ମମିତା‌ଙ୍କୁ ନ୍ୟାୟ ପ୍ରସଙ୍ଗରେ ଆଜି ବସିବ ବୁଦ୍ଧିଜୀବୀ ସମ୍ମିଳନୀ

Advertisment
ମମିତା ମେହେର ହତ୍ୟା ମାମଲା: ପରିବାର ଲୋକଙ୍କୁ ୧୦ ଲକ୍ଷର ସହାୟତା

ଭୁବନେଶ୍ବର : ମମିତା ହତ୍ୟାକାଣ୍ଡ ଘଟଣାରେ ସମସ୍ତ ତଥ୍ୟ ପ୍ରମାଣ ନଷ୍ଟ କରିବାକୁ ମୁଖ୍ୟମନ୍ତ୍ରୀ ଏକ ମାସ ସମୟ ଦେବା ପରେ ଘଟଣାର ମୁଖ୍ୟ ଷଡଯନ୍ତ୍ରକାରୀ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସହ ମଞ୍ଚରେ ବସିବା ସମସ୍ତଙ୍କୁ ଚକିତ କରିଛି। ପୁଲିସ ଯାହାକୁ ବାନ୍ଧିବା କଥା, ସେ ମୁଖ୍ୟମନ୍ତ୍ରୀଙ୍କ ପାଖରେ ବସିଛି। ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡ଼ିଥିବାବେଳେ ବିଜେପି କ୍ର‌ମାଗତ ଭାବେ ଏହା ବିରୁଦ୍ଧରେ ଆନ୍ଦୋଳନ ଜାରି ରଖିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ରାଜ୍ୟ ବିଜେପି ତରଫରୁ ଏକ ବୁଦ୍ଧିଜୀବୀ ସମ୍ମିଳନୀ ହେବ ବୋଲି ଦଳର ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି।

‘ମମିତାଙ୍କୁ ନ୍ୟାୟ’ ପ୍ରସଙ୍ଗ ଉପରେ ଏହି ସମ୍ମିଳନୀ ହେବାକୁ ଥିବାବେଳେ ଏଥିରେ ରାଜ୍ୟ ସଭାପତି ସମୀର ମହାନ୍ତି, ପୂର୍ବତନ ପୁଲିସ ମହାନିର୍ଦ୍ଦେଶକ ପ୍ରକାଶ ମିଶ୍ର, ବରିଷ୍ଠ ଆଇନଜୀବୀ ତଥା ରାଜ୍ୟ ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ ପ୍ରମୁଖ ଏଥିରେ ଯୋଗଦେବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe