ଚିକାପାର ଗାଁରେ ବ୍ୟାପିଲା ଅଜଣା ରୋଗ: ୧୫ଦିନ ମଧ୍ୟରେ ୫ ଶିଶୁ ମୃତ

Advertisment

ଆଖିକୁ ପ୍ରଭାବିତ କରୁଛି ଅଜଣା ରୋଗ, ଗାଁରେ ପହଞ୍ଚି ଡାକ୍ତରୀ ଟିମ୍‌ର ଅନୁଧ୍ୟାନ

ଆଖିକୁ ପ୍ରଭାବିତ କରୁଛି ଅଜଣା ରୋଗ, ଗାଁରେ ପହଞ୍ଚି ଡାକ୍ତରୀ ଟିମ୍‌ର ଅନୁଧ୍ୟାନ

ଚିକାପାର ଗାଁରେ ବ୍ୟାପିଲା ଅଜଣା ରୋଗ: ୧୫ଦିନ ମଧ୍ୟରେ ୫ ଶିଶୁ ମୃତ

ପଟାଙ୍ଗି : କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକ୍‌ ତଳଗୋଲୁର ପଞ୍ଚାୟତ ଅନ୍ତର୍ଗତ ତିକାପାର ଗାଁରୁ ଆସିଛି ଭୟାବହ ଚିତ୍ର। ଅଜଣା ରୋଗ ଏହି ଗାଁର ଶିଶୁଙ୍କୁ ଗ୍ରାସ କରି ଚାଲିଛି। ଗତ ୧୫ଦିନ ମଧ୍ୟରେ ଗାଁର ୫ଜଣ ଶିଶୁଙ୍କ ମୃତ୍ୟୁ ହୋଇସାରିଲାଣି। ଲକ୍ଷଣରୁ ରୋଗ ଚିହ୍ନଟ ହୋଇପାରି ନଥିବା ବେଳେ ବହୁ ବିଳମ୍ବରେ ଘଟଣା ସଂକ୍ରାନ୍ତରେ ସ୍ବାସ୍ଥ୍ୟ ବିଭାଗ ଖବର ପାଇଛି। ଆଜି ଗୋଟିଏ ଟିମ୍‌ ପହଞ୍ଚି ଅନୁଧ୍ୟାନ କରିବା ସହ ଜଣେ ଶିଶୁର ଚିକିତ୍ସା କରିଛି।

publive-image

ସୂଚନା ଅନୁଯାୟୀ, ଚଳିତ ମାସ ୫ତାରିଖ ଦିନ ଉପରୋକ୍ତ ଗାଁର ଗେମେଲ ରାମାରାଓଙ୍କ ୭ମାସର ଶିଶୁକନ୍ୟା ହଠାତ୍‌ ଅସୁସ୍ଥ ହୋଇ ମୃତ୍ୟୁବରଣ କରିଥିଲା। ଏହାପରେ ୯ତାରିଖ ଦିନ ମାରି ସାମାଙ୍କ ଝିଅର ବି ମୃତ୍ୟୁ ହୋଇଥିଲା। ପୁଣି ୧୫ ତାରିଖରେ ସୁନ୍ଦର ରାଓଙ୍କ ଶିଶୁପୁତ୍ର ଅକାଳରେ ଚାଲି ଯାଇଥିବାବେଳେ ୧୭ତାରିଖରେ ମାରି ନାଇଡୁ ଏବଂ ଗେମେଲ ଲେଙ୍ଗୁଙ୍କ ଶିଶୁପୁତ୍ର ପ୍ରାଣ ହରାଇଥିଲେ। ଲଗାତାର ଗୋଟିଏ ଗାଁର ଏତେ ସଂଖ୍ୟାରେ ଶିଶୁ ମୃତ୍ୟୁବରଣ କରିବା ଗ୍ରାମବାସୀଙ୍କୁ ଭୟଭୀତ କରିଥିଲା। ସମସ୍ତ ଶିଶୁଙ୍କ ନିକଟରେ ସମାନ ଲକ୍ଷଣ ରହିଥିବା କୁହାଯାଉଛି। ଅନ୍ୟପକ୍ଷରେ, ସମ୍ବେଦନଶୀଳ ଘଟଣା ହୋଇଥିବାରୁ ସ୍ବାସ୍ଥ୍ୟ ବିଭାଗ ତତ୍ପରତା ପ୍ରକାଶ କରିଥିଲା। ଆଜି ଗୋଟିଏ ଟିମ୍‌ ପହଞ୍ଚି କିଛି ଶିଶୁଙ୍କ ସ୍ବାସ୍ଥ୍ୟାବସ୍ଥା ପରୀକ୍ଷା କରି ଚିକିତ୍ସା କରିଥିଲା। ମୃତ ଶିଶୁଙ୍କ ଭଳି ଗାଁର ଅନ୍ୟ ଜଣେ ଶିଶୁ ଆର୍ଜୁ ନିକଟରେ ସମାନ ଲକ୍ଷଣ ରହିଥିବାରୁ ଚିକିତ୍ସା କରାଯାଇଥିବା ଜଣାପଡ଼ିଛି। ସ୍ଥିତି ଅନୁଧ୍ୟାନ କରାଯାଇଛି ଏବଂ ସିଡିଏମ୍‌ଓଙ୍କୁ ରିପୋର୍ଟ ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି। ୭ରୁ ୮ମାସ ମଧ୍ୟରେ ଶିଶୁ ଏହି ଅଜଣା ରୋଗରେ ଆକ୍ରାନ୍ତ ହେଉଥିବା ବେଳେ ଆଖି ବିଶେଷ ଭାବେ ପ୍ରଭାବିତ ହେଉଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ଅନ୍ୟପଟେ ଭାରାପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଅରୁଣ ପାଢୀଙ୍କ କହିବାନୁଯାୟୀ ଗତ ଦୁଇ ମାସ ମଧ୍ୟରେ ତିନି ଜଣ ଶିଶୁ କୌଣସି କାରଣରୁ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe