କବିସୂର୍ଯ୍ୟନଗରରେ ଅଭାବନୀୟ ଘଟଣା : ଚୋର ଭାବି ପିଟିପିଟି ମାରିଦେଲେ

Advertisment
ଅଟୋ ଡ୍ରାଇଭର ଓ ସହଯୋଗୀଙ୍କ ଆକ୍ରମଣରେ ଯୁବକ ମୃତ

Sambad English

କବିସୂର୍ଯ୍ୟନଗର / ପୋଲସରା : ଚୋର ଭାବି ଦୁଇ ଯୁବକଙ୍କୁ ବିଳମ୍ବିତ ରାତିରେ ଗୋଡ଼େଇ ଗୋଡ଼େଇ ପିଟିଲେ, ହାଣିଦେଲେ। ଜଣଙ୍କ ମୃତ୍ୟୁ ଘଟିଲା, ଜଣେ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି। ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଆଠଗଡ଼ ନିକଟ ସୁନାପଲ୍ଲୀ ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ମୃତକ ଜଣକ ହେଲେ, ପୋଲସରା ଥାନା ରାଣୀପଡ଼ା ଗ୍ରାମର ହରିଅର୍ଜୁନ ସାହିର ଦୁର୍ଯ୍ୟ କାଣ୍ଡିଙ୍କ ପୁଅ ଗଙ୍ଗା କାଣ୍ଡି (୪୫)। ତାଙ୍କ ସହଯୋଗୀ ତଥା ରାଣୀପଡ଼ା ଗ୍ରାମ ବିଦ୍ୟାଳୟ ସାହିର ଭାଲୁ ମହାରଣାଙ୍କ ପୁଅ ଲକ୍ଷ୍ମୀ ମହାରଣା (୨୪) ମଧ୍ୟ ଗୁରୁତର ହୋଇଛନ୍ତି।

ଗୁରୁତର ଲକ୍ଷ୍ମୀ ମେଡିକାଲରେ ବୟାନ ଦେଇ କହିଛନ୍ତି, ଗାଁର କିଛି ମଦ ବେପାରୀ ମିଶି ସଂଘବଦ୍ଧ ଭାବେ ସେମାନଙ୍କୁ ଖଣ୍ଡା ସମେତ ବିଭିନ୍ନ ମାରଣାସ୍ତ୍ରରେ ଆକ୍ରମଣ କରିଛନ୍ତି। ତାଙ୍କ ଗୋଡ଼ରେ ଖଣ୍ଡା ଚୋଟ ମଧ୍ୟ ପଡ଼ିଛି। ତେବେ ପୁଲିସ ବିଭିନ୍ନ ଦିଗରୁ ତଦନ୍ତ ଜାରି ରଖିଛି। ଅଭିଯୁକ୍ତଙ୍କୁ ଧରିବା ଲାଗି ଉଦ୍ୟମ ଜାରି ରହିଛି ବେ୬ାଲି କବିସୂର୍ଯ୍ୟନଗର ଥାନାଧିକାରୀ ପ୍ରଭାତ କୁମାର ସାହୁ ସୂଚନା ଦେଇଛନ୍ତି। ତଥାପି ଗଙ୍ଗା ଓ ଲକ୍ଷ୍ମୀ କେଉଁ ଉଦ୍ଦେଶ୍ୟରେ ଗ୍ରାମକୁ ଆସିଥିଲେ ଏନେଇ କିଛି ସ୍ପଷ୍ଟ ହୋଇପାରିନି।

ପୁଲିସ ସୂତ୍ରରୁ ମିଳିଥିବା ସୂଚନାନୁସାରେ, ଗତକାଲି ରାତି ପ୍ରାୟ ସାଢ଼େ ୧୦ଟାରେ ଗଙ୍ଗା ଓ ଲକ୍ଷ୍ମୀ ସୁନାପଲ୍ଲୀ ଗ୍ରାମ ନୂଆ ସାହିକୁ ସାଇକେଲରେ ଆସିଥିଲେ। ଉଭୟଙ୍କୁ ଗ୍ରାମବାସୀ ଦେଖି ଚୋର ବୋଲି ସନ୍ଦେହ କରି ନିସ୍ତୁକ ମାଡ଼ ମାରିବା ସହ ବାଲିଛାଇ ଫାଣ୍ଡିକୁ ଖବର ଦେଇଥିଲେ। ବାଲିଛାଇ ଫାଣ୍ଡି ଅଧିକାରୀ ଉମାଚରଣ ପ୍ରହରାଜ ପହଞ୍ଚି ଉଭୟଙ୍କୁ ଗ୍ରାମବାସୀଙ୍କ କବଳରୁ ଉଦ୍ଧାର କରି ପୋଲସରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ଚିକିତ୍ସା ପରେ ଗଙ୍ଗାଙ୍କୁ ଘରେ ଛାଡ଼ି ଦିଆ ଯାଇଥିଲା। କିନ୍ତୁ ଆଜି ସକାଳେ ଘରେ ହିଁ ଗଙ୍ଗାଙ୍କ ମୃତ୍ୟୁ ହୋଇଥିଲା। ବାଲିଛାଇ ପୁଲିସ ପହଞ୍ଚି ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ଆସିକା ଡାକ୍ତରଖାନାକୁ ପଠାଇଥିଲେ। ଲକ୍ଷ୍ମୀ ପୋଲସରା ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ମୃତକ ଗଙ୍ଗାଙ୍କ ପତ୍ନୀ ନର୍ମଦାଙ୍କ ଏତଲା କ୍ରମେ କବିସୂର୍ଯ୍ୟନଗର ଥାନାରେ କେସ୍ ନମ୍ବର ୭ ଅନୁସାରେ ଏକ ମାମଲା ରୁଜୁ ହୋଇଛି। ପୁରୁଷୋତ୍ତମପୁର ଏସଡିପିଓ ସୀମା ସ୍ଵାଇଁ, କବିସୂର୍ଯ୍ୟନଗର ଥାନାଧିକାରୀ ପ୍ରଭାତ କୁମାର ସାହୁ ଓ ପୋଲସରା ଥାନାଧିକାରୀ ଜିତେନ୍ଦ୍ର କୁମାର ମଲ୍ଲିକ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ସ୍ବାମୀଙ୍କ ହତ୍ୟାକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ୍ୟାୟ ପାଇଁ ପତ୍ନୀ ନର୍ମଦା ଦାବି କରିଛନ୍ତି। ଗିରଫଦାରି ଭୟରେ ଗ୍ରାମ ପୁରୁଷଶୂନ୍ୟ ପାଲଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe