ଗାତିବେଡ଼ାରେ ଅଭୟାରଣ୍ୟବାସୀଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ

ଗାତିବେଡ଼ାରେ ଅଭୟାରଣ୍ୟବାସୀଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ

ନୂଆପଡ଼ା : ବୁଧବାର ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଅଭୟାରଣ୍ୟବାସୀଙ୍କ ଗାତିବେଡ଼ାରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିିତ ହୋଇଛି। ଏଥିରେ ସୁନାବେଡ଼ା ସରପଞ୍ଚ ତିଳସିଂ ଝାଙ୍କର ଅଧ୍ୟକ୍ଷତା କରିଥିଲେ। କୋମନା ଠାରୁ ସୁନାବେଡ଼ା, ସୁନାବେଡ଼ାରୁ ସୋସେଙ୍ଗ-ନୂଆପଡ଼ାକୁ ସବୁଦିନିଆ ସଡ଼କ ନିର୍ମାଣ, ସୁନାବେଡ଼ାରେ ଏକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସ୍ଥାପନ, କୃଷିର ବିକାଶ ପାଇଁ ଜଳସେଚନ ବ୍ୟବସ୍ଥା, ପହରିଆ ସମ୍ପ୍ରଦାୟଙ୍କୁ ଆଦିବାସୀ ମାନ୍ୟତା, ସୁନାବେଡ଼ାରେ ଥିବା ସ୍ବାସ୍ଥ୍ୟକେନ୍ଦ୍ରରେ ଜଣେ ବିଶେଷଜ୍ଞ ଡାକ୍ତର ନିଯୁକ୍ତି, ପ୍ରଚୁର ପରିମାଣରେ ଔଷଧ ମହଜୁଦ୍‌ ରଖିବା, ଆମ୍ବୁଲାନ୍ସ ସେବା ପ୍ରଦାନ, ୨ଟି (ସୋସେଙ୍ଗ, ସୁନାବେଡ଼ା) ପଞ୍ଚାୟତରେ ଶୁଦ୍ଧ ପାନୀୟ ଜଳର ସୁବ୍ୟବସ୍ଥା କରିବାକୁ ବୈଠକରେ ଦାବି ହୋଇଥିଲା। ଏହି ମୌଳିକ ସୁବିଧାର ସମାଧାନ ନହେଲେ ଆନ୍ଦୋଳନ ଜାରି ରହିବ ବୋଲି ନିଷ୍ପତ୍ତି ନିଆଯାଇଛି।

ବୈଠକରେ ବିଜୟ ଝାଙ୍କର, ବିଶ୍ରାମ ଛତ୍ରିଆ, ପୁରନ ପ୍ରଧାନୀ, ପର୍ଶୁରାମ ମାଝୀ ସହ ୨ଟି ପଞ୍ଚାୟତର ଶତାଧିକ ଲୋକ ଉପସ୍ଥିତ ଥିଲେ। ଜିଲ୍ଲା ପ୍ରଶାସନ ମୌଳିକ ସୁବିଧା ନଦେଲେ ଛତିଶଗଡ଼ରେ ମିଶିବାକୁ ଅଭୟାରଣ୍ୟବାସୀ ଚେତାବନୀ ଦେଇଥିଲେ। ଗତ ୨୭ ତାରିଖରେ ଏନେଇ ଜିଲ୍ଲା ପ୍ରଶାସନ ସୁନାବେଡ଼ାରେ ପହଞ୍ଚି ସ୍ଥାନୀୟ ବାସିନ୍ଦାଙ୍କ ସହ ଆଲୋଚନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe