଅନେକ ଜୀବନ ବିକଳରେ ଝରକା କାଚ ଭା˚ଗି ଡେଇଁ ପଡ଼ିଥିଲେ। ମୁଁ ପଛ ଗେଟ୍‌ ଭା˚ଗି ଶେଷ ବେଳକୁ ଡେଇଁଲି। ସେତେବେଳକୁ ଆଉ ବସ୍‌ ଭିତରେ ତିନି ଚାରି ଜଣ ଥିଲେ। ଯେଉଁ ମହିଳା ଜଣକ ପୋଡ଼ି ହୋଇଗଲେ, ସେ ଆଗ ସିଟ୍‌ରେ ବସିଥିଲେ। ତାଙ୍କ ସ୍ବାମୀ ଓ ପୁଅ ଝରକା କାଚ ଦେଇ ବାହାରି ଗଲେ। କିନ୍ତୁ ସେ ଆଉ ବାହାରି ପାରିଲେ ନାହିଁ। ଆମ ଆଖି ଆଗରେ ସେ ଜଳିଗଲେ ବୋଲି ପ୍ରମୋଦ କହିଛନ୍ତି।

ପରିବାର ସହ ଏକାଠି ଦୀପାବଳି ପାଳିବା ପାଇଁ କେତେ ଖୁସିରେ ଘରକୁ ଫେରୁଥିଲେ। ସା˚ଗରେ ସ୍ବାମୀ ଓ ଆଠ ବର୍ଷର ପୁଅ ଥିଲା। ପ୍ରାୟତଃ ଦୀପାବଳି ବେଳେ ସେମାନେ ଘରକୁ ଆସନ୍ତି। ଏଥର ରାଜେନ୍ଦ୍ର ପତ୍ନୀ ପୁଷ୍ପାଞ୍ଜଳି ଓ ପୁଅ ଓମ୍‌ଙ୍କୁ ଧରି ଘରକୁ ଆସୁଥିଲେ। କୋଲକାତା ଘରେ ବାପା ଏବ˚ ଦଶ ବର୍ଷର ଝିଅ ଥିଲେ। ଶୁକ୍ରବାର ସ˚ଧୢାରେ କୋଲକାତାର ବାବୁଘାଟରେ ବସ୍‌ ଚଢ଼ିବା ପରେ ନଣନ୍ଦଙ୍କୁ ଫୋନ୍‌ କରି ପୁଷ୍ପାଞ୍ଜଳି କହିଥିଲେ କି ତମେ ଉଠିବା ପୂର୍ବରୁ ଆମେ ଘରେ ପହଞ୍ଚି ଯାଇଥିବୁ। ଓମ୍‌ ଘର କବାଟ ବାଡେ଼ଇ ତୁମକୁ ଉଠାଇବ। କିନ୍ତୁ ନଣନ୍ଦଙ୍କ ସହିତ ଏତିକି କଥା ଯେ ତାଙ୍କ ଜୀବନର ଶେଷକଥା ଥିଲା, ତାହା ଜାଣି ନଥିଲେ ପୁଷ୍ପାଞ୍ଜଳି। ବସ୍‌ରେ ନିଆଁ ଲାଗିଯିବାରୁ ସ୍ବାମୀ ଓ ପୁଅକୁ ବ˚ଚାଇବାକୁ ଯାଇ ନିଜେ ପୋଡ଼ି ହୋଇଗଲେ। ଗୁରୁତର ଅବସ୍ଥାରେ ତାଙ୍କୁ ମେଦିନୀପୁର ସରକାରୀ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ମାତ୍ର ଶରୀରର ଅଧିକା˚ଶ ସ୍ଥାନ ଜଳି ଯାଇଥିବାରୁ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ଗାଁରୁ ଯାଇଥିବା କିଛି ଲୋକ ସ˚ଧ୍ୟାରେ ପୁଅ ଓମ୍‌କୁ ଧରି ଘରକୁ ଫେରିଛନ୍ତି। ଘରେ ପହଞ୍ଚିବା ପରେ ଓମ୍‌ ମା'କୁ ଖୋଜୁଛି। ତେଣେ ପୁଷ୍ପାଞ୍ଜଳିଙ୍କ ଶବ ବ୍ୟବଚ୍ଛେଦ ହୋଇ ନଥିବାରୁ କେବେ ତାଙ୍କ ମରଶରୀର ଗାଁକୁ ଫେରିବ, ତାହା ସ୍ପଷ୍ଟ ହେଇପାରୁନାହିଁ।

ପୁଷ୍ପାଞ୍ଜଳିଙ୍କର ସ୍ବାମୀ ରାଜେନ୍ଦ୍ର ଦାସ କହିବା ଅନୁଯାୟୀ ସେ ପ୍ରଥମେ ପୁଅ ଓମ୍‌କୁ ତଳେ ଛାଡ଼ି ପୁଷ୍ପାଞ୍ଜଳିଙ୍କୁ ଆଣିବାକୁ ଯିବା ସମୟରେ ଦୁଇ ଜଣ ବୃଦ୍ଧ ଯାତ୍ରୀ ଓହ୍ଲାଇ ପାରି ନଥିଲେ। ପୁଷ୍ପାଞ୍ଜଳି ସ୍ବାମୀଙ୍କୁ ସେ ଦୁଇଜଣଙ୍କୁ ନେଇଯିବାକୁ କହିଥିଲେ। ବୃଦ୍ଧ ଦୁଇଜଣଙ୍କୁ ଓହ୍ଳାଇବା ପରେ ପରେ ବସ୍‌ର ଡୋର୍‌ ଆଉ ଖୋଲି ନଥିଲା। ଫଳରେ ପୁଷ୍ପାଞ୍ଜଳିଙ୍କୁ ଆଉ ବଂଚାଇ ହୋଇ ନଥିଲା ବୋଲି ରାଜେନ୍ଦ୍ର କାନ୍ଦି କାନ୍ଦି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe