Indian Bureaucracy
ସମ୍ବଲପୁର : ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ବିବାହ କରିବା ପାଇଁ ଲମ୍ବା ଛୁଟିରେ ଯାଇଛନ୍ତି। ଗୁରୁବାର ସେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ)ଙ୍କୁ ଦାୟିତ୍ବ ହସ୍ତାନ୍ତର କରିଛନ୍ତି। ଜିଲ୍ଲାପାଳ ୨୮ରୁ ପ୍ରାୟ ୨୦ ଦିନ ଛୁଟିରେ ରହିବେ ବୋଲି ସୂଚନା ମିଳିଛି। ସେ ଆସିବା ପର୍ଯ୍ୟନ୍ତ ଶ୍ରୀ ରାଜ୍ ଭାରପ୍ରାପ୍ତ ଜିଲ୍ଲାପାଳ ଦାୟିତ୍ବରେ ରହିବେ।
ଅନନ୍ୟା ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଲ ରାଣାଙ୍କୁ ବିବାହ କରିବେ। ଆସାମରେ ବିବାହ ଉତ୍ସବ ଅନୁଷ୍ଠିତ ହେବ। ଗତ ଫେବ୍ରୁଆରି ୧୯ ତାରିଖରେ ଉଭୟଙ୍କ ନିର୍ବନ୍ଧ ସମ୍ବଲପୁରରେ ଅନୁଷ୍ଠିତ ହୋଇଥିଲା।
Follow Us