ଶ୍ରୀ ଅଲାରନାଥଙ୍କ ଅଣସର ଦର୍ଶନରେ ଅବ୍ୟବସ୍ଥା : ଖରାରେ ସିଝିଲେ ଦର୍ଶନାର୍ଥୀ

Advertisment
ଶ୍ରୀ ଅଲାରନାଥଙ୍କ ଅଣସର ଦର୍ଶନରେ ଅବ୍ୟବସ୍ଥା : ଖରାରେ ସିଝିଲେ ଦର୍ଶନାର୍ଥୀ

ବ୍ରହ୍ମଗିରି : ଶ୍ରୀଅଲାରନାଥଙ୍କ ପୀଠରେ ଅଣସର ଦର୍ଶନର ଆଜି ତୃତୀୟ ଦିନରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି। ତେବେ କେତେକ ଅବ୍ୟବସ୍ଥାକୁ ନେଇ ଆଜି ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ପରିଲକ୍ଷିତ ହୋଇଥିଲା। ରବିବାର ଥିବାରୁ ଭୋର ଚାରିଟାରୁ ଭକ୍ତଙ୍କ ଭିଡ଼ ଆରମ୍ଭ ହୋଇ ଯାଇଥିଲା। ଦିନତମାମ ପ୍ରବଳ ଗୁଳୁଗୁଳି ଭକ୍ତଙ୍କୁ ନାକେଦମ କରିଥିଲା। ପ୍ରଶାସନ ପକ୍ଷରୁ ସିଂହଦ୍ୱାର ପାଖରୁ ଚନ୍ଦନ ଚକଡ଼ା ପର୍ଯ୍ୟନ୍ତ ଟେଣ୍ଟ ନିର୍ମାଣ କରାଯାଇଛି। କିନ୍ତୁ ଭକ୍ତଙ୍କ ସଂଖ୍ୟା ଅଧିକ ଥିବାରୁ ଆଜି ଧାଡ଼ି ଆହୁରି ୫ଶହ ମିଟର ଦୂରକୁ ଲମ୍ବି ଯାଇଥିଲା। ଫଳରେ ଟେଣ୍ଟ ବାହାରେ ପ୍ରବଳ ଖରାରେ ଶହ ଶହ ଭକ୍ତ ଦୀର୍ଘ ସମୟ ଧରି ଛିଡ଼ା ହୋଇଥିଲେ। ଏମିତିକି ପ୍ରଶାସନ ପକ୍ଷରୁ ପାଣି ମଧ୍ୟ ସିଞ୍ଚନ କରାଯାଇନଥିଲା। ପୁଣି ଧାଡ଼ି ପାଖରେ ଗାଈବଳଦ ବୁଲୁଥିବାରୁ ଅଭାବନୀୟ ସ୍ଥିତି ସୃଷ୍ଟି ହୋଇଥିଲା।

publive-image

ଅନ୍ୟପକ୍ଷରେ ଶ୍ରୀଜିଉଙ୍କ ଦର୍ଶନ ପାଇଁ ପ୍ରସ୍ଥାନ ଗେଟ୍‌ରେ ଅଧିକ ଭକ୍ତଙ୍କୁ ଛଡ଼ାଯିବା ଯୋଗୁ ଧାଡ଼ିରେ ଥିବା ଭକ୍ତଙ୍କ ପାଇଁ ସମସ୍ୟା ସୃଷ୍ଟି କରିଥିଲା। ଗହଳି ବେଳେ ଭିଆଇପି, ଭିଭିଆଇପିଙ୍କ ପାଇଁ ପ୍ରସ୍ଥାନ ଦ୍ୱାର ଦେଇ ମାତ୍ର ଦୁଇ ଜଣ ଲେଖାଏ ଯିବାକୁ ସ୍ଥିର ହୋଇଥିବା ବେଳେ ଆଜି ଏକା ଥରକେ ୫ରୁ ୧୦ ଜଣ ଯାଉଥିଲେ। ଦିନତମାମ୍‌ ପ୍ରସ୍ଥାନ ବାଟ ଦେଇ ଭକ୍ତଙ୍କ ପ୍ରବେଶକୁ ନେଇ ବ୍ୟାରିକେଡ୍‌ ଭିତରେ ଥିବା ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ପରିଲକ୍ଷିତ ହୋଇଥିଲା। ପୁଣି ଆନନ୍ଦ ବଜାର ଦେଇ ଭକ୍ତ ପ୍ରବେଶ କରି ପ୍ରସ୍ଥାନ ବାଟ ଦେଇ ମନ୍ଦିର ଭିତରକୁ ଦର୍ଶନ ପାଇଁ ଯାଉଥିଲେ। ଗତ ବର୍ଷ ଅଣସର ଦର୍ଶନ ବେଳେ ପ୍ରସ୍ଥାନ ବାଟ ଦେଇ ଭକ୍ତଙ୍କ ପ୍ରବେଶକୁ ନେଇ ଉତ୍ତେଜନା ଦେଖା ଦେଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe