କଣ୍ଟିଗଡ଼ିଆ : ଧର୍ମଶାଳା ବ୍ଲକ୍ ଅନ୍ତର୍ଗତ କଣ୍ଟିଗଡ଼ିଆ ପଞ୍ଚାୟତ ପାଇକରାପୁର ଗ୍ରାମର ଏକ ପୋଖରୀ ଖନନ ବେଳେ ଗୋଟିଏ ବହୁ ପୁରାତନ ମୂର୍ତ୍ତି ଉଦ୍ଧାର ହୋଇଛି। ପୋଖରୀ ଖନନ କାର୍ଯ୍ୟ ଚାଲିଥିବା ବେଳେ ମୂର୍ତ୍ତିଟି ବାହାରିବାରୁ ଏହାକୁ ଦେଖିବା ପାଇଁ ବହୁ ଲୋକଙ୍କ ଭିଡ଼ ଲାଗିଥିଲା। ଖନନ କାର୍ଯ୍ୟରେ ବ୍ୟବହୃତ ଜେସିବି ମେସିନ ସାହାଯ୍ୟରେ ମୂର୍ତ୍ତିଟିକୁ ବାହାର କରାଯାଇଥିଲା। କେହିକେହି ଏହାକୁ କୌଣସି ଦେବୀ ମୂର୍ତ୍ତି କହୁଥିବା ବେଳେ ଐତିହାସିକ ଡ. ହରିଶ୍ଚନ୍ଦ୍ର ପୃଷ୍ଟି ଏହାକୁ ଏକାଦଶ ଶତାଦ୍ଦୀର ବୋଧିସତ୍ତ୍ବ ମୂର୍ତ୍ତି ବୋଲି ଅନୁମାନ କରୁଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us