ବିବାହ ପୂର୍ବରୁ ମହାପ୍ରଭୁଙ୍କୁ ଦର୍ଶନ କଲେ ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ

ବିବାହ ପୂର୍ବରୁ ମହାପ୍ରଭୁଙ୍କୁ ଦର୍ଶନ କଲେ ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି ଦେଶର ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ ଅମ୍ବାନୀ। ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିଲା ପରେ କଡ଼ାସୁରକ୍ଷା ବ୍ୟବସ୍ଥାରେ ଆଜି ଅପରାହ୍‌ଣରେ ଅନନ୍ତ ଅମ୍ବାନୀ ପୁରୀ ଗସ୍ତରେ ଆସିଥିଲେ। ସିଂହଦ୍ବାର ସମ୍ମୁଖ ଦେଇ ସେ ସାଧାରଣ ଦର୍ଶକଙ୍କ ଭଳି ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିଥିଲେ। ଶ୍ରୀମନ୍ଦିର ପରିସରର‌େ ସେ ପ୍ରାୟ ଅଧ ଘଣ୍ଟା ବିତାଇଥିଲେ।

publive-image

ସୂଚନାଯୋଗ୍ୟ, ମୁକେଶ ଅମ୍ବାନିଙ୍କ ସାନ ପୁଅ ଅନନ୍ତ ଅମ୍ବାନି ତାଙ୍କ ଦୀର୍ଘ ଦିନର ବାନ୍ଧବୀ ରାଧିକା ମର୍ଚାଣ୍ଟଙ୍କ ସହ ଗତ ୧୯ ତାରିଖରେ ନିର୍ବନ୍ଧ କରିଛନ୍ତି। ଅନନ୍ତ ଏବଂ ରାଧିକାଙ୍କ ନିର୍ବନ୍ଧ ଉତ୍ସବ ମୁମ୍ବାଇରେ ଥିବା ମୁକେଶ ଅମ୍ବାନୀଙ୍କ ବାସଭବନ ଆଣ୍ଟିଲିଆରେ ଅନୁଷ୍ଠିତ ହୋଇଥିଲା।  ଅନନ୍ତ ଏବଂ ରାଧିକାଙ୍କ ନିର୍ବନ୍ଧ ପୁରୁଣା ପରମ୍ପରା ଅନୁଯାୟୀ କରାଯାଇଥିବା ବେଳେ ଏହି ଅବସରରେ ମୁକେଶ ଅମ୍ବାନିଙ୍କ ସମଗ୍ର ପରିବାର ଏକାଠି ହୋଇଥିଲେ। ଏହା ପୂର୍ବରୁ  ରାଜସ୍ଥାନର ନାଥଦ୍ବାରା‌ରେ ଥିବା ପ୍ରଭୁ ଶ୍ରୀନାଥଜୀଙ୍କ ମନ୍ଦିରରେ ଉଭୟଙ୍କ ନିର୍ବନ୍ଧ ‌ହୋଇଥିଲା।

ମୁକେଶ ଅମ୍ବାନୀଙ୍କ ତୃତୀୟ ସନ୍ତାନ ଅନନ୍ତ ଖୁବ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ତେବେ ବିବାହ ପୂର୍ବରୁ ଅନନ୍ତ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବା ସହିତ ଆଶୀର୍ବାଦ ନେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe