ନାଳରେ ଭାସିଯାଇ ବୃଦ୍ଧଙ୍କ ମୃତ୍ୟୁ

ନାଳରେ ଭାସିଯାଇ ବୃଦ୍ଧଙ୍କ ମୃତ୍ୟୁ

IG News

ନୂଆପଡ଼ା/ବୋଡ଼େନ: ନୂଆପଡ଼ା ଜିଲ୍ଲା ବୋଡ଼େନ ଥାନା ଅହିଲାଟ ନାଳରେ ଭାସିଯାଇ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ରାଜପୁର ଗ୍ରାମର ରାମଚନ୍ଦ୍ର ଧରୁଆ (୮୦ବର୍ଷ) ମଙ୍ଗଳବାର ନାଳକୁ ଗାଧୋଇବାକୁ ଯାଇଥିବା ବେଳେ ସେଠାରେ ଭାସି ଯାଇଥିଲେ।

ବହୁ ସମୟ ଧରି ରାମଚନ୍ଦ୍ର ଘରକୁ ନଫେରିବାରୁ ପରିବାର ଲୋକ ଖୋଜାଖୋଜି କରିଥିଲେ ମଧ୍ୟ ପାଇନଥିଲେ। ବୁଧବାର ସକାଳୁ ଖୋଜାଖୋଜି କରିବା ବେଳେ ନାଳର ଜାମଗାଁ ଓ ଧମନାପଡ଼ା ମଝିରେ ତାଙ୍କ ଶବ ଭାସୁଥିବା ଦେଖି ପୁଲିସ୍‌କୁ ଖବର ଦେଇଥିଲେ। ବୋଡ଼େନ ଥାନା ଏସ୍‌ଆଇ ପର୍ଶୁରାମ ଛତ୍ରିଆ ପୁଲିସ୍ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe