ପ୍ରାତଃ ଭ୍ରମଣ ବେଳେ ତିନି ମହିଳାଙ୍କ ଉପରେ ଚଢିଗଲା ଅଜଣା ଗାଡ଼ି: ଘଟଣାସ୍ଥଳରେ ଦୁଇଜଣଙ୍କର ମୃତ୍ୟୁ, ଜଣେ ଗୁରୁତର

Advertisment

ଚାଳକ ଫେରାର

ଚାଳକ ଫେରାର

ପ୍ରାତଃ ଭ୍ରମଣ ବେଳେ ତିନି ମହିଳାଙ୍କ ଉପରେ ଚଢିଗଲା ଅଜଣା ଗାଡ଼ି: ଘଟଣାସ୍ଥଳରେ ଦୁଇଜଣଙ୍କର ମୃତ୍ୟୁ, ଜଣେ ଗୁରୁତର

ନୟାଗଡ଼: ନୟାଗଡ଼ରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବା ଜଣାଯାଇଛି। ପ୍ରାତଃ ଭ୍ରମଣ ବେଳେ ତିନି ମହିଳାଙ୍କ ଉପରେ ଏକ ଅଜଣା ଗାଡ଼ି ଚଢିଯିବାରୁ  ଘଟଣାସ୍ଥଳରେ ଦୁଇଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟ ଜଣେ ମହିଳା ଗୁରୁତର ହୋଇଛନ୍ତି। ତାଙ୍କୁ ଭୁବନେଶ୍ୱରର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ୫୭ ନମ୍ବର ଜାତୀୟ ରାଜପଥ ସମ୍ପଡ଼ା ନିକଟରେ ଏହି ଦୁର୍ଘଟଣା ଘଟିଛି।

ମୃତକ ହେଲେ ରସାନନ୍ଦ ମାର୍ଥାଙ୍କ ପତ୍ନୀ ମାନସୀ ମାର୍ଥା ଓ ଦାଶରଥୀ ପ୍ରଧାନଙ୍କ ପତ୍ନୀ ଟିକିନା ପ୍ରଧାନ । ଗୁରୁତର ମହିଳା ହେଉଛନ୍ତି ଉପେନ୍ଦ୍ର ପରିଡ଼ାଙ୍କ ପତ୍ନୀ ସୁରବାଳା ପରିଡ଼ା। ତାଙ୍କୁ ପ୍ରଥମେ ନୟାଗଡ଼ ଓ ପରେ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଛି।  ଗାଡ଼ି ନେଇ ଡ୍ରାଇଭର ଫେରାର ହୋଇଯାଇଥିବା ବେଳେ ପୁଲିସ ଘଟଣାର ତଦନ୍ତ କରୁଛି।

ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ପ୍ରାତଃ ଭ୍ରମଣରେ ଯାଇଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଳକ ମାଇଛେଳି ପଞ୍ଚାୟତ ସମ୍ପଡ଼ା ଖୋର୍ଦ୍ଧା-ବଲାଙ୍ଗୀର ଜାତୀୟ ରାଜପଥରେ ଆଜି ଭୋର ୪ଟା ୩୦ ସମୟରେ ଏକ ଅଘଟଣ ଘଟିଛି। ମାନସୀ ଏବଂ ସୁରବାଳା ଭୋରୁ ପ୍ରାତଃ ଭ୍ରମଣରେ ଯାଉଥିଲେ । ଟିକିନା ନଳକୂପରୁ ପାଣି ଆଣିବାକୁ ରାସ୍ତାରେ ଯାଉଥିଲେ। ଏଥିରେ ମାନସୀ ଓ ଟିକିନା ପ୍ରାଣ ହରାଇଥିବା ବେଳେ ସୁରବାଳା ଗୁରୁତର ଭାବେ ଆହତ ହୋଇଛନ୍ତି। ତେବେ ଦୁର୍ଘଟଣା ଘଟାଇବା ପରେ ଘଟଣାସ୍ଥଳରୁ ଗାଡ଼ି ନେଇ ସମ୍ପୃକ୍ତ ଗାଡ଼ିର ଚାଳକ ଫେରାର ହୋଇଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe