ପୋଖରୀରୁ ମିଳିଲା ମହାଦେବଙ୍କ ମୂର୍ତ୍ତି

Advertisment
ପୋଖରୀରୁ ମିଳିଲା ମହାଦେବଙ୍କ ମୂର୍ତ୍ତି

କୋମନା: କୋମନା ବ୍ଲକ୍ ବିଲେନଯୋର ଗାଁ ପାଖ ପୋଖରୀରେ ମାଛ ମାରୁଥିବା ସମୟରେ ମହାଦେବଙ୍କ ମୂର୍ତ୍ତି ମିଳିଛି। ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ର ପାଲଟିଛି। ସୂଚନା ଅନୁସାରେ, ବିଲେନଯୋର ଗାଁ ନିକଟ ଜାତୀୟ ରାଜପଥ ୩୫୩ କଡ଼ରେ ଥିବା ପୋଖରୀରେ ଗାଁର କିଛି ଲୋକ ଜାଲ ପକାଇ ମାଛ ମାରୁଥିଲେ।

ଏହି ସମୟରେ ମହାଦେବଙ୍କ ମୂର୍ତ୍ତି ଜାଲରେ ଥିବା ସେମାନେ ଦେଖିଥିଲେ। ଏନେଇ ଗ୍ରାମବାସୀଙ୍କୁ ଜଣାଇବା ପରେ ଗାଁ ଲୋକେ ମହାଦେବଙ୍କ ମୂର୍ତ୍ତିକୁ ସେଠାରୁ ଆଣି ଏକ କୁଡ଼ିଆରେ ରଖି ପୂଜାର୍ଚ୍ଚନା କରିଛନ୍ତି। ଏହି ଖବର ପ୍ରଚାରିତ ହେବା ପରେ ଅଞ୍ଚଳର ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe