ଆନନ୍ଦବଜାର ଶୃଙ୍ଖଳା ​ବୈଠକ: ଅବଢ଼ା ଦର ନେଇ ବାହାରିଲାନି ନିଷ୍କର୍ଷ

ସିଂହାରି-ସୁଆର ମହାସୁଆର ସେବକ ବିବାଦ: ନଷ୍ଟ ହେଲା ୧୨ହଜାର ଲୋକଙ୍କ ମହାପ୍ରସାଦ

business.site

ପୁରୀ: ଆନନ୍ଦ ବଜାରରେ ଶୃଙ୍ଖଳା ନେଇ ଆଜି ପୁଣି ବୈଠକ ଅନୁଷ୍ଠିତ ହୋଇଥିବାବେଳେ ଦର ନିର୍ଧାରଣ ନେଇ ନିଷ୍କର୍ଷ ବାହାରି ପାରି ନାହିଁ। ବାରମ୍ବାର ବୈଠକ ପରେ ମଧ୍ୟ ଅବଢ଼ା ଦର ଲଗାଇବା ନେଇ କୌଣସି ସିଦ୍ଧାନ୍ତରେ ପହଞ୍ଚିପାରୁନି ଶ୍ରୀମନ୍ଦିର ପ୍ରଶାସନ। ସୁଆର ମହାସୁଆର ନିଯୋଗ କୋର‌୍ କମିଟି, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟମାନଙ୍କ ସହ ପ୍ରଶାସନର ଅଧିକାରୀମାନେ ଆଜି ୧ ଘଣ୍ଟା ଧରି ଆଲୋଚନା କରିଥିଲେ ମଧ୍ୟ ଅବଢ଼ା ଦର ନିର୍ଦ୍ଧାରଣ ପ୍ରସଙ୍ଗ ଆଲୋଚନା ପରିସରକୁ ଆସିଲା ନାହିଁ।

ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ବୈଠକରେ ଆନନ୍ଦ ବଜାରରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ସୁଆର ମହାସୁଆର ନିଯୋଗର ୬ ଜଣିଆ କମିଟିକୁ ସହଯୋଗ କରିବା ଲାଗି ସୁପର୍‌ଭାଇଜର ବକ୍ସି ରାମଚନ୍ଦ୍ର ପ୍ରତିହାରୀଙ୍କ ତତ୍ତ୍ବାବଧାନରେ ୨ ଜଣ ପୁଲିସ କର୍ମଚାରୀଙ୍କୁ ନିୟୋଜିତ କରାଯିବା ନେଇ ନିଷ୍ପତ୍ତି ହୋଇଛି। ଆନନ୍ଦବଜାରର ସୌନ୍ଦର୍ଯ୍ୟୀକରଣ ପାଇଁ ଅବଢ଼ା ବିକ୍ରି ହେଉଥିବା ସ୍ଥାନରେ ଜରି ପାଲ ନଟାଣି ସେଡ୍ କରିବାକୁ ନିଷ୍ପତ୍ତି ହୋଇଥିଲା। ଶୁଦ୍ଧ ଓମ୍‌ଫେଡ୍‌ ଘିଅରେ ମହାପ୍ରସାଦ ପ୍ରସ୍ତୁତି ନେଇ ଜୋର ଦିଆଯାଇଥିଲା। ତେବେ ଓମ୍‌ଫେଡ୍‌ ଘିଅରେ ମହାପ୍ରସାଦ ପ୍ରସ୍ତୁତି ଦ୍ବାରା ଅବଢ଼ା ଦର ଆହୁରି ବୃଦ୍ଧି କରିବାକୁ ପଡ଼ିବ ବୋଲି ସୁଆର ମହାସୁଆର କୋର୍‌ କମିଟିର କିଛି ସଦସ୍ୟ କହିଥିଲେ। ଏହାବ୍ୟତୀତ ଭକ୍ତମାନେ ପାନୀୟ ଜଳ ପାଇଁ ଭୋଗୁଥିବା ସମସ୍ୟା ଦୂର ପାଇଁ ମଧ୍ୟ ବ୍ୟବସ୍ଥା କରିବାକୁ ଆଲୋଚନା ହୋଇଥିଲା। ଶୃଙ୍ଖଳା ଉପରେ ନଜର ରଖିବାକୁ ଆନନ୍ଦବଜାର ପରିସରକୁ ସିସିଟିଭି ଜରିଆରେ ନୀରିକ୍ଷଣ କରାଯିବ ବୋଲି ଆଲୋଚନା ହୋଇଥିଲା।

ଗତ ଜୁଲାଇରେ ମହାପ୍ରସାଦ ଦର ତାଲିକା ଲାଗି ଏକ ସବ୍‌କମିଟି ଗଠନ ହୋଇଥିଲା। ସେଇ ସମୟରେ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା ଯେ କେବଳ ସୁପକାରମାନେ ମହାପ୍ରସାଦ ବିକ୍ରି କରିବେ। ଏହାର ତାଲିକା ସୁଆର ମହାସୁଆର ନିଯୋଗ ପ୍ରଦାନ କରିବ। ମାତ୍ର ବାରମ୍ବାର ଆଲୋଚନା ପରେ ମଧ୍ୟ ଅବଢ଼ା ଦର ତାଲିକା ନିର୍ଧାରଣ ହୋଇପାରୁନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe