ହଳଦୀକୁଣ୍ଡ ଗାଁରେ ମଦ, ପାଣି ଯୋଗୁ ଅଜଣା‌ ରୋଗ; ପରୀକ୍ଷା ପରେ ଜଣାପଡ଼ିଲା

Advertisment
ହଳଦୀକୁଣ୍ଡ ଗାଁରେ ମଦ, ପାଣି ଯୋଗୁ ଅଜଣା‌ ରୋଗ; ପରୀକ୍ଷା ପରେ ଜଣାପଡ଼ିଲା

ମାଲକାନଗିରି : ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ୍‌ ଅନ୍ତର୍ଗତ ହଳଦୀକୁଣ୍ଡ ଗାଁରେ ବ୍ୟାପିଥିବା ଅଜଣା ରୋଗ ଚିହ୍ନଟ ହୋଇଛି। ପରୀକ୍ଷା ପାଇଁ ଯାଇଥିବା ନମୁନାର ରିପୋର୍ଟ ମିଳିବାପରେ ଉଦ୍‌ବେଗ କରିବା ଭଳି ସତ ସାମ୍ନାକୁ ଆସିଛି। ମଦ ଓ ପାଣି ଯୋଗୁ ଯକୃତ ଏବଂ କିଡ୍‌ନି ସଂକ୍ରମିତ ହେବାରୁ ଲୋକଙ୍କ ମୃତ୍ୟୁ ହୋଇଥିବା ପ୍ରମାଣ ମିଳିଛି। ଏହି କାରଣରୁ ବହୁସଂଖ୍ୟାରେ ଲୋକ ଅସୁସ୍ଥ ହୋଇଥିବା ମଧ୍ୟ ଜଣାପଡ଼ିଛି। ଏହାପରେ ସ୍ବାସ୍ଥ୍ୟ ବିଭାଗ ତତ୍ପରତା ପ୍ରକାଶ କରିଥିବା ବେଳେ ଲୋକଙ୍କୁ ସଚେତନ କରିବା ଆରମ୍ଭ କରିଛି। ଅସୁସ୍ଥଙ୍କ ଚିକିତ୍ସା ସହ ସ୍ବାସ୍ଥ୍ୟର ଯତ୍ନ ନେବାକୁ ପରାମର୍ଶ ଦେଉଛି।

ପ୍ରାୟ ଦୁଇ ସପ୍ତାହ ଧରି ହଳଦୀକୁଣ୍ଡ ଗାଁରେ ଭୟାବହ ପରିସ୍ଥିତି ଲାଗିରହିଥିଲା। ୭ଜଣଙ୍କ ଅକାଳ ମୃତ୍ୟୁ ହୋଇଥିବା ବେଳେ ୧୨ରୁ ଊର୍ଦ୍ଧ୍ବ ଜଣ ଗୁରୁତର ଅସୁସ୍ଥ ହୋଇଥିଲେ। ଏହି ଘଟଣା ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗର ନିଦ ହଜାଇ ଦେଇଥିଲା। ପ୍ରାୟ ୭ଦିନ ତଳେ ରୋଗ ଚିହ୍ନଟ ପାଇଁ ରକ୍ତ, ପାଣି ଏବଂ ସ୍ଥାନୀୟ ଅଞ୍ଚଳରେ ବିକ୍ରି ହେଉଥିବା ମଦ ନମୁନା ସଂଗ୍ରହ କରାଯାଇଥିଲା। ଭୁବନେଶ୍ବରରେ ପରୀକ୍ଷା ପରେ ଉକ୍ତ ନମୁନାର ରିପୋର୍ଟ ମିଳିଛି। ସମସ୍ତ ନମୁନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe