ପୁଣି ଆନ୍ଧ୍ରର ଦାଦାଗିରି: ମାଣିକପାଟଣା ଗ୍ରାମରେ ସରକାରୀ ଯୋଜନା ସଂପର୍କିତ ତେଲୁଗୁ ପୋଷ୍ଟର୍

ପୁଣି ଆନ୍ଧ୍ରର ଦାଦାଗିରି: ମାଣିକପାଟଣା ଗ୍ରାମରେ ସରକାରୀ ଯୋଜନା ସଂପର୍କିତ ତେଲୁଗୁ ପୋଷ୍ଟର୍

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ତଥା ଆନ୍ଧ୍ର ସୀମାନ୍ତ ଗଙ୍ଗାବାଡ଼ ପଞ୍ଚାୟତ ମାଣିକପାଟଣାରେ ପୁଣି ଦାଦାଗିରି ଦେଖାଇଛି ଆନ୍ଧ୍ରପ୍ରଦେଶ ପ୍ରଶାସନ। ଆନ୍ଧ୍ରପ୍ରଦେଶ ସରକାରଙ୍କ ଗ୍ରାମାଞ୍ଚଳ ସରକାରୀ ଯୋଜନା ସଂପର୍କିତ ତଥ୍ୟ ଥାଇ ତେଲୁଗୁରେ ଲେଖାଯାଇଥିବା ବିଭିନ୍ନ ପୋଷ୍ଟର୍ ଗ୍ରାମର କାନ୍ଥରେ ମରାଯାଇଥିବା ଦେଖିବାକୁ ମିଳିଛି। ଗତକାଲି ଗ୍ରାମର ବିଭିନ୍ନ ଘର ନିକଟରେ ଏସମସ୍ତ ପୋଷ୍ଟର୍‌କୁ ମଞ୍ଜୁଷାମଣ୍ଡଳର ପଞ୍ଚାୟତ ଭଲ୍ୟୁଣ୍ଟର୍ ମାନେ ମାରିଛନ୍ତି। ମାସର କେଉଁ ଦିନରେ ସରକାରୀ ରାସନ୍ ଦିଆଯିବ ଓ କେତେ ଦରରେ ସାଧାରଣ ଲୋକେ ଏହା ପାଇପାରିବେ, ଏସଂକ୍ରାନ୍ତରେ ପୋଷ୍ଟର୍‌ରେ ଉଲ୍ଲେଖ କରାଯାଇଛି। ଆନ୍ଧ୍ର-ଓଡ଼ିଶା ସୀମାନ୍ତ ବିବାଦକୁ ନେଇ ସରକାରୀସ୍ତରରେ ଆଲୋଚନା ହେଉଥିଲେ ବି ଆନ୍ଧ୍ରପ୍ରଦେଶ ପ୍ରଶାସନର ଏଭଳି ମନମୁଖି ନୀତିକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ଅନ୍ୟପକ୍ଷରେ ଏହି ପୋଷ୍ଟର୍ ସଂପର୍କରେ ଗଜପତି ଜିଲ୍ଲା ପ୍ରଶାସନକୁ ସୂଚନା ମିଳିସାରିଥିଲେ ହେଁ, ଏଯାବତ୍ ଏଗୁଡ଼ିକୁ ହଟାଇବା ଦିଗରେ ପ୍ରୟାସ ଆରମ୍ଭ ହୋଇନି। ଗଙ୍ଗାବାଡ଼ ପଞ୍ଚାୟତର ପୂର୍ବତନ ସରପଞ୍ଚ ହରିବନ୍ଧୁ କାର୍ଜୀ କହିଛନ୍ତି, ଏବେ ମଧ୍ୟ ନିୟମିତ ଭାବେ ମାଣିକପାଟଣା ଓ ଗୁଡ଼ୁଖୁଡି ଗ୍ରାମବାସୀଙ୍କୁ ଓଡ଼ିଶା ରାସନ କାର୍ଡ଼ ଛାଡ଼ି ଆନ୍ଧ୍ରପ୍ରଦେଶ ରାସନ କାର୍ଡ଼ ନେବା ପାଇଁ ଚାପ ସୃଷ୍ଟି କରାଯାଉଛି। କେବଳ ଏତିକି ନୁହେଁ, ପଡ଼ୋଶୀ ମଣ୍ଡଳର ସରକାରୀ ଅଧିକାରୀ ମାନେ ନିୟମିତ ଏଠାକୁ ଆସୁଛନ୍ତି। ବାରମ୍ବାର ସୀମାନ୍ତ ଗ୍ରାମକୁ ଆନ୍ଧ୍ରପ୍ରଦେଶର ବୋଲି ଦାବି କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe