୫ ଜିଲ୍ଲାରେ ନାହିଁ ଟିଆଇ, ଏଚ୍‌ଆଇଭି କାର୍ଯ୍ୟକ୍ରମ ବାଧାପ୍ରାପ୍ତ : ‘ରାୟଗଡ଼ାର ଏକ ଏନ୍‌ଜିଓ କଳାତାଲିକା ଭୁକ୍ତ’

Advertisment
ଏଚ୍‌ଆଇଭି ଆକ୍ରାନ୍ତଙ୍କ ପାଇଁ ନାହିଁ ସ୍ବତନ୍ତ୍ର ଡାଏଲିସିସ୍ ସୁବିଧା

BioBuzz

ଭୁବନେଶ୍ବର : ରାଜ୍ୟର ୫ଟି ଜିଲ୍ଲାରେ ନାହିଁ ଏଚ୍‌ଆଇଭି ସଂକ୍ରମିତଙ୍କ ପାଇଁ କାର୍ଯ୍ୟ କରୁଛି ଟିଆଇ ବା ଟାର୍ଗେଟେଡ୍ ଇଣ୍ଟରଭେନସନ୍‌। ଏନ୍‌ଜିଓମାନଙ୍କ ଦ୍ବାରା ଏଚ୍‌ଆଇଭି ସଂକ୍ରମିତଙ୍କ ବିଭିନ୍ନ କାର୍ଯ୍ୟକ୍ରମକୁ ଟିଆଇ ଜରିଆରେ ତ୍ବରାନ୍ବିତ କରାଯାଇଥାଏ। ହେଲେ ୫ ଜିଲ୍ଲାରେ ଟିଆଇ କାର୍ଯ୍ୟ କରୁ ନ ଥିବାରୁ ଏସବୁ ଜିଲ୍ଲାରେ ଆକ୍ରାନ୍ତଙ୍କ ସ୍ଥିତି ଦୟନୀୟ ରହିଛି। ଏପରିକି ଏଚ୍‌ଆଇଭି ସଂକ୍ରମଣ ବ୍ୟାପିବାର ଆଶଙ୍କା ସୃଷ୍ଟି ହୋଇଛି।

ରାୟଗଡ଼ା, ନବରଙ୍ଗପୁର, ସୋନପୁର, ବୌଦ୍ଧ ଓ ଦେବଗଡ଼ ଜିଲ୍ଲାରେ କିଛିବର୍ଷ ହେବ ଟିଆଇ କାର୍ଯ୍ୟ କରୁନାହିଁ। ଗତବର୍ଷ ଓସାକ୍ସ ଏଥିପାଇଁ ଏକ୍ସପ୍ରେସନ୍ ଅଫ୍‌ ଇଣ୍ଟିରେଷ୍ଟ ବା ଇଓଆଇ ଜାରି କରିଥିଲା। ମାତ୍ର ଏହାକୁ ବାସ୍ତବ ରୂପ ଦେଇପାରି ନ ଥିଲା। ରାଜ୍ୟ ଏଡ୍‌ସ ନିୟନ୍ତ୍ରଣ ସମିତି ବା ଓସାକ୍ସ କାର୍ଯ୍ୟାଳୟରେ ଆବେଦନଗୁଡ଼ିକ ପଡ଼ି ରହିଥିବା ବେଳେ ଏଥିପାଇଁ କୌଣସି ତ୍ବରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିଲା ବୋଲି ଗୁରୁକୁଳ ଫାଉଣ୍ଡେସନ୍‌ର ସୁରଜ ମିଶ୍ର ଅଭିଯୋଗ କରିଛନ୍ତି। ଏବେର କୋଭିଡ୍‌ ପରିସ୍ଥିତିରେ ଏସବୁ ଜିଲ୍ଲାରେ ଟିଆଇ କାର୍ଯ୍ୟ କରିବା ଅତ୍ୟନ୍ତ ଜରୁରୀ ହୋଇ ପଡ଼ିଥିବା ଶ୍ରୀ ମିଶ୍ର କହିଛନ୍ତି।

ଓସାକ୍ସର ପ୍ରକଳ୍ପ ନିର୍ଦେଶିକା ଡା.ସଂଯୁକ୍ତା ସାହୁ କହିଛନ୍ତି, ରାୟାଗଡ଼ାରେ ଯେଉଁ ଏନ୍‌ଜିଓ ରହିଥିଲା ସେହି ସଂସ୍ଥା ଠିକ୍‌ରେ କାର୍ଯ୍ୟ ନ କରିବା କାରଣରୁ ସଂସ୍ଥାକୁ ବିରତ କରାଯାଇଛି। ଏପରିକି ସଂପୃକ୍ତ ଏନ୍‌ଜିଓ ଉପରେ ୩ଲକ୍ଷ ଟଙ୍କା ପଡ଼ି ରହିଛି। ବାରମ୍ବାର ଲେଖିବା ପରେ ମଧ୍ୟ ସଂପୃକ୍ତ ଏନ୍‌ଜିଓ ଟଙ୍କା ଫେରାଉନାହିଁ। ସଂପୃକ୍ତ ଏନ୍‌ଜିଓକୁ କଳା ତାଲିକାଭୁକ୍ତ କରିବା ଲାଗି ଜାତୀୟ ଏଡ୍‌ସ ନିୟନ୍ତ୍ରଣ ସମିତି ବା ନାକୋକୁ ଚିଠି ଦିଆଯାଇଛି। ଏହାସହ ଅନ୍ୟ ଯେଉଁ ୪ଟି ଜିଲ୍ଲା ରହିଛି ସେସବୁ ଜିଲ୍ଲାରେ ଟିଆଇ ପାଇଁ ଆସେସମେଣ୍ଟ ଶେଷ ହୋଇଛି। ମାତ୍ର କୋଭିଡ୍‌ ପାଇଁ ଗତବର୍ଷ କୌଣସି କାର୍ଯ୍ୟ ହୋଇପାରି ନ ଥିଲା। ତେଣୁ ଆସନ୍ତା ଏପ୍ରିଲ/ମେ ମାସରେ ଟିଆଇଗୁଡ଼ିକୁ ପୁଣିଥରେ କାର୍ଯ୍ୟ କରିବ ବୋଲି ଆଶା କରାଯାଉଥିବା ଡା.ସାହୁ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe