ଏସ୍‌ସିବିରେ ଅଭାବନୀୟ ଘଟଣା: ମା’ର ଶେଷ ଦର୍ଶନ ପାଇଁ ୫୦୦ ଟଙ୍କା!

ତିନି ଦିନ ଶବ ପଡ଼ି ରହିବା ପରେ ହେଲା ସତ୍କାର, ସିଏମ୍‌ସିର ସଫେଇ: ଫୋନ୍ ଲାଗୁ ନଥିଲା

ଜଣଙ୍କ ୟୁଡିଆର୍‌ ନମ୍ବରରେ ଅନ୍ୟଜଣଙ୍କୁ ମିଳୁଛି ପ୍ରମାଣପତ୍ର, ଏସ୍‌ସିବି କର୍ମଚାରୀଙ୍କ ଅବ‌ହେଳା ଯୋଗୁଁ କରୋନା ମୃତକଙ୍କୁ ମିଳୁନି ମୃତ୍ୟୁ ପ୍ରମାଣପତ୍ର

scbmch.nic.in

କଟକ: ‘ତୁମ ମା’ ଆଉ ନାହାନ୍ତି। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଯଦି ଶେଷଥର ତୁମ ମା’ଙ୍କୁ ଦେଖିବା ପାଇଁ ଚାହୁଁଛ, ତା’ହେଲେ ୫ଶହ ଟଙ୍କା ଦେବାକୁ ପଡିବ।’ ମା’ର ମୃତ୍ୟୁକୁ ନେଇ ଏଭଳି ଖବର ଶୁଣିବା ପରେ ଟଙ୍କା ଦେଇ ଶେଷଥର ପାଇଁ ମା'ର ମୃତଦେହକୁ ଦେଖିଥିଲେ ପୁଅ। କେବଳ ସେତିକି ନୁହେଁ, ମେଡିକାଲ ପକ୍ଷରୁ ଦିଆଯାଇଥିବା ନୋଟ୍‌ସିଟ୍‌ରେ ଦସ୍ତଖତ କରି ମା'ଙ୍କ ପାଖରେ ଥିବା ମୋବାଇଲ ଫୋନ ମଧ୍ୟ ନେଇଥିଲେ। କିନ୍ତୁ ଏସବୁ ସରିଥିଲେ ବି ତିନିଦିନ ହେଲାଣି ମା'ଙ୍କ ଶବସତ୍କାର କରାଯାଉନଥିବା ଭଳି ଅତ୍ୟନ୍ତ ସଂଗିନ ଅଭିଯୋଗ ଆଣିଛନ୍ତି ପୁଅ। ଏଭଳି ଏକ ଦୁର୍ଭାଗ୍ୟଜନକ ଘଟଣା ଘଟିଛି କଟକ ବଡ଼ଡାକ୍ତରଖାନା କୋଭିଡ୍‌ ହସ୍ପିଟାଲରେ।

ସୂଚନା ଅନୁସାରେ, ଜଗତ୍‌ସିଂହପୁର ଜିଲ୍ଲା ଏରସମା ପାଟେଳି ଗ୍ରାମର ଜଣେ ୫୨ ବର୍ଷୀୟ ମହିଳା କରୋନାରେ ଆକ୍ରାନ୍ତ ହୋଇଥିଲେ। ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ୩୦ ତାରିଖ ଦିନ ଏସ୍‌ସିବି କୋଭିଡ୍‌ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ଉକ୍ତଦିନ ବିଳମ୍ବିତ ରାତିରେ ହିଁ ମହିଳାଙ୍କ ମୃତ୍ୟୁ ଘଟିଥିଲା। ତା' ପରଦିନ ମହିଳାଙ୍କ ମୃତ୍ୟୁ ସଂପର୍କରେ ତାଙ୍କ ପରିବାରକୁ ଫୋନ୍‌ କରି ଜଣାଇ ଦିଆଯାଇଥିଲା। ଖବରପାଇ ପୁଅ ପହଞ୍ଚି ମା'ଙ୍କ ପାଖରେ ଥିବା ମୋବାଇଲ ଫୋନ ଗ୍ରହଣ କରିବା ସହ ବିଭିନ୍ନ କାଗଜପତ୍ରରେ ଦସ୍ତଖତ କରିଥିଲେ। ଏପରିକି ମା'ଙ୍କ ମୃତଦେହ ଦେଖିବା ପାଇଁ ୫ଶହ ଟଙ୍କା ମଧ୍ୟ ଦେଇଥିଲେ। କିନ୍ତୁ ତାଙ୍କ ମା'ଙ୍କ ଶବ ସଂସ୍କାର ନହୋଇ ସେଭଳି ପଡ଼ିରହିଥିଲା ଏସ୍‌ସିବି ପରିସରରେ ସିଏମ୍‌ସି ପକ୍ଷରୁ କରାଯାଇଥିବା ଶବଗୃହରେ। ଏ ସଂପର୍କରେ ମୃତ ମହିଳାଙ୍କ ପୁଅ ଆଜି ଅଭିଯୋଗ କରିବା ପରେ ଘଟଣାର ଖୋଳତାଡ଼ ଆରମ୍ଭ ହେବା ସହ ସଂଧ୍ୟାରେ ସତୀଚୌରା ଶ୍ମଶାନରେ ମୃତଦେହ ସଂସ୍କାର କରାଯାଇଛି।

ଏ ସଂପର୍କରେ ସିଏସ୍‌ସି ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ସତ୍ୟବ୍ରତ ମହାପାତ୍ର କହିଛନ୍ତି ଯେ ଦିଆଯାଇଥିବା ମୋବାଇଲ ନମ୍ବର ଲାଗୁ ନଥିଲା। ବାରମ୍ବାର ଯୋଗାଯୋଗ ପାଇଁ ଉଦ୍ୟମ ହୋଇଥିଲେ ବି ଯୋଗାଯୋଗେ ହୋଇ ନପାରିବାରୁ ମଙ୍ଗଳାବାଗ ପୁଲିସକୁ ଏ ସଂପର୍କରେ ସୂଚନା ଦିଆଯାଇଥିଲା। ପରିବାର ବା କେହି ଦାବିଦାର ନଆସିବା ପର୍ଯ୍ୟନ୍ତ ଶବସଂସ୍କାର କରାଯାଇପାରିବ ନାହିଁ ବୋଲି ପୁଲିସ କହିବା ପରେ ଶବକୁ  ସୁରକ୍ଷିତ ଭାବେ ରଖାଯାଇଥିଲା। ଆଜି ପୁଅ ଆସିବା ପରେ ପୁଲିସକୁ ସୂଚନା ଦିଆଯାଇ ଶବସଂସ୍କାର କରାଯାଇଛି ବୋଲି ‌ସେ ସୂଚନା ଦେଇଛନ୍ତି। ଅନ୍ୟପଟେ ଏସ୍‌ସିବି କୋଭିଡ୍‌ ହସ୍ପିଟାଲରେ ମୃତ୍ୟୁପରେ ଏମିତି ଅନେକ ମୃତଦେହକୁ ପରିବାରବର୍ଗ ଛାଡ଼ି ପଳାଉଥିବା ନେଇ ବାରମ୍ବାର ଅଭିଯୋଗ ଆସୁଛି। କିନ୍ତୁ, ମୃତଦେହ ଦେଖାଇବା ପାଇଁ କିଏ ଅର୍ଥ ଦାବି କରିଥି‌ଲେ ତାହାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe