ମହାପ୍ରଭୁଙ୍କ ଦର୍ଶନ କଲେ ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ

ମହାପ୍ରଭୁଙ୍କ ଦର୍ଶନ କଲେ ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ

ପୁରୀ: ବିଶିଷ୍ଟ ଶିଳ୍ପପତି ମୁକେଶ ଆମ୍ବାନୀଙ୍କ ପୁଅ ଅନନ୍ତ ଅମ୍ବାନୀ ଆଜି ରାତିରେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଲା ପରେ ସେ ଜେଡ୍ ପ୍ଲସ ସୁରକ୍ଷା ବଳୟରେ ପୁରୀ ଆସି ଦର୍ଶନ କରିଛନ୍ତି। ସେଠାରୁ କଡ଼ାସୁରକ୍ଷାରେ ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି। ନିକଟରେ ଅନନ୍ତଙ୍କ ନିର୍ବନ୍ଧ ସରିଛି। ବିବାହ ପୂର୍ବରୁ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରି ସେ ଆଶିଷ ନେଉଛନ୍ତି। ମହାପ୍ରଭୁଙ୍କ ଦର୍ଶନ ପରେ ସେ ମୁମ୍ବାଇ ଫେରିଯିବାର କାର୍ଯ୍ୟକ୍ରମ ରହିଛି। ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ଅନନ୍ତ କହିଛନ୍ତି ପ୍ରଭୁଙ୍କ ଆଶୀର୍ବାଦ ଏମିତି ଥାଉ, ଜୟ ଜଗନ୍ନାଥ।

ମୁକେଶ ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀଙ୍କ ବାହାଘର ଜୁଲାଇ ୧୨ ତାରିଖରେ ଅନୁଷ୍ଠିତ ହେବ। ୩ମାସ ପୂର୍ବରୁ ଗୁଜରାଟ ଜାମନଗରରେ ୩ଦିନିଆ ପ୍ରି-ୱେଡିଂ ଫଙ୍କସନ ହୋଇଥିଲା। ପ୍ରଥମ ଦିନରେ ଅମ୍ବାନୀ ପରିବାର ପକ୍ଷରୁ କକଟେଲ ପାର୍ଟିର ଆୟୋଜନ କରାଯାଇଥିଲା, ଯେଉଁଥିରେ ଦେଶବିଦେଶର ଶହଶହ ହାଇପ୍ରୋଫାଇଲ ଅତିଥି ଯୋଗଦେଇଥିଲେ। ଇଭାଙ୍କା ଟ୍ରମ୍ପ, ବିଲ ଗେଟସ, ସୁନ୍ଦର ପିଚାଇ, ମାର୍କ ଜୁକରବର୍ଗ, ଭୁଟାନ ରାଣୀ, କାତାର ପ୍ରିନ୍ସଙ୍କଠୁ ନେଇ ନାମୀଦାମୀ ଚେହେରା ପ୍ରି-ୱେଡିଂ ଫଙ୍କସନରେ ସାମିଲ ଏହାର ଆର୍କଷଣକୁ ଦ୍ୱିଗୁଣ କରିଥିଲା। ଜାମନଗରରେ କ୍ରୀଡା, ବ୍ୟବସାୟ, ମୁମ୍ବାଇ ପୁଲିସ, ରାଜନୀତି ଓ ବିଭିନ୍ନ କ୍ଷେତ୍ରର ଜଣାଶୁଣା ଚେହେରା କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

publive-image Photo: Santosh, Puri

ଅନନ୍ତ-ରାଧିକାଙ୍କ ପ୍ରି-ୱେଡିଂ ଫଙ୍କସନ ପାଇଁ ଲେଜର ଲାଇଟ ସୋ’ଠୁ ନେଇ ଭଳିକି ଭଳି ସାଜସଜାରେ ଝଲସିଥିଲା ପୂରା ଜାମନଗର। ରିଲାଏନ୍ସ ଗ୍ରୀନ୍ସରେ ଗ୍ରାଣ୍ଡ ଫଙ୍କସନର ଆୟୋଜନ କରାଯାଇଥିଲା। ଏବେ ନଜର ପକାଇବା କାର୍ଯ୍ୟକ୍ରମର ଆକର୍ଷଣ କେନ୍ଦ୍ର ବିନ୍ଦୁ ସାଜିଥିବା ଦୁନିଆର ସବୁଠୁ ଲୋକପ୍ରିୟ ତଥା ଅଧିକ ପାରିଶ୍ରମିକ ନେଉଥିବା ପପ ଷ୍ଟାର ରିହାନାଙ୍କ ପରଫରମାନ୍ସ ଉପରେ। ରିହାନଙ୍କ ଫରମାନ୍ସରେ କେବଳ ଅତିଥି ନୁହେଁ ପୂରା ଅମ୍ବାନୀ ପରିବାରମଧ୍ୟ ଝୁମିଥିଲା। ପପଷ୍ଟାରଙ୍କ ପରଫରମାନ୍ସରେ ପୂରା ଅମ୍ବାନୀ ପରିବାର ଏକାଠି ପରଫର୍ମ କରିଥିଲେ। କିଛି ଘଂଟାର ପରଫରମାନ୍ସ ପାଇଁ ରିହାନ ୬୦କୋଟିର ଅଧିକ ଟଙ୍କାର ପାରିଶ୍ରମିକ ନେଇଥିବା ଚର୍ଚ୍ଚା ହୋଇଥିଲା। ଫେରିିିଯିବା ସମୟରେ ରିହାନା କହିଥିଲେ ତାଙ୍କୁ ଭାରତ ବେଶ ଭଲ ଲାଗିଛି ଓ ପୁଣି ଥରେ ନିଶ୍ଚୟ ଆସିବେ।

ସୂଚନାଯୋଗ୍ୟ, ଅନନ୍ତ ଅମ୍ବାନୀ ୨-୨୩ ପୂର୍ବରୁ ଶ୍ରୀକ୍ଷେତ୍ର ଆସି ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe