କାଶୀପୁରରେ ବ୍ୟାପୁଛି ଅଜଣା ରୋଗ! ୩ ଦିନରେ ୩ ମୃତ, ୪ ଗୁରୁତର

Advertisment
ଆସ୍କାରେ ନିର୍ବାଚନ ପରବର୍ତ୍ତୀ ହିଂସା: ଯୁବକଙ୍କୁ ପିଟିପିଟି ମାରିଦେଲେ

ରାୟଗଡ଼ା: ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ୍‌ରେ ପୁଣି ଅଜଣା ରୋଗ ଆତଙ୍କ ସୃଷ୍ଟି କରିଛି। ବ୍ଲକ୍‌ର କଣ୍ଟାମାଳ କରଳ ଗାଁରେ ଝାଡ଼ାବାନ୍ତି ଆଉ ପେଟ ଯନ୍ତ୍ରଣା ଯୋଗୁ ତିନି ଦିନ ମଧ୍ୟରେ ୩ଜଣଙ୍କ ମୃତ୍ୟୁ ହୋଇସାରିଲାଣି। ଆଉ ୪ଜଣ ଗୁରୁତର ରହିଥିବା ‌ବେଳେ ଡାକ୍ତରୀ ଦଳ ପହଞ୍ଚି ୩ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ମୃତକ ହେଲେ ଗାଁର ଖଗ ଝୋଡ଼ିଆ, ଅଭି ଘଣ୍ଟିଆ ଓ ବନ ଝୋଡ଼ିଆ। ଚିହ୍ନଟ ହୋଇପାରି ନଥିବା ରୋଗରେ ପଡ଼ି ୩ଜଣଙ୍କ ହଠାତ୍‌ ମୃତ୍ୟୁ ଯୋଗୁ ଗାଁରେ କୋକୁଆ ଭୟ ଲାଗିରହିଛି। ତିନିଦିନ ତଳେ ଆକ୍ରାନ୍ତଙ୍କ ହଠାତ୍‌ ପେଟରେ ଯନ୍ତ୍ରଣା ସହ ଝାଡ଼ାବାନ୍ତି ହୋଇଥିଲା। ପରିବାର ଲୋକେ ଏମାନଙ୍କୁ ଡାକ୍ତରଖାନା ନେବାକୁ ପ୍ରସ୍ତୁତ ହେଉଥିବା ବେଳେ ମୃତ୍ୟୁ ହୋଇଥିଲା।

କେଉଁ କାରଣରୁ ଏମାନେ ରୋଗରେ ଆକ୍ରାନ୍ତ ହେଲେ ପରିବାର ଲୋକେ ସ୍ପଷ୍ଟ ରୂପେ କିଛି କରିପାରୁ ନାହାନ୍ତି। ତେବେ ସମାନ ଲକ୍ଷଣ ଥାଇ ମୃତ୍ୟୁ ସଂଖ୍ୟା ବଢ଼ିବାରୁ ତୁରନ୍ତ ଡାକ୍ତରଖାନାକୁ ଖବର ଦିଆଯାଇଥିଲା। ଆଜି ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଗୋଟିଏ ଡାକ୍ତରୀ ଦଳ ଗାଁରେ ପହଞ୍ଚିଥିଲା। ସ୍ଥିତି ପରଖିବା ସହ ଗୁରୁତର ଚାରି ଜଣଙ୍କ ମଧ୍ୟରୁ ୩ଜଣଙ୍କୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ସିଡିଏମ୍‌ଓଙ୍କୁ ପଚାରିବାରୁ ଘଟଣା ସମ୍ପର୍କରେ ଜାଣିଥିବା ଓ ଗୁରୁତରଙ୍କ ଚିକିତ୍ସା ଜାରି ରହିଥିବା କହିଛନ୍ତି। ଆସନ୍ତାକାଲି ଡାକ୍ତରୀ ଦଳ ଆସିବା ପରେ ଠିକ୍‌ ତଥ୍ୟ ସହ ରୋଗର କାରଣ ଜଣାପଡ଼ିବ ବୋଲି ସିଡିଏମ୍‌ଓ କହିଛନ୍ତି। ଗାଁ ଲୋକଙ୍କ କହିବା ଅନୁସାରେ ସମସ୍ତ ଆକ୍ରାନ୍ତ କିଛିଦିନ ତଳେ ଭୋଜି ଖାଇଥିଲେ। ଏଥିଯୋଗୁଁ ଅଘଟଣ ଘଟିଥିବା ଅନୁମାନ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe