ପୁଣି ବଡ଼ମ୍ବାରେ ହାତୀମୃତ୍ୟୁ, ଦାନ୍ତ ଲୁଟ୍‌!

Advertisment
ବନ୍ତଳା ବନାଞ୍ଚଳରେ ମାତିଛି ଦନ୍ତା, ହାତୀ ଆକ୍ରମଣରେ ପୁଣି ଜଣେ ବୃଦ୍ଧଙ୍କ ମୃତ୍ୟୁ

କଟକ: ଆଠଗଡ଼ ବନଖଣ୍ଡର ବଡମ୍ବା ରେଞ୍ଜରେ ପୁଣି ଦନ୍ତା ହାତୀ ଶିକାର ଅଭିଯୋଗ ସାମନାକୁ ଆସିଛି। ଏହାକୁ ନେଇ ଆଜି ସକାଳୁ ରାତି ପର୍ଯ୍ୟନ୍ତ ବନବିଭାଗ ନାକେଦମ୍‌ ହୋଇଛି। କିନ୍ତୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ହାତୀର ମୃତଦେହ ଠାବ କରାଯାଇ ପାରିନି। ଏପଟେ ଦନ୍ତାହାତୀ ଶିକାର ସହ ଦାନ୍ତ ତସ୍କର କାଟି ନେଇଥିବା ବିଶ୍ବସ୍ତ ସୂତ୍ରରୁ ଜଣାପଡିଛି। ବଡମ୍ବା ରେଞ୍ଜ ମାଣିଆବନ୍ଧ ବିଟ ଅଧୀନ ହିନ୍ଦୋଳ ସୀମାବର୍ତ୍ତୀ ଜଙ୍ଗଲରେ ଏହି ଘଟଣା ଘଟିଛି। ତେବେ ଉଭୟ ବଡ଼ମ୍ବା ଓ ହିନ୍ଦୋଳ ରେଞ୍ଜର ବନକର୍ମଚାରୀ ଜଙ୍ଗଲରେ ଖୋଜାଖୋଜି ଚଳାଇଥିବାବେଳେ ଦନ୍ତାହାତୀ ମୃତଦେହ ପଡିଥିବା ସ୍ଥାନ କେଉଁ ରେଞ୍ଜ ଅଧୀନରେ ଯାଉଛି ତାକୁ ନେଇ ସୀମା ନିର୍ଦ୍ଧାରଣ ସ୍ପଷ୍ଟ ହୋଇପାରୁ ନଥିବାରୁ ବନବିଭାଗ ଘଟଣାକୁ ଲୁଚାଉଥିବା କିଛି ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। ଏ ସଂପର୍କରେ ବଡ଼ମ୍ବା ରେଞ୍ଜର ସୁବ୍ରତ କୁମାର ବେହେରା କହିଛନ୍ତି ଯେ ହାତୀ ମୃତ୍ୟୁକୁ ନେଇ ଖବର ପାଇଛୁ। ରାତି ହୋଇଯିବାରୁ ଆଜି ଖୋଜାଖୋଜି ବନ୍ଦ ରହିଛି ଏବଂ ଆସନ୍ତାକାଲି ସକାଳେ ପୁଣି ଖୋଜାଯିବ ବୋଲି କହିଛନ୍ତି।

ଅନ୍ୟପଟେ ଆଜି ସକାଳେ ସ୍ଥାନୀୟ ଲୋକେ ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବା ବେଳେ ହାତୀର ମୃତଦେହ ଦେଖି ବନ ବିଭାଗକୁ ଖବର ଦେଇଥିବା କୁହାଯାଉଛି। ଘଟଣାସ୍ଥଳକୁ ଉଭୟ ରେଞ୍ଜର ଅଧିକାରୀ, ଆଠଗଡ଼ ବନଖଣ୍ଡ ଅଧିକାରୀ ଡକ୍ଟର ଯଜ୍ଞଦତ୍ତ ପତିଙ୍କ ସମେତ ଅଧିକାରୀମାନେ ଯାଇଥିଲେ। ବାରମ୍ବାର ଆଠଗଡ଼ ବନଖଣ୍ଡରେ ହାତୀ ମୃତ୍ୟୁ ଘଟଣା ବିବାଦର କାରଣ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe